ETV Bharat / state

ଆବାସ ଯୋଜନା ଦୁର୍ନୀତି: 4ବର୍ଷ ପରେ ବି ଅଧପନ୍ତରିଆ ଅବସ୍ଥାରେ ଆଦିବାସୀଙ୍କ ଘର

author img

By

Published : Aug 7, 2020, 1:00 PM IST

Updated : Aug 7, 2020, 1:47 PM IST

ସୋରଡ଼ା ବ୍ଲକ ଗାଜଲବାଡ଼ି ପଞ୍ଚାୟତର ନେପାପେଡି ଗ୍ରାମରେ 35 ଆଦିବାସୀ ପରିବାର ବସବାସ କରୁଥିବାବେଳେ ସରକାରଙ୍କ ପକ୍ଷରୁ ଆଠ ଜଣ ପରିବାରକୁ 2016/17 ମସିହାରେ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଗଲା କିନ୍ତୁ ଆଜି ଯାଏଁ ଘର କାମ ସମ୍ପୂର୍ଣ୍ଣ ହୋଇ ନାହିଁ ।

ଆବସା ଯୋଜନା ଦୁର୍ନୀତି: 4ବର୍ଷ ପରେ ବି ଅଧପନ୍ତରିଆ ଅବସ୍ଥାରେ ଆଦିବାସୀଙ୍କ ଘର
ଆବସା ଯୋଜନା ଦୁର୍ନୀତି: 4ବର୍ଷ ପରେ ବି ଅଧପନ୍ତରିଆ ଅବସ୍ଥାରେ ଆଦିବାସୀଙ୍କ ଘର

ଭଞ୍ଜନଗର: କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଉଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ଯୋଗୁଁ ଘରଗୁଡିକ ଅଧପନ୍ତରିଆ ହୋଇରହିଥିବା ଅଭିଯୋଗ ହୋଇଛି ।

ଆବାସ ଯୋଜନା ଦୁର୍ନୀତି: 4ବର୍ଷ ପରେ ବି ଅଧପନ୍ତରିଆ ଅବସ୍ଥାରେ ଆଦିବାସୀଙ୍କ ଘର


ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗାଜଲବାଡ଼ି ପଞ୍ଚାୟତର ନେପାପେଡି ଗ୍ରାମରେ 35 ଆଦିବାସୀ ପରିବାର ବସବାସ କରୁଥିବାବେଳେ ସରକାରଙ୍କ ପକ୍ଷରୁ ଆଠ ଜଣ ପରିବାରକୁ 2016/17 ମସିହାରେ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଗଲା କିନ୍ତୁ ଆଜି ଯାଏଁ ଘର କାମ ସମ୍ପୂର୍ଣ୍ଣ ହୋଇ ନାହିଁ । କାହାର ଖାଲି ସ୍ଲାପ ପଡିଯାଇଛି ତ, କାହାର ଛାତ ହିଁ ପଡ଼ିନାହିଁ । ଏମିତିକି ଘର ସାମ୍ନାପଟକୁ ପ୍ଲାଷ୍ଟର କରି ଜିଆରଏସ ଜଣକ ସମ୍ପୂର୍ଣ୍ଣ ବିଲ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଆଉ ଟଙ୍କା ଦେଲେ ଘର ପ୍ଲାଷ୍ଟର କରାଯିବ ବୋଲି କହୁଛନ୍ତି ଜିଆରଏସ ।

ବର୍ତ୍ତମାନ ସମସ୍ତ ହିତାଧିକାରୀ ମାଟି ପକାଇ ଘରେ ଦୟନୀୟ ଅବସ୍ଥାରେ ରହୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଅନ୍ୟପଟେ ଆବାସ ଯୋଜନାରେ ବାସଗୃହ ଦୁର୍ନୀତି ନେଇ ଆମ ଇଟିଭି ଭାରତର ପ୍ରତିନିଧିଙ୍କୁ ଗାଜଲବାଡି ସରପଞ୍ଚଙ୍କ କହିଛନ୍ତି ଯେ, ତଦନ୍ତ କରାଯାଇ ନିମ୍ନମାନର କାମ ହୋଇଥିଲେ ନୂତନ ଗୃହ ଯୋଗାଇ ଦିଆଯିବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated :Aug 7, 2020, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.