ETV Bharat / state

ଅନ୍ୟ ଜାତିରେ ବିବାହ କଲା ଝିଅ, ବଞ୍ଚି ଥାଉ ଥାଉ ପିଣ୍ଡଦାନ କଲେ ପରିବାର

author img

By ETV Bharat Odisha Team

Published : Sep 12, 2023, 8:28 PM IST

Man performs last rites of daughter over inter caste marriage
Man performs last rites of daughter over inter caste marriage

ପୁଣି ବଞ୍ଚି ଥାଉ ଥାଉ ଝିଅର ପିଣ୍ଡଦାନ । ଅନ୍ୟ ଜାତିରେ ବିବାହ ପରେ ଗଜପତି ଜିଲ୍ଲା ଚାନ୍ଦିପୁଟ ଗ୍ରାମରେ ପରିବାର ଝିଅର ପିଣ୍ଡଦାନ କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ଅନ୍ୟ ଜାତିରେ ବିବାହ କଲା ଝିଅ, ବଞ୍ଚି ଥାଉ ଥାଉ ପିଣ୍ଡଦାନ କଲେ ପରିବାର

ପାରଳାଖେମୁଣ୍ଡି: ଝିଅ ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କଲେ ବୋଲି ଶୁଦ୍ଧିକ୍ରିୟା କଲେ ପରିବାର । କେନ୍ଦ୍ରାପଡ଼ା ପରେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ରାତି ଅଧରେ ଝିଅ ଘରୁ ଚାଲିଯାଇ ଅଲଗା ଜାତିରେ ବିବାହ କରିବା ପରେ ପରିବାର ଏପରି କଠୋର ନିଷ୍ପତ୍ତି ନେଇଛି । ଆଜି ରୀତିନୀତି ଅନୁସାରେ ଝିଅର ଦଶାହକାର୍ଯ୍ୟ କରାଯାଇଛି ।

ଗାଁର ସହଦେଵ ସାହୁଙ୍କ ଝିଅ ଚାନ୍ଦିନୀ ସାହୁ ଗତ ୨ ତାରିଖ ଶନିବାର ଦିନ ରାତିରେ ଘରୁ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ଗତ ୪ ତାରିଖ ଦିନ ଗାଁର ଜଣେ ଅନ୍ୟ ଜାତିର ପୁଅ ସହ କୋର୍ଟରେ ବିବାହ କରିଥିବା ଫଟୋ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର । ଏହାପରେ ଗତ ୬ ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା ସହଦେଵ । ତେଵେ ଝିଅ ଅନ୍ୟ ଜାତିରେ ବିବାହ କରି ପୁରା ପରିବାରକୁ ଅପମାନିତ କରିଛି । ଏଣୁ ଝିଅ ମରିଗଲା ବୋଲି କହିବା ସହ ତାର ଫଟୋରେ ଫୁଲମାଳ ପକାଇ ପୁରୋହିତଙ୍କ ଦ୍ବାରା ଆଜି ଶୁଦ୍ଧିକ୍ରିୟା କରାଯାଉଥିବା କହିଛନ୍ତି ପରିବାର ଲୋକେ ।

ଏହା ବି ପଢନ୍ତୁ- ପ୍ରେମ କରି ପାପ କରି ଦେଲା ଝିଅ ! ଜିିଇଁ ଥାଉଥାଉ ପିଣ୍ଡ ଦେଇଦେଲେ ପରିବାର ଲୋକେ

ଜନ୍ମରୁ ଅତି ପରିଶ୍ରମ କରି ଝିଅକୁ ବଡ କରି ପାଠ ପଢ଼ାଇଥିଲେ । ସବୁ ସମୟରେ ଝିଅର ସବୁ ଆବଶ୍ୟକତାକୁ ପୂରଣ କରିଥିଲେ । ତେବେ ଶେଷରେ ନିଜର ଅନ୍ତ ଚିରି, ସବୁ ତ୍ୟାଗ କରିଦେଇ ଜନ୍ମ କରିଥିବା ଝିଅ ବାପାମାଆଙ୍କ ଅବଦାନ ଭୁଲି ଯାଇ ତାଙ୍କ ପାଇଁ ଯେଉଁ କର୍ତ୍ତବ୍ୟ ରହିବା କଥା ତାକୁ ବ୍ୟାଘାତ କରିଥିବା ପରିବାର ଲୋକେ କହିଛନ୍ତି । ଏ ନେଇ ସହଦେବଙ୍କ ବଡ଼ ଝିଅ ନନ୍ଦିନୀ କହିଛନ୍ତି, " ମୋର ସାନ ଭଉଣୀ ଅନ୍ୟ ଜାତିରେ ବିବାହ କଲା । କାହାକୁ କିଛି ନ କହି ଅଧ ରାତିରେ ଘରୁ ପଳାଇ ଯାଇଥିଲା । ଏଣୁ ତାର ଆଜି ଶୁଦ୍ଧିକ୍ରିୟା ହୋଇଛି ।"

ସୂଚନା ଥାଉ କି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ । ଏଠାରେ ଝିଅ ପ୍ରେମ ବିବାହ କରିବା ପରେ ଜିଇଁ ଥାଉ ଥାଉ ତାର ଶୁଦ୍ଧିକ୍ରିୟା କରିଦେଲେ ପରିବାର ଲୋକେ । ଆଳି ସଦର ମହକୁମା ନୂଆବଜାରର ଝିଅ ଦୀପାଞ୍ଜଳି, ରାଜେନ୍ଦ୍ର ମଳିକଙ୍କୁ ଦୀର୍ଘ ବର୍ଷ ହେବ ପ୍ରେମ କରୁଥିଲେ । ଝିଅ ପରିବାର ଲୋକ ବିରୋଧ କରୁଥିବା ବେଳେ ଗତ ବୁଧବାର ମନ୍ଦିରରେ ପୁଅ ଘର ଲୋକ ଉଭୟଙ୍କ ବିବାହ କରିଥିଲେ । ଏହାକୁ ନେଇ ଝିଅଘର ଲୋକେ ବଜାର ମଧ୍ୟରେ ଏକ ପୋଷ୍ଟର ମାରି ଝିଅକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ବିଦ୍ଧି ଅନୁଯାୟୀ ଶୁଦ୍ଧିକ୍ରିୟା କରିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଗଜପତି ଜିଲ୍ଲାରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.