'ଗୁଲାବ' ପ୍ରଭାବ, ଗଞ୍ଜାମରେ ସ୍ଥାନାନ୍ତର ହେଲେ 5 ହଜାର

author img

By

Published : Sep 26, 2021, 10:59 PM IST

Ganjam collector reaction after the landing of cyclone Gulab

ବାତ୍ୟା ଗୁଲାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଓ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି। ଅଧିକ ପଢନ୍ତୁ...

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା 'ଗୁଲାବ' । ବାତ୍ୟା ଗୁଲାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଓ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଗଞ୍ଜାମ ଜିଲ୍ଲାପାଳ

ବାତ୍ୟା ଗୁଲାବ ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏ ନେଇ ସମସ୍ତ ପ୍ରକାର ସର୍ତକତା ଗ୍ରହଣ କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାରେ ଅନେକଙ୍କୁ ସୁରକ୍ଷିତ ଭାବରେ ଥଇଥାନ କରାଯାଇଛି । ଜିଲ୍ଲାରେ ବର୍ଷା ଓ ବାତ୍ୟା ଜନିତ ଜନଜୀବନ ସୁରକ୍ଷା ନିମନ୍ତେ ଅହରହ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଜିଲ୍ଲାର ସବୁ ଅଞ୍ଚଳରେ ସ୍ଥିତି ସଠିକ ରହିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଅବସରରେ ଗୋପାଳପୁର ଗସ୍ତ କରି ଜିଲ୍ଲାର ପାଞ୍ଚ ହଜାର ବ୍ୟକ୍ତି ବିଶେଷଙ୍କୁ ଆଶ୍ରୟସ୍ଥଳ ମାନଙ୍କରେ ଥଇଥାନ କରାଯାଇଥିବା କହିଛନ୍ତି । ଏହା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

ସେପଟେ ଜିଲ୍ଲାରେ ସମୁଦାୟ ୩୩୩ ଗର୍ଭବତୀ ମହିଳା ମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତରୀତ କରାଯାଇଥିଲା। ସେହିପରି ପାଞ୍ଚ ଜଣ ମହିଳା ଏଭଳି ସମୟରେ ସୁରକ୍ଷିତ ଭାବରେ ସନ୍ତାନ ପ୍ରସବ କରିଥିବା ଜିଲ୍ଲାପାଳ କହିଛନ୍ତି ।

ସୂଚନାଥାଉକି ବାତ୍ୟା ଗୁଲାବ ବିଶେଷକ କରି ଗଞ୍ଜାମର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମର ମଧ୍ୟବର୍ତ୍ତୀ ମୁରିଗୁଡାର ବାତ୍ୟା ଲ୍ୟାଣ୍ଡଫଲ କରିଛି । ତେବେ ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.