ETV Bharat / state

ପ୍ରେମ କରି ପାପ କରି ଦେଲା ଝିଅ ! ଜିିଇଁ ଥାଉଥାଉ ପିଣ୍ଡ ଦେଇଦେଲେ ପରିବାର ଲୋକେ

author img

By ETV Bharat Odisha Team

Published : Sep 7, 2023, 7:20 PM IST

ଗାଁ ଦାଣ୍ଡରେ ବନ୍ଧା ହୋଇଛି ବାହାଘର ଟେଣ୍ଟ, ସେପଟେ ଦାଣ୍ଡରେ ଲାଗିଛି ଝିଅର ଫଟୋରେ ଫୁଲ ଚଢାଇ ଶୁଦ୍ଧିକ୍ରିୟା କଲା ପରିବାର । ଅଧିକ ପଢନ୍ତୁ

ପ୍ରେମ ବିବାହ କରିବାରୁ ଝିଅର ଶୁଦ୍ଧିକ୍ରିୟା କଲା ପରିବାର
ପ୍ରେମ ବିବାହ କରିବାରୁ ଝିଅର ଶୁଦ୍ଧିକ୍ରିୟା କଲା ପରିବାର

ପ୍ରେମ ବିବାହ କରିବାରୁ ଝିଅର ଶୁଦ୍ଧିକ୍ରିୟା କଲା ପରିବାର

କେନ୍ଦ୍ରପଡ଼ା: ପ୍ରେମ, ସ୍ନେହ ଭଲ ପାଇବା ଦ୍ୱାହି ତ ପ୍ରାୟ ପ୍ରତ୍ୟେକ ଦେଇ ଥାଆନ୍ତି । କିନ୍ତୁ ବାସ୍ତବ ଜୀବନରେ ଏହାକୁ ଅନୁକରଣ କରିବାକୁ ଅଧିକାଂଶ ଚାହାନ୍ତି ନାହିଁ । ଆଧୁନିକ ଯୁଗରେ ଏବେ ବି ପ୍ରେମ ଭଲପାଇବାକୁ ଏକ ଦୋଷ ରୂପେ ଦେଖି ଆସୁଛି ସମାଜ । ଆଉ ଯେବେ ଯୁବପୀଢ଼ି ମନ ଝରକା ଖୋଲି ଏହି ଦୋଷ କରିବସେ ସେତେବେଳେ ତାକୁ ସହିବାକୁ ପଡ଼େ ସମାଜର ତାଡ଼ନା । ଏହାର ଏକ ନିଚ୍ଛକ ଉଦାହରଣ ଏବେ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ । ଏଠାରେ ଝିଅ ପ୍ରେମ ବିବାହ କରିବାପରେ ଜିଇଁ ଥାଉ ଥାଉ ତାର ଶୁଦ୍ଧିକ୍ରିୟା କରିଦେଲେ ପରିବାର ଲୋକେ ।

ସାତଜନ୍ମର ସାଥି ହେବା ପାଇଁ ଜନ୍ମଦାତାଙ୍କ ସହ ସମ୍ପର୍କ ଛିନ୍ନ କଲା ଆଉ ଝିଅ । ଯାହାପରେ ଜିଅନ୍ତା ଅବସ୍ଥାରେ ଝିଅର ଶ୍ରାଦ୍ଧ କଲା ପରିବାର । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । କେନ୍ଦ୍ରାପଡ଼ା ଆଳି ସଦର ମହକୁମା ନୂଆବଜାରର ଝିଅ ଦୀପାଞ୍ଜଳି, ରାଜେନ୍ଦ୍ର ମଳିକଙ୍କୁ ଦୀର୍ଘ ବର୍ଷ ହେବ ପ୍ରେମ କରୁଥିଲେ । ଝିଅ ପରିବାର ଲୋକ ବିରୋଧ କରୁଥିବା ବେଳେ ଗତକାଲି(ବୁଧବାର) ମନ୍ଦିରରେ ପୁଅ ଘର ଲୋକ ଉଭୟଙ୍କ ବିବାହ କରିଥିଲେ । ଏହାକୁ ନେଇ ଝିଅଘର ଲୋକେ ବଜାର ମଧ୍ୟରେ ଏକ ପୋଷ୍ଟର ମାରି ଝିଅକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ବିଦ୍ଧି ଅନୁଯାୟୀ ଶୁଦ୍ଧି କ୍ରିୟା କରିଛନ୍ତି ।

