ETV Bharat / state

ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ପୁଅ ଅଟକ

author img

By

Published : Oct 8, 2022, 4:25 PM IST

dead body found of woman in ganjam
ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ପୁଅ ଅଟକ

ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଅଭାବନୀୟ ଘଟଣା । ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ । ପାରିବାରିକ କଳହ କାରଣରୁ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ସୂଚନା ମୁତାବକ ତ୍ରିବେଣୀ ପୁଅ ସନା ନାୟକ ସହିତ ଘରେ ରହୁଥିଲେ । ଗତ ରାତିରେ ସନା ମାଆକୁ ଟଙ୍କା ମାଗିଥିଲା । ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଆର ମୃତଦେହ ଘରେ ପଡିଥିବା ଦେଖି ପଡୋଶୀ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ମୃତ ମହିଳାଙ୍କ ଜ୍ବାଇଁ କହିଛନ୍ତି, " ପ୍ରାୟତଃ ଟଙ୍କା ନେଇ ମାଆ ପୁଅଙ୍କ ମଧ୍ୟରେ ଝଗଡ଼ା ହୁଏ । ତେଣୁ ଅନେକ ସମୟରେ ସେ ଝିଅ ଘରେ ଆସି ରହୁଥିଲେ । ଟଙ୍କା ମାଗିବାକୁ ନେଇ ମାଆଙ୍କୁ ହତ୍ୟା କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: ଛେଳି ଖୋଜିବାକୁ ଯାଇଥିଲେ ଯୁବତୀ ଟାଣିନେଲା କୁମ୍ଭୀର, ମିଳୁନି ପତ୍ତା

ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାଙ୍କ ଜ୍ବାଇଁ ଦାବି କରିଛନ୍ତି । ଏହି ଘଟଣାରେ ପୋଲିସ ସନାକୁ ଅଟକ ରଖି ପଚରା ଉଚରା କରୁଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.