ETV Bharat / state

Unique Wedding: ୭୬ ବର୍ଷୀୟ ବରକୁ ୪୬ ବର୍ଷୀୟା କନିଆଁ

author img

By

Published : Jul 24, 2023, 10:20 PM IST

Updated : Jul 24, 2023, 11:04 PM IST

Unique Wedding
Unique Wedding

ପରିଣତ ବୟସରେ ୩୦ ବର୍ଷ ସାନ ମହିଳାଙ୍କୁ ବିବାହ କଲେ ବୃଦ୍ଧ । ଗଞ୍ଜାମ ଜିଲ୍ଲାରେ ଏପରି ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Unique Wedding: ୭୬ ବର୍ଷୀୟ ବରକୁ ୪୬ ବର୍ଷୀୟା କନିଆଁ

ବ୍ରହ୍ମପୁର: ପ୍ରେମ ପାଖରେ ହାର ମାନିଥିଲା ବୟସ । ପରିଣତ ବୟସରେ ଦ୍ବିତୀୟ ବିବାହ କଲେ ବୃଦ୍ଧ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଗ୍ରାମର ୭୬ ବର୍ଷୀୟ ବରକୁ ୪୬ ବର୍ଷୀୟ କନିଆଁ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗ୍ରାମର ୭୬ ବର୍ଷୀୟ ବୃଦ୍ଧ ରାମଚନ୍ଦ୍ର ସାହୁ ନିଜଠାରୁ ୩୦ ବର୍ଷ ସାନ ମହିଳାଙ୍କୁ ଜୀବନ ସାଥୀ କରିଛନ୍ତି । ପାରମ୍ପରିକ ରୀତିନୀତିରେ ଦ୍ବିତୀୟ ବିବାହ କରିଛନ୍ତି ରାମଚନ୍ଦ୍ର । ଦୀର୍ଘ ୮ ବର୍ଷ ଧରି ପ୍ରେମ କରି ଆସୁଥିବା ଦୁହେଁ ଶେଷରେ ବାର୍ଦ୍ଧକ୍ୟ ବୟସରେ କରିଛନ୍ତି ବିବାହ । ପ୍ରଥମେ କୋର୍ଟରେ ଏବଂ ପରେ ଗ୍ରାମର ମନ୍ଦିରରେ କନ୍ୟା ଘର ପରିବାର ସମ୍ମୁଖରେ ହୋଇଛି ଏପରି ଏକ ବିବାହ ।

Unique Wedding
୭୬ ବର୍ଷୀୟ ବରକୁ ୪୬ ବର୍ଷୀୟ କନିଆଁ

ଘଟଣା ଥିଲା ଏପରି :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ ପୂର୍ବରୁ ପାରମ୍ପାରିକ ରୀତିନୀତିରେ ବିବାହ କରିଥିଲେ । ରାମଚନ୍ଦ୍ରଙ୍କ ୨ଟି ଝିଅ ସହିତ ପତ୍ନୀ ରହିଥିବା ବେଳେ ଇତିମଧ୍ୟରେ ଦୁଇ ଝିଅଙ୍କୁ ବିବାହ କରି ସାରିଥିଲେ । ଏହାରି ମଧ୍ୟରେ ପତ୍ନୀ ଆରପାରିକୁ ଚାଲିଯିବା ପରେ ସେ ଗତ ୧୮ ବର୍ଷ ଧରି ଏକାକୀ ଜୀବନ ବିତାଇ ଆସୁଥିଲେ । ଇତିମଧ୍ୟରେ ଗୋଟିଏ ଝିଅ ନିଜର ଶ୍ବଶୁର ଘର ପରିବାରକୁ ଧରି ଜୀବନ ବିତାଉଥିବା ବେଳେ ଅନ୍ୟ ଏକ ଝିଅର ମଧ୍ୟ ମୃତ୍ୟୁ ଘଟିଛି । ନିଜର ଧର୍ମପତ୍ନୀ ଚାଲିଗଲା ପରେ ବାର୍ଦ୍ଧକ୍ୟ ଅବସ୍ଥାରେ ଏକାକୀ ରୋଷେଇ କରି ଖାଇବା, ପାଖରେ କେହି ନଥିବା ଯୋଗୁଁ ନାନା ହଇରାଣ ହରକତରେ ଜୀବନ ବିତାଉଥିଲେ ରାମଚନ୍ଦ୍ର ।

ଏହା ବି ପଢନ୍ତୁ- ଥାନା ପରିସରରେ ସ୍ବାମୀ ସାମ୍ନାରେ ଦିଅରକୁ ବିବାହ କଲା ସ୍ତ୍ରୀ

ଏହା ପରେ ରାମଚନ୍ଦ୍ର ଶେଷରେ ବିବାହ କରିବା ପାଇଁ ନେଇଥିଲେ ନିଷ୍ପତ୍ତି । ଗତ ୮ ବର୍ଷ ତଳେ ଏ ନେଇ ରାମଚନ୍ଦ୍ର ଭଞ୍ଜନଗର ସ୍ଥିତ କୁଲାଗଡ଼ ଗ୍ରାମର ତ୍ରିନାଥ ସାହୁଙ୍କ ଝିଅ ସୁରେଖାଙ୍କୁ ଦେଖି ବିବାହ କରିବା ପାଇଁ ସ୍ଥିର କରିଥିଲେ । ହେଲେ ରାମଚନ୍ଦ୍ରଙ୍କ ଭାଇମାନେ ଏଥିରେ ସାଜୁଥିଲେ ବାଧକ । କନ୍ୟା ପରିବାର ବର୍ଗଙ୍କ ବିବାହ ପ୍ରସ୍ତାବକୁ ଭାଇମାନେ ବାରମ୍ବାର ବିଭିନ୍ନ ପ୍ରକାର କଥା କହି ଏଡାଇ ଦେଉଥିଲେ । ହେଲେ ଏହି କଥା ବେଶୀ ଦିନ ଲୁଚିନଥିଲା । ଏହି କଥା ରାମଚନ୍ଦ୍ର ଜାଣିବା ପରେ ନିଜ ପ୍ରସ୍ତାବ ଠିକ କରିଥିବା ସୁରେଖା ସାହୁଙ୍କ ସହିତ ଫୋନରେ କଥାବାର୍ତ୍ତା ଆରମ୍ଭ କରିଥିଲେ ।

ଶେଷରେ ଏହାରି ମଧ୍ୟରେ ପ୍ରେମ ଏତେ ନିବିଡ଼ ହୋଇଯାଇଥିଲା ଯେ ସେମାନେ ଗତ ଜୁଲାଇ ୧୯ ତାରିଖରେ ଭଦ୍ର ଲୋକଙ୍କ ଉପସ୍ଥିତରେ ଭଞ୍ଜନଗର କୋର୍ଟରେ ନୋଟାରୀ ମାଧ୍ୟମରେ ବିବାହ କରିଥିଲେ । ରାମଚନ୍ଦ୍ର ଘରେ ରହୁଥିବା ଗଜପତି ଜିଲ୍ଲାର ମୋହନା ନିକଟବର୍ତ୍ତୀ କନ୍ଧୁଣୀ ଦେବୀ ଗ୍ରାମର ମନ୍ଦିରରେ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Jul 24, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.