ETV Bharat / state

ସେରଙ୍ଗରେ ଆଦିବାସୀ ସୂଚନା ଓ ସଂସ୍କୃତି କେନ୍ଦ୍ର, ପ୍ରଦର୍ଶିତ ହେବ ଗହଣା-ଖାଦ୍ୟପେୟ

author img

By

Published : Mar 9, 2021, 10:05 PM IST

ଗଜପତି ଜିଲ୍ଲା ସେରଙ୍ଗ ଠାରେ ଉଦଘାଟିତ ହୋଇଛି ଆଦିବାସୀ ସୂଚନା ଓ ସଂସ୍କୃତି କେନ୍ଦ୍ର । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କଲେ ଆଦିମ ଅଧିବାସୀ । ଅଧିକ ପଢନ୍ତୁ....

Tribal Information and Culture Center in Serang: Jewelry and food will be on display
ସେରଙ୍ଗରେ ଆଦିବାସୀ ସୂଚନା ଓ ସଂସ୍କୃତି କେନ୍ଦ୍ର: ପ୍ରଦର୍ଶିତ ହେବ ଗହଣା-ଖାଦ୍ୟପେୟ

ଗଜପତି : ପୁଣି ଆଦିବାସୀଙ୍କ ମୁହଁରେ ଫୁଟିବ ହସ । ଉଜ୍ଜୀବିତ ରହିବ ସଂସ୍କୃତି ଓ ପରମ୍ପରା। ଲୋକଲୋଚନକୁ ଆସିବ ଆଦିବାସୀଙ୍କ ଖାଦ୍ୟପେୟ ଓ ନୃତ୍ୟଗୀତ । ଆଉ ଏଥିନେଇ ସରକାର ନେଲେ ଉଚିତ୍ ପଦକ୍ଷେପ । ଗଜପତି ଜିଲ୍ଲା ସେରଙ୍ଗ ଠାରେ ଉଦଘାଟିତ ହୋଇଛି ଆଦିବାସୀ ସୂଚନା ଓ ସଂସ୍କୃତି କେନ୍ଦ୍ର । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କଲେ ଆଦିମ ଅଧିବାସୀ । କେବଳ ଗଜପତିବାସୀ ନୁହେଁ , ଦେଶ ବିଦେଶର ପର୍ଯ୍ୟଟକ ମଧ୍ୟ ଏହି କେନ୍ଦ୍ରର ଖୁବ ଲାଭ ଉଠାଇ ପାରିବେ । ଦେଶ ବାହାରେ ପରିଚିତ ହେବ ଆଦିବାସୀଙ୍କ ନିଚ୍ଛକ ଚିତ୍ର ।

ସେରଙ୍ଗରେ ଆଦିବାସୀ ସୂଚନା ଓ ସଂସ୍କୃତି କେନ୍ଦ୍ର: ପ୍ରଦର୍ଶିତ ହେବ ଗହଣା-ଖାଦ୍ୟପେୟ
ସେପଟେ, ଏହି ସଂଗ୍ରହାଳୟକୁ ବ୍ରହ୍ମପୁର ସାଂସଦ ଉଦଘାଟନ କରିଛନ୍ତି । ସେରଙ୍ଗ ଏକ ଥଣ୍ତା ସ୍ଥାନ ହୋଇଥିବାରୁ ପର୍ଯ୍ୟଟକଙ୍କ ଗହଳି ଲାଗି ରହିବ ବୋଲି ଆଶା କରାଯାଉଛି । ଜନଜାତିଙ୍କ ଉନ୍ନତି ପାଇଁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ମାଧ୍ୟମରେ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଭଳି ପରିସ୍ଥିତିରେ ଏହି ସଂଗ୍ରହାଳୟ ସେମାନଙ୍କ ବିକାଶର ଏକ ମାଧ୍ୟମ ହେବ । ସଂଗ୍ରହାଳୟରେ ପ୍ରର୍ଦଶିତ ହେବ ଆଦିବାସୀଙ୍କ ଗହଣା ସମେତ ଅସ୍ତ୍ରଶସ୍ତ୍ର ଓ ବେଶ ପୋଷାକ । ଏବେ ଦେଖିବାକୁ ବାକି ରହିଲା ଏହି ସଂଗ୍ରହାଳୟ ଆଦିବାସୀଙ୍କ ବିକାଶରେ ସହାୟକ ହୋଇ ପାରିବ କି ନାହିଁ ।ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.