ମୁନ୍ଦାଏ ପାଣି ପାଇଁ ଆର.ଉଦୟଗିରି ରାସ୍ତାରେ ଗଡିଲା ହାଣ୍ଡି ମାଠିଆ

author img

By

Published : Nov 8, 2021, 5:56 PM IST

ମିଳୁନି ପିଇବା ପାଣି, ରାସ୍ତାରୋକ କରି ପ୍ରତିବାଦ କଲେ ଆର.ଉଦୟଗିରି ବାସିନ୍ଦା

୧୫ ଦିନ ହେଲାଣି ଲୋକଙ୍କୁ ମିଳୁନି ପିଇବା ପାଣି । ମୁନ୍ଦାଏ ପାଣି ପାଇଁ ଶେଷରେ ହାଣ୍ଡି, ବାଲଟି ଧରି ରାଜରାସ୍ତା ରୋକ୍‌ କରିବାକୁ ବାଧ୍ୟ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଗଜପତି: ୧୫ ଦିନ ହେଲାଣି ଲୋକଙ୍କୁ ମିଳୁନି ପିଇବା ପିଇବା ପାଣି । ମୁନ୍ଦାଏ ପାଣି ପାଇଁ ଶେଷରେ ହାଣ୍ଡି, ବାଲଟି ଧରି ରାଜରାସ୍ତା ରୋକ୍‌ କରିବାକୁ ବାଧ୍ୟ ହୋଇଛନ୍ତି । ଗଜପତି ଜିଲ୍ଲା ଆର.ଉଦୟଗିରି ମୁଖ୍ୟ ବଜାରରେ ଆଜି(ସୋମବାର) ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘଦିନ ହେଲା ପମ୍ପ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସମ୍ପୂର୍ଣ୍ଣ ଆର.ଉଦୟଗିରି ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ରହିଛି । ଏହାକୁ ନେଇ ସୋମବାର ସକାଳ ୭ଟାରୁ ଦିନ ୯.୩୦ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ ସହରବାସୀ ।

ମିଳୁନି ପିଇବା ପାଣି, ରାସ୍ତାରୋକ କରି ପ୍ରତିବାଦ କଲେ ଆର.ଉଦୟଗିରି ବାସିନ୍ଦା

ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଥିବାରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲା । ତେବେ କୌଣସି ପଞ୍ଚାୟତ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିଲା ଯାହା ଫଳରେ ଲୋକ ରାସ୍ତାରୋକରୁ ହଟିନଥିଲେ । ସପ୍ତାହିକ ହାଟରେ ରାସ୍ତାରୋକରେ ପ୍ରବଳ ଭିଡ଼ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା ।

ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣା ସ୍ଥଳରେ ଆର.ଉଦୟଗିରି ଥାନା ଅଧିକାରୀ ପହଞ୍ଚି ଫୋନ୍‌ ଯୋଗେ ଆର.ଉଦୟଗିରି କଳ ଯୋଗାଣ ଅଧିକାରୀଙ୍କୁ ଲୋକଙ୍କ ସମସ୍ୟା ନେଇ ଅବଗତ କରିବା ସହ ତାଗିଦ କରିଥିଲେ । ପରେ ସେ ଲୋକଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲେ ସ୍ଥାନୀୟ ଲୋକେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.