ETV Bharat / state

ମଦ ଦୋକାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Dec 30, 2023, 7:28 AM IST

Suspicious Death Of Youth: ମଦ ଦୋକାନ ସମ୍ମୁଖରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ନୃଶଂସ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ । ଅଧିକ ପଢ଼ନ୍ତୁ

ମଦ ଦୋକାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର
ମଦ ଦୋକାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ମଦ ଦୋକାନ ସାମ୍ନାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ନୃଶଂସ ଭାବରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକଙ୍କ ବେକ, ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ ରହିଛି । ମୃତକ ହେଲେ ପାଟପୁର ଗ୍ରାମର ସୂର୍ଯ୍ୟ ସାହୁ । ତାଙ୍କୁ କେହି ହତ୍ୟା କରି ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସର ତଦନ୍ତ ଆରମ୍ଭ କରିଥିବା ବେଳେ ଯାଞ୍ଚ ପରେ ପ୍ରକୃତ ସତ ଜଣାପଡିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ରାସ୍ତାରେ ସାଇଡ୍‌ ନଦେବାରୁ ଡ୍ରାଇଭରଙ୍କୁ ଛୁରାମାଡ଼, ନାବାଳକ ଅଟକ

ପାଟପୁର ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳର ଏକ ଦେଶୀ ମଦ ଦୋକାନ ସମ୍ମୁଖରୁ ଯୁବକ ସୂର୍ଯ୍ୟ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଗୁରୁବାର ରାତିରେ ଘରକୁ ଫେରିନଥିବା ବେଳେ ତାଙ୍କର ମୃତଦେହ ଦେଶୀ ମଦ ଦୋକାନ ସମ୍ମୁଖରେ ପଡିଥିଲା । ତେବେ ତାଙ୍କର ବେକ ଓ ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ ଥିବା ଦେଖାଯାଇଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ଯୁବକଙ୍କୁ ଆକ୍ରମଣ ପରେ କେହି ହତ୍ୟା କରି ଚାଲି ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଏହା ମଧ୍ୟ ପଢ଼ନ୍ତୁ... ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲାରେ ୪ ଗିରଫ

ଶୁକ୍ରବାର ସକାଳ ସମୟରେ ତାଙ୍କର ମୃତଦେହ ମଦ ଦୋକାନ ସମ୍ମୁଖରେ ଥିବା ଏକ ଖୋଲା ପଡିଆରେ ପଡ଼ିଥିବାର କିଛି ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ଏନେଇ ସେମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଆସିଥିଲେ ଏବଂ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି । କେଉଁ କାରଣରୁ ଯୁବକଙ୍କର ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ... କ୍ରିକେଟରରୁ ମହାଠକ; ଦାମି ରେସ୍ତୋରାଁରେ ରହୁଥିଲେ, ଋଷଭ ପନ୍ତଙ୍କୁ ବି ଲୁଟିଲେ

ତେବେ ଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧିମାନେ ଏକ ପ୍ରକାର ସକ୍ରିୟ ହୋଇପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ହତ୍ୟା, ରାହାଜାନୀ ଭଳି ଘଟଣା ଦେଖିବାକୁ ମିଳୁଛି । ତେବେ ଏହି ହତ୍ୟାକାଣ୍ଡର କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ତେବେ ମଦ୍ୟପାନ କାରଣରୁ ଝଗଡ଼ା ସାଙ୍ଗକୁ ଶତ୍ରୁତା ଦେଖାଦେଇଥାଏ । ସେନେଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଛୋଟ ଛୋଟ କଳହ କେବେ କାଳ ହୋଇଯାଏ ଜଣା ପଡ଼ିନଥାଏ । ଫଳରେ ଜୀବନହାନି ଭଳି ଘଟଣା ଦେଖିବାକୁ ମିଳିଥାଏ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.