ETV Bharat / state

ଗ୍ୟାରେଜ ମାଲିକ ମୁହଁକୁ ଲଙ୍କାଗୁଣ୍ଡ ପିଙ୍ଗି 2 ଲକ୍ଷ ଲୁଟ୍

author img

By

Published : Jun 25, 2023, 2:19 PM IST

lakhs of rupees looted from young man
lakhs of rupees looted from young man

ଲଙ୍କାଗୁଣ୍ଡ ଫୋପାଡି ଗ୍ୟାରେଜ ମାଲିକଙ୍କ ଠାରୁ ଟଙ୍କା ଲୁଟ । 2 ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା। ଅଧିକ ପଢନ୍ତୁ

lakhs of rupees looted from young man

ବ୍ରହ୍ମପୁର: ଲୁଟ ପାଇଁ ଦୁର୍ବୃତ୍ତଙ୍କ ଆତଙ୍କରାଜ । ମୁହଁରେ ଲଙ୍କାଗୁଣ୍ଡ ଫିଙ୍ଗି ଗ୍ୟାରେଜ ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ । ମରଣାନ୍ତକ ଆକ୍ରମଣ କରି ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବ୍ରହ୍ମପୁରର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଜାତୀୟ ରାଜପଥ ନିକଟରେ । ଲୁଟେରାଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଗ୍ୟାରେଜ ମାଲିକ କୁନା ଚନ୍ଦ୍ର କଠୁଆ । ଗତକାଲି ଏହି ଘଟଣା ଘଟିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, କୁନା ଚନ୍ଦ୍ର କଠୁଆଙ୍କ ଅଟୋ ନଗରରେ ଏକ ଗ୍ୟାରେଜ ରହିଛି । ସେଠାରୁ ସେ ଶନିବାର ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ହଳଦିଆପଦର ନିକଟସ୍ଥ ସର୍ଭିସ୍ ରୋଡ ଠାରେ ହଠାତ ଦୁଇରୁ ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହାପରେ କୁନାଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ସମୟରେ କୁନାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିବାରୁ ଭୟରେ ସେମାନେ ଚମ୍ପଟ ମାରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଇରଙ୍ଗପୁର ଉପଖଣ୍ଡରେ ଲୁଟେରାଙ୍କ ଉତ୍ପାତ, ପୋଲିସ ହାତ ଖାଲି

ପରେ ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ କୁନାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେପଟେ ଘଟଣା ପରେ ଗୋଳନ୍ଥରା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିବାରେ ପୋଲିସ ସଫଳ ହୋଇନି । ତେବେ ଲୁଟେରାମାନେ ସେହି ଜିଲ୍ଲାରୁ ନା ଅନ୍ୟ ଜିଲ୍ଲାରୁ ତାହା ମଧ୍ୟ ସ୍ପଷ୍ଟ ହୋଇନି । କିଛିଦିନ ତଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଛକରେ ବ୍ୟବସାୟୀ ସନ୍ତୋଷ ରେଡିଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ସନ୍ତୋଷ ରାତ୍ରି ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।

ଏଥିରେ ସନ୍ତୋଷଙ୍କ ବାମ ଗୋଡ଼ ସମେତ ମୁହଁରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଅଟୋ ରିକ୍ସା ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉକ୍ତ ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଥିବା ବେଳେ ଗ୍ରାମରେ ପୂର୍ବରୁ ୪ ଜଣ ପୋଲିସ ମୁତୟନ ହୋଇଥିଲେ । ଦିଗପହଣ୍ଡି ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସେହିପରି କିଛିଦିନ ପୂର୍ବେ ମୟୂରଭଞ୍ଜ ଜିଲ୍ଲାର ଏକ ଅଟୋ ପାର୍ଟ୍ସ ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ ଦୁର୍ବୃତ୍ତ । ତିରିଂ ଥାନା ଅନ୍ତର୍ଗତ ରତନସାହି ଗ୍ରାମରେ ଘଟିଥିଲା ଏହି ଲୁଟ ଘଟଣା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.