ETV Bharat / state

ଅଣମତ୍ସଜୀବୀଙ୍କ ବେଆଇନ ପୋଖରୀ ଅକ୍ତିଆର, ରାଜରାସ୍ତାକୁ ଓହ୍ଲାଇଲେ ମତ୍ସ୍ୟଜୀବୀ

author img

By

Published : Jan 26, 2023, 7:05 AM IST

fisherman protest in berhampur
ମତ୍ସ୍ୟଜୀବୀଙ୍କ ବିକ୍ଷୋଭ

ବେଆଇନ ଭାବେ ମତ୍ସ୍ୟଜୀବୀଙ୍କ ପୋଖରୀକୁ ଅଣମତ୍ସ୍ୟଜୀବୀଙ୍କୁ ଦିଆଯିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଶହ ଶହ ମତ୍ସ୍ୟଜୀବୀ । ଅଧିକ ପଢ଼ନ୍ତୁ

ଅଣମତ୍ସଜୀବୀଙ୍କ ବେଆଇନ ପୋଖରୀ ଅକ୍ତିଆର

ବ୍ରହ୍ମପୁର: ମତ୍ସ୍ୟଜୀବୀଙ୍କ ପୋଖରୀକୁ ବେଆଇନ ଭାବେ ଅଣମତ୍ସ୍ୟଜୀବୀଙ୍କୁ ଦିଆଯିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟବର୍ତ୍ତୀ ହରିପୁର ଅଞ୍ଚଳର ଶହଶହ ମତ୍ସ୍ୟଜୀବୀ । ହରିପୁର ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସ୍ୱାଧୀନତା ପୂର୍ବରୁ ମିଳିଥିବା ପୋଖରୀଗୁଡିକ ବେଆଇନ ଭାବେ ପ୍ରଦାନ କରାଯାଇଥିବା ଅଣମତ୍ସ୍ୟଜୀବୀଙ୍କଠାରୁ ତୁରନ୍ତ ଫେରାଇ ପଟ୍ଟା ଦେବା ସହ ଚିଙ୍ଗୁଡ଼ି ଚାଷ କରିବା ଅଧିକାର ପ୍ରଦାନ କରିବାକୁ ଦାବି କରାଯାଇଛି ।

ଗୋପାଳପୁର "BackWater" ନଦୀ ମୁହାଁଣରେ ପଡୋଶୀ ଗ୍ରାମର ସହାୟତାରେ ବଙ୍ଗାଳୀ ବ୍ୟବସାୟୀ ଛୋଟ ଖଇଁଙ୍ଗା, ଜାଆଁଳ ଧରି ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ବନ୍ଦ କରିବାକୁ ହରିପୁର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ଶତାଧିକ ମତ୍ସ୍ୟଜୀବୀ, ମହିଳା, ଯୁବ ସଙ୍ଗଠନ, ଜନ ଜାଗରଣ ଅଭିଯାନର କର୍ମକର୍ତ୍ତା ଦାବି କରିଛନ୍ତି । ଗୋପାଳପୁର ନଦୀରେ ଯୋର ଜବରଦସ୍ତ ଜାଲ ପକାଇ ମାଛ ଧରିବା ରୋକ ଲଗାଇବା ପାଇଁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶତାଧିକ ମତ୍ସ୍ୟଜୀବୀ ବ୍ରହ୍ମପୁର ସହରର କୋର୍ଟପେଟା ଛକଠାରୁ ବିଶାଳ ପଦଯାତ୍ରା ଦ୍ୱାରା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଧାରଣା ଦେଇଛନ୍ତି ।

