ETV Bharat / state

ଛେଳି ଖୋଜିବାକୁ ଯାଇଥିଲେ ଯୁବତୀ ଟାଣିନେଲା କୁମ୍ଭୀର, ମିଳୁନି ପତ୍ତା

author img

By

Published : Oct 8, 2022, 12:39 PM IST

ନାଳରେ ଛେଳି ଚରାଇବାକୁ ଯାଇ କୁମ୍ଭୀର ଆକ୍ରମଣ ଶିକାର ହୋଇ ନିଖୋଜ ହୋଇଛନ୍ତି ଯୁବତୀ । କେନ୍ଦ୍ରାପଡ଼ା ରାଜନଗର ରଙ୍ଗଣି ପଞ୍ଚାୟତରୁ ଭିତରକନିକାକୁ ସଂଯୋଗ କରୁଥିବା ଭେକଟା ନାଳରେ ଅଘଟଣ । ଅଧିକ ପଢ଼ନ୍ତୁ

ଛେଳି ଖୋଜିବା ବେଳେ ଝିଙ୍କିନେଲା କୁମ୍ଭୀର, ବନବିଭାଗ କାର୍ଯ୍ୟକାରିତା ଉପରେ ଅସନ୍ତୋଷ
ଛେଳି ଖୋଜିବା ବେଳେ ଝିଙ୍କିନେଲା କୁମ୍ଭୀର, ବନବିଭାଗ କାର୍ଯ୍ୟକାରିତା ଉପରେ ଅସନ୍ତୋଷ

କେନ୍ଦ୍ରାପଡ଼ା: ଛେଳି ଚରାଇବାକୁ ଯାଇଥିଲେ ଯୁବତୀ ଟାଣିନେଲା କୁମ୍ଭୀର । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । ନାଳକୁ ଛେଳି ଚରାଇବାକୁ ଯାଇଥିବା ଯୁବତୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି । ବର୍ତ୍ତମାନ ସେ ନିଖୋଜ ଥିବା ସୂଚନା ।

ଛେଳି ଖୋଜିବାକୁ ଯାଇଥିଲେ ଯୁବତୀ ଟାଣିନେଲା କୁମ୍ଭୀର

ସୂଚନାନୁଯାୟୀ, ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡ଼ା ରାଜନଗର ରଙ୍ଗଣି ପଞ୍ଚାୟତରୁ ଭିତରକନିକାକୁ ସଂଯୋଗ କରୁଥିବା ଭେକଟା ନାଳରେ ଛେଳି ଚରାଇବାକୁ ଯାଇ କୁମ୍ଭୀର ଆକ୍ରମଣ ଶିକାର ହୋଇ ନିଖୋଜ ହୋଇଛନ୍ତି କୁରୁମାସାହି ମଥୁରୀ ଦଳାଇଙ୍କ ଝିଅ ସିଲା ଦଳାଇ । ସିଲା ଛେଳି ଚରାଉଥିବା ବେଳେ ଛେଳି ପଲରୁ ଗୋଟିଏ ଛେଳି ଭେକଟା ନାଳ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା । ଛେଳିକୁ ଖୋଜିଖୋଜି ୧୮ ବର୍ଷୀୟା ସିଲା ଏହି ଜଙ୍ଗଲ ମଧ୍ୟକୁ ଯାଇ ଖୋଜିବା ସମୟରେ ହଠାତ୍‌ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରି ପାଣି ଭିତରକୁ ଟାଣି ନେଇଥିଲା ।

ସେଠାରେ ଉପସ୍ଥିତ ଗାଁ ଲୋକେ ଦର୍ଶକ ସାଜିବା ସାର ହୋଇଥିଲା । ସମସ୍ତେ କେବଳ ଦେଖିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା । ତେବେ ଏ ସମ୍ପର୍କରେ ବନବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ଏଯାବତ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଆସୁଛି । କୁମ୍ଭୀର ଆକ୍ରମଣରୁ ଲୋକଙ୍କୁ ବର୍ତ୍ତିବା ପାଇଁ ପଦକ୍ଷେପ ନେବା ଆବଶ୍ୟକତା ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.