ବର ପକ୍ଷ ଲୋକଙ୍କ କହିବା ଅନୁଯାୟୀ, "ଦୀର୍ଘ ବର୍ଷଧରି ପୁଅଝିଅ ଉଭୟ ଉଭୟଙ୍କୁ ପ୍ରେମ କରି ଆସୁଥିଲେ । ରାଜେନ୍ଦ୍ର ମଲିକଙ୍କ ଘରଠାରୁ କନ୍ୟା ଦୀପାଞ୍ଜଳିଙ୍କ ଘର ମାତ୍ର ୨୦୦ ମିଟର ଦୂର । ଦୁଇମାସ ତଳେ ଝିଅ ପୁଅ ଘରଛାଡି ପଳାୟନ କରିଥିଲେ । ପରେ ଘର ଲୋକ ଉଭୟଙ୍କୁ ଖୋଜାଖୋଜି କରି ଉଭୟଙ୍କୁ ଘରକୁ ଫୋରାଇ ଆଣିଥିଲେ । କିନ୍ତୁ 15 ଦିନ ତଳେ ଝିଅ ପୁନର୍ବାର ପୁଅ ଘରକୁ ପଳାୟନ କରିଥିଲା । ଯାହାପରେ ଝିଅ ଘର ଲୋକେ ଝିଅକୁ ଗ୍ରହଣ କରିବାକୁ ମନା କରିଥିଲେ । ତେଣୁ ଝିଅ ଓ ପୁଅର ସମସ୍ତ ରୀତିନୀତିରେ ବିବାହ କରାଯାଇଛି । ମାତ୍ର ଏହାକୁ ନେଇ ଝିଅ ଘର ଯାହା କଲେ ତାହା ଅନୁଚିତ । ଆଜି କାଲି ପ୍ରେମବିବାହ ଅତି ସାଧାରଣ କଥା । ଏହି ସମାନ୍ୟ କଥାକୁ ନେଇ ଝିଅର ଶୁଦ୍ଧିକ୍ରିୟା କରିବ ନିନ୍ଦନୀୟ ଘଟଣା।"

ଏହା ବି ପଢନ୍ତୁ... ପ୍ରେମ ବିବାହ କରିବାରୁ ମିଳିଲା ଦଣ୍ଡ: ୨୦ ବର୍ଷ ଗାଁରୁ ବାସନ୍ଦ ହେଲେ ସ୍ବାମୀ-ସ୍ତ୍ରୀ

ଅନ୍ୟପଟେ କନ୍ୟାର ଦାଦା ବାବୁରାମ ମଲିକ କହିଛନ୍ତି, "ଆମେ ଉଭୟଙ୍କ ବିବାହ କରିବା ପାଇଁ କଥା ଦେଇଥିଲୁ । ହେଲେ ସେମାନେ ଜୋରଜବଦସ୍ତି ନୀତି ବିରୁଦ୍ଧରେ ବିବାହ କରାଉଛନ୍ତି । ହିନ୍ଦୁ ରୀତିନୀତିରେ ବିବାହ କରୁନଥିବା ବେଳେ ଜାଣିଶୁଣି ଆମ ଶତ୍ରୁଙ୍କ ଘରେ ବିବାହ କରାଇ ଆମକୁ ଆପମାନିତ କରୁଛନ୍ତି ।"

ଅନ୍ୟପଟେ ଝିଅ ଦୀପାଞ୍ଜଳି ମଲିକ କହିଛନ୍ତି,"ଆଜିକାଲି ସମସ୍ତେ ଭଲ ପାଉଛନ୍ତି ଆଉ ମୁଁ ବି ଭଲ ପାଇ ବିବାହ କଲି । ଏହାକୁ ନେଇ ମୋର ଶୁଦ୍ଧିକ୍ରିୟା କରିବା ମତେ କଷ୍ଟ ଦେଇଛି । ମୋ ସହ ଯାହା ଘଟିଛି ଆଉ କାହା ସହ ନଘଟୁ । ମୋ ମାତାପିତା ଏପରି କରିବା ପାଇଁ ଚାହୁଁ ନାହାନ୍ତି । ତାଙ୍କୁ ବାଧ୍ୟ କରାଯାଉଛି ଏପରି କରିବାକୁ ।"

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.