ହରିପୁର ଗ୍ରାମରେ ପ୍ରାୟ 200 ଦଳିତ ପରିବାରର ପାଞ୍ଚ ଶହ ମତ୍ସ୍ୟଜୀବୀ ସ୍ୱାଧୀନତା ପୂର୍ବରୁ 78 ବର୍ଷ ତଳେ ହରିପୁର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ପଞ୍ଜିକୃତ କରି ଗୋପାଳପୁର ନଦୀ ମୁହାଁଣରେ ଚିଙ୍ଗୁଡ଼ି, ମାଛ ଚାଷ କରି ନିଜର ଜୀବିକା କରି ଆସୁଥିଲେ । 1982 ମସିହାରେ ସରକାର ରାଜସ୍ୱ ଜମିଗୁଡିକ ସମବାୟ ସମିତିର ମତ୍ସ୍ୟଜୀବୀଙ୍କୁ ERRP - IRDP ଯୋଜନାରେ ଚି଼ଙ୍ଗୁଡ଼ି ଚାଷ କରିବା ପାଇଁ ଦେଇଥିଲେ । କିନ୍ତୁ 2017 ମସିହାରେ ସମବାୟ ସମିତିର ମତ୍ସ୍ୟଜୀବୀଙ୍କୁ ଅବଗତ ନକରି ଅଣମତ୍ସ୍ୟଜୀବୀଙ୍କୁ 30ଟି ପୋଖରୀ ପୂର୍ବତନ ତହସିଲଦାର ଓ ପ୍ରଶାସନ ପ୍ରଦାନ କରିଦେଇଥିବା ଅଭିଯୋଗ ହୋଇଛି ।

ସମବାୟ ସମିତିର ସମ୍ପାଦକ ଚିନ୍ତାମଣି ବେହେରାଙ୍କ କହିବା ଅନୁଯାୟୀ, 2014 ମସିହାରୁ ପୁର୍ନବାର ଚିଙ୍ଗୁଡ଼ି ଚାଷ କରିବା ପାଇଁ ଆବେଦନ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ । ଦୀର୍ଘ 9 ବର୍ଷ ଧରି ପ୍ରଶାସନକୁ ଚିଠି କରି ଅବଗତ କରିଥିଲେ ସୁଦ୍ଧା ଚିଙ୍ଗୁଡ଼ି ଚାଷ କରିବା ଅଧିକାର ଦିଆଯାଇନାହିଁ । ବର୍ତ୍ତମାନ ଗ୍ରାମର ମତ୍ସ୍ୟଜୀବୀ ବେରୋଜଗାର ହୋଇ ଜୀଵିକା ହରାଇ ଜିଲ୍ଲା ଛାଡି ବାହାର ରାଜ୍ୟକୁ ଦାଦନ କରିବା ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏପରିକି ଗ୍ରାମର ମହିଳା ସଙ୍ଗଠନର କର୍ମକର୍ତ୍ତା ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ପୂର୍ବରୁ ଦୈନିକ ଏକ ହଜାର ଟଙ୍କା ଆୟ କରୁଥିଲେ କିନ୍ତୁ ବର୍ତ୍ତମାନ ଦିନକୁ ଶହେ ଟଙ୍କା ବି ଆୟ ହୋଇପାରୁନାହାଁନ୍ତି ।

ଏଣୁ ଯଥାଶୀଘ୍ର 30ଟି ପୋଖରୀ ଫେରାଇ ଚିଙ୍ଗୁଡ଼ି ଚାଷ କରିବା ଅଧିକାର ଦିଆଯିବା ସହ ପ୍ରତ୍ୟେକ ଦିନ ଜୋର ଜବରଦସ୍ତ ନଦୀରେ ଜାଲ ପକାଇ ମାଛ ଧରିବା ଉପରେ ଯଥାଶୀଘ୍ର ରୋକ ଲଗାଇବାକୁ ଦାବି ହୋଇଛି । ସେପଟେ ଜାଗରଣ ଅଭିଯାନର ରାଜ୍ୟ ସଭାପତି ମଧୁସୂଦନଙ୍କ କହିବା ଅନୁଯାୟୀ, ଯଥାଶୀଘ୍ର ହରିପୁର ମତ୍ସ୍ୟଜୀବୀଙ୍କୁ 30ଟି ପୋଖରୀ ଫେରାଯାଇ ଜମି ପଟ୍ଟା ଦେବା ସହ ଚିଙ୍ଗୁଡ଼ି ଚାଷ କରିବା ଅଧିକାର ଦିଆଯାଉ । ବାହାର ରାଜ୍ୟକୁ ବେଆଇନ ଭାବେ ଚିଙ୍ଗୁଡ଼ି, ମାଛ ଚାଲାଣ ରୋକାଯାଉ ନଚେତ ସଙ୍ଗଠନ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଜୋରଦାର କରିବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.