ETV Bharat / state

‘ମୁଁ ଏହି ତାର ଛୁଇଁ ଦେବି’; ବିଦ୍ୟୁତ ଟାୱାର ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Aug 8, 2023, 7:30 PM IST

suicide attempt
suicide attempt

ବିଦ୍ୟୁତ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପୋଲିସର ସଫଳ ଉଦ୍ୟମ ଫଳରେ ବଞ୍ଚିଲା ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ

ବିଦ୍ୟୁତ ଟାୱାର ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ପାରଳାଖେମୁଣ୍ଡି: ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଗାରବନ୍ଧମେଟୁ ଗାଁର ଘରୋଇ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ମଦ୍ୟପ ଯୁବକ ଜଣକ ଘରୋଇ କଳହକୁ ନେଇ ଏକ ଉଚ୍ଚ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ମାତ୍ର ପୋଲିସ ଓ ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ଯୁବକ ଜଣକ ତଳକୁ ଓହ୍ଲାଇଥିଲା । ଫଳରେ ଯୁବକଙ୍କ ଜୀବନ ବଞ୍ଚିଯାଇଛି ।

ମିଳିଥିବା ସୂଚନା ଅନୁସାରେ ଗାରବନ୍ଧ ଗାଁ ନିକଟସ୍ଥ ପିଲୁରୁ ଗାଁର ଯୁବକ ଏସ. ଯୋଗେନ୍ଦ୍ର ସକାଳୁ ସକାଳୁ ଏକ ଉଚ୍ଚ ବିଦ୍ୟୁତ ଟାୱାର ଉପରେ ଚଢିଥିବାର କିଛି ପଥଚାରୀ ଦେଖିଥିଲେ । ଏହାପରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଯୁବକଙ୍କୁ ଓହ୍ଲାଇବା ପାଇଁ ନିବେଦନ କରିଥିଲେ । ହେଲେ ଯୁବକ ଜଣକ ଓହ୍ଲାଇ ନଥିଲେ । ସେ କହିଥିଲେ, " ମୁଁ ଏହି ତାର ଛୁଇଁ ଦେବି, ନଚେତ ଏଠାରୁ ଡେଇଁ ଆତ୍ମହତ୍ୟା କରିବି ।" ଲୋକମାନେ ସଙ୍ଗେ ସଙ୍ଗେ ଗାରବନ୍ଧ ଥାନାକୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳେ ପହଞ୍ଚିଥିଲା ଗାରବନ୍ଧ ପୋଲିସ ।

ଏହା ବି ପଢନ୍ତୁ- ଯୁବତୀଙ୍କୁ ପ୍ରେମ ନିବେଦନ ପାଇଁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଅଳ୍ପକେ ବର୍ତ୍ତିଗଲା ଜୀବନ

ଗାରବନ୍ଧ ଥାନା ଅଧିକାରୀ ଗୌଡ ଏବଂ ଅନ୍ୟ ପୋଲିସ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଯୁବକଙ୍କୁ ବୁଝାସୁଝା କରିଥିଲେ । ଯୁବକ ଜଣକ ପ୍ରଥମେ କିଛି ଶୁଣିବାକୁ ନାରାଜ ଥିବାରୁ ଏନେଇ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ତେବେ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଥାନା ଅଧିକାରୀ ଓ ଅଞ୍ଚଳବାସୀଙ୍କ ଉଦ୍ୟମ କ୍ରମେ ତଳକୁ ଯୋଗେନ୍ଦ୍ର ଓହ୍ଲାଇ ଆସିଥିଲେ । ଯୁବକଙ୍କ ଏହି ଆତ୍ମହତ୍ୟା ଉଦ୍ୟମର କାଣର ଖୋଜିଥିଲା ପୋଲିସ । ଯୋଗେନ୍ଦ୍ର ତାଙ୍କ ପରିବାର ସଦସ୍ୟଙ୍କ ସହ କୌଣସି ପ୍ରସଙ୍ଗକୁ ନେଇ କଳହ କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା ।

ଅନ୍ୟପଟେ ଗତ ଏପ୍ରିଲ ୨୧ ତାରିଖରେ ବଲାଙ୍ଗୀରରେ ଦେଖିବାକୁ ମିଳିଥିଲା ଏପରି ଏକ ଘଟଣା । ଯୁବତୀଙ୍କୁ ଏକ ତରଫା ପ୍ରେମ କରି ଯୁବକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରେମକୁ ପାଇବା ପାଇଁ ପାଣି ଟାଙ୍କି ଉପରେ ଚଢିଥିଲେ । ହେଲେ ପାଣିଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲା ଯୁବକଙ୍କ ଜୀବନ । ଏହି ଘଟଣା ବଲାଙ୍ଗୀର ଜିଲ୍ଲା କୁଥୂର୍ଲା ଗ୍ରାମରେ ଦେଖିବାକୁ ମିଳିଥିବା ବେଳେ ଯୁବକ ଜଣକ ନାମ ପିନ୍ଟୁ ହର୍ପାଲ ବୋଲି ଜଣାପଡ଼ିଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.