ଭାରସାମ୍ୟ ହରାଇ ଓଲଟିଲା ବସ: ୭ ଗୁରୁତର, ଅନେକ ଆହତ

author img

By

Published : Sep 23, 2021, 11:03 AM IST

ଭାରସାମ୍ୟ ହରାଇ ଓଲଟିଲା ବସ,  ୭ ଗୁରୁତର ,୨୦ରୁ ଉର୍ଦ୍ଧ୍ବ ଆହତ

ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ଓଲଟିଲା ବସ ୭ ଜଣ ଗୁରୁତର ଆହତ । ଅଧିକ ପଢନ୍ତୁ....

ଭଞ୍ଜନଗର: ଭାରସାମ୍ୟ ହରାଇ ଓଲଟିଲା ବସ, ୭ ଗୁରୁତର, ୨୦ରୁ ଉର୍ଦ୍ଧ୍ବ ଆହତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ କୁଲାଙ୍ଗୀଠାରେ । ନୀଳକଣ୍ଠ ନାମକ ଏକ ବସ ଭଞ୍ଜନଗର ଅଭିମୁଖେ ଯାଉଥିବାବେଳେ କୁଲାଙ୍ଗି ଏବଂ କାଳିଆଗୁଡା ମଧ୍ୟରେ ଥିବା ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା ।

ଭାରସାମ୍ୟ ହରାଇ ଓଲଟିଲା ବସ, ୭ ଗୁରୁତର ,୨୦ରୁ ଉର୍ଦ୍ଧ୍ବ ଆହତ

ଫଳରେ ୭ଜଣ ଗୁରୁତର ହୋଇଥିବା ବେଳେ 20ରୁ ଊର୍ଦ୍ଧ୍ବ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ଏବଂ ସୋରଡ଼ା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତର ଓ ଆହତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଏବଂ ସୋରଡା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.