ଘାଟିରେ ଓଲଟିଲା କାମଧେନୁ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Sep 26, 2022, 9:40 AM IST

ଘାଟିରେ ଓଲଟିଲା କାମଧେନୁ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି ଜିଲ୍ଲା ମୋହନା ରାଇସିଙ୍ଗ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ(Bus Overturns) । ମୁନିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ ଘଟିଲା ଅଘଟଣ । ଅଳ୍ପକେ ବର୍ତ୍ତିଲେ ୨୪ ଯାତ୍ରୀ । ଅଧିକ ପଢନ୍ତୁ

ଗଜପତି: ଜିଲ୍ଲା ମୋହନା ରାଇସିଙ୍ଗ ଘାଟିରେ ଅଘଟଣ । ଭରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍(Bus Overturns) । ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ୨୪ ଯାତ୍ରୀ ।

ଏହା ମଧ୍ୟ ପଢନ୍ତୁ: ହଳଦିପଦା ବାଇପାସରେ ଓଲଟିଲା ତୀର୍ଥଯାତ୍ରୀ ବସ, ବଡ ବିପଦରୁ ବର୍ତ୍ତିଲେ ଯାତ୍ରୀ

ସୂଚନାଅନୁସାରେ, ସୋମବାର ଭୋର୍ 3ଟା ବେଳେ କାମଧେନୁ ନାମକ ଏକ ଯାତ୍ରୀବାହୀ ବସ ରାୟଗଡ଼ା ଜିଲ୍ଲା ମୁନିଗୁଡାରୁ ବ୍ରହ୍ମପୁର ଯାଉଥିଲା l ତେବେ ହଠାତ୍‌ ଗାଡ଼ିଟି ରାଇସିଙ୍ଗ ଘାଟି ଅତିକ୍ରମ କରୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ୱକୁ ଓଲଟି ପଡ଼ିଥିଲା । ଖବରପାଇ ମୋହନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ୨୪ ଯାତ୍ରୀ । ତେବେ ବସରେ ୨୪ ଜଣ ଯାତ୍ରୀ ରହିଥିବା ନେଇ ସୂଚନା ରହିଛି ।

ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘନ କୁହୁଡି ଓ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: କୁଲ୍ଲୁରେ ପାହାଡରୁ ଖସିଲା ତୀର୍ଥଯାତ୍ରୀ ବସ: 7 ମୃତ, 10 ଆହତ

ଗତ ସେପ୍ଟେମ୍ବର ୧୨ ତାରିଖ ଦିନ ବାଲେଶ୍ବର ହଳଦିପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ ବସ ଓଲଟି ପଡିଥିଲା । ଛତିଆ ବଟରୁ ଦିଘା ଯାଉଥିବା ବେଳେ ଏହି ଅଘଟଣ ହୋଇଥିଲା । ରାଜନନ୍ଦିନୀ ନାମକ ଏକ ତୀର୍ଥଯାତ୍ରୀ ବସ ଛତିଆ ବଟରୁ ବାହାରି ଦିଘା ଅଭିମୁଖେ ଯାଉଥିବା ବେଳେ ହଳଦିପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ନୟନଯୋଡିକୁ ଖସିପଡ଼ିଥିଲା । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ବସରେ ଥିବା ୬୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ଷା ସାଙ୍ଗକୁ ଗାଡିର ଦ୍ରୁତ ଗତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.