ଗଜପତିରେ ‘ଗୁଲାବ’ର ଗର୍ଜନ: ଭାଙ୍ଗିଲା ଗଛ, ତୁହାକୁ ତୁହା ବର୍ଷା

author img

By

Published : Sep 26, 2021, 9:12 PM IST

ଗଜପତିରେ ବାତ୍ୟା ‘ଗୁଲାବ’ ପ୍ରଭାବ: କିଛି ସ୍ଥାନରେ ଭାଙ୍ଗିଲା ଗଛ, ତୁହାକୁ ତୁହା ବର୍ଷା ଜାରି

ଗଜପତି ଜିଲ୍ଲାରେ ବାତ୍ୟା ‘ଗୁଲାବ’ର ପ୍ରଭାବରେ ବର୍ଷା ଜାରି । କିଛି ସ୍ଥାନରେ ଗଛ ଭାଙ୍ଗିଥିବା ସୂଚନା । ଅଧିକ ପଢନ୍ତୁ...

ଗଜପତି: ବାତ୍ୟା ‘ଗୁଲାବ’ର ପ୍ରଭାବ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ପବନ ସଙ୍ଗେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ କିଛି ସ୍ଥାନରେ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକ ଏଭଳି ପରିସ୍ଥିତିରେ ରାସ୍ତାରୁ ଗଛ ହଟାଇ ପ୍ରଶାସନକୁ ପୁନଃଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଗଜପତିରେ ବାତ୍ୟା ‘ଗୁଲାବ’ ପ୍ରଭାବ: କିଛି ସ୍ଥାନରେ ଭାଙ୍ଗିଲା ଗଛ, ତୁହାକୁ ତୁହା ବର୍ଷା ଜାରି

ତେବେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ କଳିଙ୍ଗପଟ୍ଟନମ ଓ ଦକ୍ଷିଣ ଓଡିଶା ଉପକୂଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଗୁଲାବ ସ୍ଥଳଭାଗ ଅତିକ୍ରମ କରିଛି । ସଂନ୍ଧ୍ୟା ପ୍ରାୟ 6ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏବେ ମଧ୍ୟ ଜାରି ରହିଛି। ତେବେ ଏହା ଠାରୁ ଆଉ ଆହ୍ବାନପୂର୍ଣ୍ଣ ସ୍ଥିତି ରହିବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଓ ମୁଖ୍ୟ ରିଲିଫ କମିଶନର ସୂଚନା ଦେଇଛନ୍ତି । ବର୍ତ୍ତମାନ ବାତ୍ୟା ଅତିକ୍ରମ କରୁଥିବାବେଳେ ତୁହାକୁ ତୁହା ବର୍ଷା ଜାରି ରହିଛି । କୌଣସି ସ୍ଥାନରେ ବଡ ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

ବାତ୍ୟା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଓଡିଶାର 4 ଜିଲ୍ଲା କୋରାପୁଟ, ମାଲକାନଗିିରି, ଗଞ୍ଜାମ ଓ ଗଜପତିରେ ମୁକାବିଲା ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.