ଗଣେଶ ପୂଜା ପେଣ୍ଡାଲ ନିକଟରୁ ଡାକି ନେଇ ନାବାଳିକାକୁ ଦୁଷ୍କର୍ମ ! ପୋଲିସ କବଜ୍ଜାରେ ନାବାଳକ

author img

By

Published : Sep 12, 2021, 8:32 AM IST

ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୋଲିସ କବଜ୍ଜାରେ ଅଭିଯୁକ୍ତ ନାବାଳକ

ସାତ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି କାଣ୍ତ ଘଟାଇଛନ୍ତି ଜଣେ ନାବାଳକ । ନାବାଳିକାକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଉଛି । ଅଧିକ ପଢନ୍ତୁ...

ଗଜପତି: ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି କାଣ୍ତ ଘଟାଇଛନ୍ତି ଜଣେ ନାବାଳକ । ନାବାଳିକାକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ଗଣେଶ ପୂଜା ଚାଲୁଥିବା ସମୟରେ ସେହି ଅଞ୍ଚଳର ଜଣେ ନାବାଳକ ନାବାଳିକାକୁ ଏକ ଶୂନଶାନ ସ୍ଥାନକୁ କୌଣସି ଏକ ବାହାନାରେ ଡାକି‌ ନେଇ ଦୁଷ୍କର୍ମ କରିଥିଲା ।

ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୋଲିସ କବଜ୍ଜାରେ ଅଭିଯୁକ୍ତ ନାବାଳକ

ପରେ ନାବଳିକା ଜଣକ ଏନେଇ ଘର ଲୋକଙ୍କୁ ଜଣାଇବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । କାଶୀନଗର ପୋଲିସ ପିଡିତାଙ୍କୁ ଆଣି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏହାସହ ଅଭିଯୁକ୍ତକୁ ମଧ୍ୟ ଆଣି ଡାକ୍ତରୀମାଇନା କରାଇଛି‌ । ବର୍ତ୍ତମାନ ନାବାଳିକାର ଅବସ୍ଥା ସ୍ଥିର ରହିଥିବା କହିଛନ୍ତି ଡାକ୍ତର। ସେପଟେ ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ପୋଲିସ।

ଗଜପତିରୁ ହରିହର ପଟ୍ଟନାୟକ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.