ETV Bharat / state

ଗଞ୍ଜେଇ ଚାଲାଣର ଅଭିନବ ତରିକା ! ଦାମୀ କାରର ସିକ୍ରେଟ ଚାମ୍ୱରରେ ହେଉଥିଲା ଗଞ୍ଜେଇ ଚାଲାଣ, କାବୁ କଲା ଅବକାରୀ ବିଭାଗ

author img

By

Published : Mar 13, 2023, 10:51 PM IST

ବ୍ରହ୍ମପୁରରୁ ପୁଣି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ଅନ୍ତଃରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବେଳେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ଅଧିକ ପଢ଼ନ୍ତୁ

cannabis seized from berhampur
ବ୍ରହ୍ମପୁରରୁ ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣର ରୁଟ ପାଲଟିଛି ବ୍ରହ୍ମପୁର

ବ୍ରହ୍ମପୁର: ଅନ୍ତଃ ରାଜ୍ୟ ଗଞ୍ଜେଇ ଚାରା ଚାଲାଣର ରୁଟ ପାଲଟିଛି ବ୍ରହ୍ମପୁର । ଲଗାତାର ଭାବେ ବ୍ରହ୍ମପୁର ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେଉଛି l ଚାଲାଣକାରୀମାନେ ଭିନ୍ନଭିନ୍ନ ଉପାୟରେ ଚାଲାଣ କରୁଛନ୍ତି । ଏଥିରେ ସମ୍ପୃକ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଚାଲାଣକାରୀ ଗିରଫ ମଧ୍ୟ ହେଉଛନ୍ତି । ହେଲେ ଥମୁନି ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ । ସବୁଠାରୁ ବଡ଼ କଥା ହେଲା କେଉଁଠୁ ଆସୁଛି କୋଟି କୋଟି ଟଙ୍କାର ଗଞ୍ଜେଇ । କେଉଁ ସ୍ଥାନରେ ହେଉଛି ଗଞ୍ଜେଇ ଚାଷ, ତାର ଟେର ପାଉନି ଅବକାରୀ ବିଭାଗ । ବ୍ରହ୍ମପୁରରୁ ପୁଣି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଏକ ଦାମୀକାରର ପଛପଟ ସିଟରେ ଏକ ସିକ୍ରେଟ ଚାମ୍ୱର କରି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରିବାରେ ସକ୍ଷମ ହୋଇଛି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

ସୋମବାର ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇଥିଲା । ଅବକାରୀ ଗୁଇନ୍ଦା ବିଭାଗ ଇନସିପେକ୍ଟର ଗୀତାଞ୍ଜଳୀ ସାହୁଙ୍କ ନେୃତୃତ୍ୱରେ ଏକ ଟିମ୍ ଜିଲ୍ଲାର ଆସିକା ଅଞ୍ଚଳରେ ତନଖି କରୁଥିବା ସମୟରେ ଏକ ପଶ୍ଚିମବଙ୍ଗ ନମ୍ୱର ବିଶିଷ୍ଟ ହୋଣ୍ଡା ସିଟି କାର ଅବକାରୀ ବିଭାଗର ଟିମକୁ ଦେଖି ଦ୍ରୁତ ଗତିରେ ପଳାୟନ କରୁଥିଲା । ଦୀର୍ଘ ଏକ ଘଣ୍ଟାର ଉଦ୍ୟମ ପରେ ଅବକାରୀ ଅଧିକାରୀ ଓ କର୍ମଚାରୀ ମାନେ କାରକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଗାଡ଼ିର ଯାଞ୍ଚ ହେବା ପରେ କାରର ସିକ୍ରେଟ ଚାମ୍ୱର ସହିତ କାରର ଡୋର ଏବଂ ମ୍ୟୁଜିକ୍ ବକ୍ସ ମଧ୍ୟରେ ପକେଟ କରି ରଖାଯାଇଥିବା ଗଞ୍ଜେଇ ଜବତ ହୋଇଥିଲା । ଗାଡ଼ିଟି ପଶ୍ଚିମବଙ୍ଗ ଅଭିମୁଖେ ନେଇଯାଉଥିବା ବେଳେ ଚାଳକ ଜଣକ ବିହାର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅବକାରୀ ବିଭାଗ ଜଣେ ଯୁବକକୁ ଗିରଫ କରିବା ସହ 70 କିଲୋଗ୍ରାମ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି ।

ଗତ ରବିବାର ଏକ ଘରୋଇ ଗ୍ୟାସ ସିଲିଣ୍ଡରକୁ କାଟି ଗଞ୍ଜେଇ ଚାଲାଣ ବେଳେ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗଜପତି ଏବଂ କନ୍ଧମାଳ ଜିଲ୍ଲାରୁ ବହୁ ଅପରାଧି ଗଞ୍ଜାମ ଜିଲ୍ଲା ଦେଇ ବ୍ରହ୍ମପୁର ସହରରୁ ବିଭିନ୍ନ ପୋଡଶୀ ରାଜ୍ୟ ତଥା ଓଡିଶାର ଅନ୍ୟ ଜିଲ୍ଲାକୁ ନିୟମିତ ଭାବରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଗୋଟିଏ ପରେ ଗୋଟିଏ ସ୍ଥାନରୁ ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଜବତ ହେଉଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ଚଳିତବର୍ଷ କେବଳ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପାଖାପାଖି 64 କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଧରିବାରେ ସଫଳ ହୋଇଥିବା ଉପ-ଅଧିକ୍ଷକ କୁବେର ସେଠୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.