ETV Bharat / state

ଡେଙ୍ଗୁରେ ଯବାନଙ୍କ ମୃତ୍ୟୁ ,ଗାର୍ଡ ଅଫ୍ ଅନର ସହିତ ହେଲା ଶେଷକୃତ୍ୟ

author img

By ETV Bharat Odisha Team

Published : Sep 9, 2023, 2:14 PM IST

Jawan Dies Of Dengue Fever
Jawan Dies Of Dengue Fever

ଡେଙ୍ଗୁରେ ଜଣେ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ । ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Jawan Dies Of Dengue Fever

ବ୍ରହ୍ମପୁର: ଥମିବାର ନାମ ନେଉ ନାହିଁ ଡେଙ୍ଗୁ ଭୟ । ଦିନକୁ ଦିନ ଅଣାୟତ ହେଉଛି ଡେଙ୍ଗୁ ପରିସ୍ଥତି । ସବୁଠି ଡେଙ୍ଗୁ ତା'ର କାୟା ବିସ୍ତାର କରୁଥିବା ବେଳେ ଏପରି ସ୍ଥଳେ ଡେଙ୍ଗୁରେ ଜଣେ ଭାରତୀୟ ସେନାର ଯବାନଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ତାଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ସହିତ ତାଙ୍କର ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପଦ୍ମପୁର କଇଠାପଲ୍ଲୀ ଗ୍ରାମର ରେଣୁବାଳା ନାୟକ ଏବଂ ପିତା ବନମାଳୀ ନାୟକଙ୍କ ପୁତ୍ର ୨୫ ବର୍ଷୀୟ ନବକୃଷ୍ଣ ନାୟକ । ନବକୃଷ୍ଣ ଶିକ୍ଷା ଶେଷ ପରେ ୨୦୧୭ ମସିହାରେ ନାସିକରେ ନିଯୁକ୍ତି ପାଇଥିଲେ ପରେ ଦ୍ୱିତୀୟ ପୋଷ୍ଟିଙ୍ଗ ଭାବେ ଲଦାଖରେ ୨୦୨୦ ମସିହାରେ ନିୟୋଜିତ ହୋଇଥିଲେ । ତୃତୀୟ ପୋଷ୍ଟିଂ ପଞ୍ଜାବରେ ହୋଇଥାନ୍ତା । ବାପା ଜଣେ ଦିନ ମଜୁରିଆ ଭାବରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଦୁଇଟି ପୁଅ ଏବଂ ଗୋଟିଏ ଝିଅ ମଧ୍ୟରେ ସାନପୁଅ ନବକୃଷ୍ଣ ନାୟକ ଥିଲେ । ଯବାନ ଭାବରେ ନିୟୋଜିତ ହୋଇ ପରିବାର ଦୁଃଖ ଦୂର କରିବା ପାଇଁ ଅନେକ ଆଶା ରଖିଥିବା ନବକୃଷ୍ଣ ସମସ୍ତଙ୍କୁ ଛାଡି ଚାଲିଯିବା ସମସ୍ତଙ୍କୁ ଦୁଃଖ ଦେଇଛି ।

ଏହା ମଧ୍ୟ ପଢନ୍ତୁ- ୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବାକୁ ପରାମର୍ଶ

ସୂଚନା ମୁତାବକ , ଗତ ରାକ୍ଷୀ ପୂର୍ଣ୍ଣିମାକୁ ନିଜ ଗ୍ରାମକୁ କାଇଠାପଲ୍ଲୀକୁ ଦଶ ଦିନ ଛୁଟିରେ ଆସିଥିଲେ । ଛୁଟି ସରିଲା ପରେ ପୁଣି ଥରେ ନିଜ କର୍ମ ସ୍ଥଳକୁ ଫେରିଥାନ୍ତେ । ହେଲେ ଏହାରି ମଧ୍ୟରେ ଜ୍ବର ଅନୁଭବ କରିଥିଲେ ଯବାନ । ଯାହାକୁ ନେଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ ଯବାନ ନବକୃଷ୍ଣ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମୃତ୍ୟୁର ଖବର ଗ୍ରାମରେ ପହଞ୍ଚିବା ପରେ ଏକ ପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଘରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ଗ୍ରାମରେ ଯବାନ ନବକୃଷ୍ଣ ଅତ୍ୟନ୍ତ ମେଳାପୀ ରହିଥିବା ବେଳେ ଗାଁକୁ ଛୁଟିରେ ଆସିଲେ ସମସ୍ତଙ୍କ ସହ ମିଳିମିଶି ହସ ଖୁସିରେ ରୁହନ୍ତି । ତେଣୁ ତାଙ୍କ ବିୟୋଗରେ ସଂପୂର୍ଣ୍ଣ ଗ୍ରାମ ଯବାନ ଝୁରୁଥିବା ଦେଖାଯାଇଛି । ସେପଟେ ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁଯାୟୀ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜାତୀୟ ପତାକାକୁ ଯବାନଙ୍କ ଭାଇ ହାତରେ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.