କୁଲ୍ଲୁରେ ପାହାଡରୁ ଖସିଲା ତୀର୍ଥଯାତ୍ରୀ ବସ: 7 ମୃତ, 10 ଆହତ

author img

By

Published : Sep 26, 2022, 6:58 AM IST

Updated : Sep 26, 2022, 8:06 AM IST

several dead in road accident in kullu himachal pradesh

ହିମାଚଳ ପ୍ରଦେଶରେ ପାହାଡ଼ରୁ ଖସି ପଡ଼ିଲା ତୀର୍ଥଯାତ୍ରୀ ବସ୍‌ । ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 10 ଆହତ । ଅଧିକ ପଢ଼ନ୍ତୁ

ଶିମଲା: ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ( Road Accident In kullu) । ଏକ ତୀର୍ଥଯାତ୍ରୀ ବସ୍‌ ପାହାଡ଼ରୁ ଖସି ପଡ଼ିବା ଯୋଗୁଁ 7 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ରାତି ପ୍ରାୟ 8ଟା 30 ସମୟରେ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ବଞ୍ଜାର ଘାଟିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୁଲୁ ଜିଲ୍ଲା ବଞ୍ଜାର ଘାଟି NH 305ରେ ଏକ ତୀର୍ଥଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ପାହାଡ଼ରୁ ଖସି ପଡ଼ିଥିଲା । ଫଳରେ 7 ଜଣଙ୍କ ମୃତ୍ୟୁ ଘଟିଛି । କୁଲୁ ଜିଲ୍ଲା ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି, ପ୍ରାଥମିକ ରିପୋର୍ଟ ଅନୁଯାୟୀ ଗାଡ଼ିରେ ଡ୍ରାଇଭର ସମେତ 17 ଜଣ ଯାତ୍ରୀ ଥିଲେ । ସେଥିରୁ 10 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସଜବାଜ, ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନୀତିଶ ଓ ଲାଲୁ

5 ଜଣ ଆହତଙ୍କୁ କୁଲୁ ସ୍ଥିତ ଏକ ଡାକ୍ତରଖାନାକୁ ପଠାଯାଇଥିବାବେଳେ ଅନ୍ୟ 5 ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଡେପୁଟି କମିଶନର କହିଛନ୍ତି । ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Last Updated :Sep 26, 2022, 8:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.