ETV Bharat / state

ଶହୀଦଙ୍କ ପରିବାରର ବୀର ନାରୀଙ୍କୁ ସମ୍ବର୍ଦ୍ଧିତ କଲା ଆର୍ମୀ ଏଡି କଲେଜ

author img

By ETV Bharat Odisha Team

Published : Sep 24, 2023, 7:58 PM IST

ଆର୍ମୀ ଏଡି କଲେଜ ପକ୍ଷରୁ ବୀର ନାରୀ କାର୍ଯ୍ୟକ୍ରମ
ଆର୍ମୀ ଏଡି କଲେଜ ପକ୍ଷରୁ ବୀର ନାରୀ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ଶହୀଦ ପରିବାରର ବୀର ନାରୀଙ୍କୁ ଆର୍ମୀ ଏଡି କଲେଜ ପକ୍ଷରୁ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ.

ଆର୍ମୀ ଏଡି କଲେଜ ପକ୍ଷରୁ ବୀର ନାରୀ କାର୍ଯ୍ୟକ୍ରମ

ବ୍ରହ୍ମପୁର: ଦେଶ ମାତୃକାର ସେବାରେ ନିୟୋଜିତ ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ନିଜ ପ୍ରାଣ ଦେଇ ମାଟି ମା'ର ସେବା କରିଥାନ୍ତି । ସେମାନଙ୍କ ପରିବାର ସୁୁଃଖଦୁଃଖ ବୁଝିବା ପାଇଁ ଆଜି ବ୍ରହ୍ମପୁର ଠାରେ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ବୀର ନାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ସହିଦ ପରିବାରର ବୀର ନାରୀମାନଙ୍କୁ ଭେଟିଛନ୍ତି କଲେଜ କର୍ତ୍ତୃପକ୍ଷ । ବୀର ସହିଦ ପରିବାରଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ପରିବାରର ବୀର ନାରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । କଲେଜ ପକ୍ଷରୁ ସ୍ମାର୍ଟ ଫୋନ ପ୍ରଦାନ କରାଯିବା ସହ ଏହାରି ମାଧ୍ୟମରେ ସେମାନେ କିପରି ସମସ୍ତ କାର୍ଯ୍ୟ କରିପାରିବେ,ତାହାକୁ ନେଇ ଆଲୋଚନା କରାଯାଇଥିଲା ।


ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ଗତକାଲି(ଶନିବାର) ଦିନ ବ୍ରହ୍ମପୁରଠାରେ ଆର୍ମୀ ଏଡି କଲେଜ ପକ୍ଷରୁ ବୀର ନାରୀ କାର୍ଯ୍ୟକ୍ରମ l ଏହା ସହରର ଖୋଡାସିଙ୍ଗଠାରେ ଥିବା ଜଣେ କାରଗିଲ ଶହୀଦଙ୍କ ପରିବାରର ରିତାରାଣୀ ସେଠୀଙ୍କ ବାସଭବନଠାରେ ଏହା ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ପ୍ରାୟ ୧୧ ଜଣ ବୀର ନାରୀ ମହିଳା ଯୋଗ ଦେଇଥିଲେ । ଏହି ଅବସରରେ ଶହୀଦ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କର ରହିଥିବା ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସ୍ଥାନୀୟ ପ୍ରଶାସନକୁ ସେମାନଙ୍କ ବିଷୟରେ ଅବଗତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...India-Canada row: କାନାଡାରେ ଭାରତୀୟଙ୍କ ପାଇଁ ହେଲ୍ପଲାଇନ ପ୍ରତିଷ୍ଠା ଦାବି

ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଉପସ୍ଥିତ ସହିଦ ପରିବାରର ମହିଳାମାନଙ୍କୁ ଆର୍ମୀ ଏୟାର ଡିଫେନ୍ସ କଲେଜ ପକ୍ଷରୁ ସ୍ମାର୍ଟ ଫୋନ ପ୍ରଦାନ କରାଯିବା ସହ ଏହାରି ମାଧ୍ୟମରେ ସେମାନେ ଯେପରି ସମସ୍ତ କାର୍ଯ୍ୟ କରିପାରିବେ ,ତାହାକୁ ନେଇ ଆଲୋଚନା କରାଯାଇଥିଲା ।ବର୍ତ୍ତମାନର ସମୟ ସହ ତାଳ ଦେଇ ଅନଲାଇନ ମାଧ୍ୟମରେ ଘରେ ରହି କିପରି ପେନସନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ଜାଣିପାରିବେ ଓ ସୁବିଧା ଅସୁବିଧାରେ ସ୍ମାର୍ଟ ଫୋନର ଉପଯୁକ୍ତ ବ୍ୟବହାର କିପରି କରିପାରିବେ ସେ ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ ବୁଝାଯାଇଥିଲା l

କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ କହିଛନ୍ତି, ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶ ପାଇଁ ଯେଉଁମାନେ ସହିଦ ହେଇଛନ୍ତି ସେମାନଙ୍କ ଘରକୁ ଯିବା ତାଙ୍କର ପେନସନ ବ୍ୟବସ୍ଥା ବୁଝିବା, ସମାଜରେ ଚଳିବା ପାଇଁ କୌଣସି ଅସୁବିଧା ଯେପରି ନ ହୁଏ ତାହା ପ୍ରତି ଧ୍ୟାନ ଦେବା । ତାଙ୍କର ସୁଃଖ ଦୁଃଖ ବୁଝିବା ପାଇଁ ଏହା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Mann Ki Baat: ଆଜି 105ତମ ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ପ୍ରଧାନମନ୍ତ୍ରୀ


ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.