ETV Bharat / state

କୋରୋନାର ସମସ୍ତ ଭାରିଏଣ୍ଟ ସହ ଲଢିବ IISER ବ୍ରହ୍ମପୁରର AbhiSCoVac ଟିକା !

author img

By

Published : Feb 15, 2022, 2:06 PM IST

ଗଞ୍ଜାମ IISER ବ୍ରହ୍ମପୁର ଏବଂ କାଜିନାର୍ଜୁଲ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ମାନେ ଏକ କୋରୋନା ଟିକା ଉଦ୍ଭାବନ କରିଛନ୍ତି । ଏହା ସମସ୍ତ ଭାରିଏଣ୍ଟ ବିରୋଧରେ କାର୍ଯ୍ୟ କରିବ ବୋଲି ସେମାନେ ଆଶା କରିଥିବା କହିଛନ୍ତି । ଅଧିକ ପଢନ୍ତୁ

କୋରୋନାର ସମସ୍ତ ଭାରିଏଣ୍ଟ ସହ ଲଢିବ IISER ବ୍ରହ୍ମପୁରର AbhiSCoVac ଟିକା !
କୋରୋନାର ସମସ୍ତ ଭାରିଏଣ୍ଟ ସହ ଲଢିବ IISER ବ୍ରହ୍ମପୁରର AbhiSCoVac ଟିକା !

ବ୍ରହ୍ମପୁର: ଗଞ୍ଜାମ IISER ବ୍ରହ୍ମପୁର ଏବଂ କାଜିନାର୍ଜୁଲ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ମାନେ ଦୀର୍ଘ ୨ ବର୍ଷ ଗବେଷଣା ପରେ ପାଇଛନ୍ତି ସଫଳତା । ସେମାନେ କୋରୋନା ମହାମାରୀର ସମସ୍ତ ଭାରିଏଣ୍ଟ ବିରୋଧରେ ଲଢିବା ପାଇଁ ସକ୍ଷମ ଥିବା ଟିକା ଅଭିସ୍ କୋଭାକ୍(AbhiSCoVac)ର ଉଦ୍ଭାବନ କରିଛନ୍ତି । କେବଳ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ବୈଜ୍ଞାନିକମାନେ ଅପେକ୍ଷା କରିଥିବା କହିଛନ୍ତି ।

ଟିକା ସମ୍ପର୍କରେ ଆର୍ନ୍ତଜାତିକ ପତ୍ରିକା Journal Of Molecular liquids ରେ ପ୍ରକାଶିତ
ଟିକା ସମ୍ପର୍କରେ ଆର୍ନ୍ତଜାତିକ ପତ୍ରିକା Journal Of Molecular liquids ରେ ପ୍ରକାଶିତ

ଏହି ଟିକା ସମ୍ପର୍କରେ ଆର୍ନ୍ତଜାତିକ ପତ୍ରିକା Journal Of Molecular liquids ରେ ପ୍ରକାଶିତ ହୋଇଛି । ଏହି ଗବେଷଣାଟି IISER ବ୍ରହ୍ମପୁରର ବୈଜ୍ଞାନିକ ଡ. ମଳୟ କୁମାର ରଣା , ଡ. ପାର୍ଥସାରଥୀ ସେନଗୁପ୍ତା ଏବଂ ସରୋଜ କୁମାର ପଣ୍ଡା ଓ କାଜିନାର୍ଜୁଲ ବିଶ୍ବବିଦ୍ୟାଳୟର ୨ ବୈଜ୍ଞାନିକ ଡ. ସୁପ୍ରଭାତ ମୁର୍ଖାଜୀ ଓ ଅଭିଜ୍ଞାନ ଚୌଧୁରୀଙ୍କ ତତ୍ତ୍ବାବଧାନରେ କରାଯାଇଥିଲା । ଏହି ପାଞ୍ଚ ଜଣ ବୈଜ୍ଞାନିକଙ୍କ କହିବା ଅନୁସାରେ ଗବେଷଣାଟି Cumputer Stimulation ପ୍ରଣାଳୀରେ ହୋଇଥିଲା ।

କୋରୋନାର ସମସ୍ତ ଭାରିଏଣ୍ଟ ସହ ଲଢିବ IISER ବ୍ରହ୍ମପୁରର AbhiSCoVac ଟିକା !

ଭ୍ୟାକ୍ସିନଟି ଆଗାମୀ ଦିନରେ କୋରୋନାର ସମସ୍ତ ଭାରିଏଣ୍ଟ ସହ ଲଢିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିପାରେ ବୋଲି ସେମାନେ ଆଶା କରିଛନ୍ତି । ଏହି ଟିକାଟି ଏବେ କ୍ଲିନିକାଲ ଟ୍ରାଏଲ ଅପେକ୍ଷାରେ ରହିଛି । ଆଗାମୀ ଭବିଷ୍ୟତରେ ଏହି ଟିକାର ପ୍ରସ୍ତୁତି ସହ କାର୍ଯ୍ୟକାରିତା କ୍ରିନିକାଲ ଟ୍ରାଏଲ ପରେ ହିଁ ଜଣାପଡି଼ବ ବୋଲି ସେମାନେ କହିଛନ୍ତି ।

କୋରୋନାର ସମସ୍ତ ଭାରିଏଣ୍ଟ ସହ ଲଢିବ IISER ବ୍ରହ୍ମପୁରର AbhiSCoVac ଟିକା !

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.