ହଳଦିପଦା ବାଇପାସରେ ଓଲଟିଲା ତୀର୍ଥଯାତ୍ରୀ ବସ, ବଡ ବିପଦରୁ ବର୍ତ୍ତିଲେ ଯାତ୍ରୀ

author img

By

Published : Sep 12, 2022, 10:58 AM IST

ହଳଦିପଦା ବାଇପାସରେ ଓଲଟିଲା ତୀର୍ଥଯାତ୍ରୀ ବସ

ହଳଦିପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ (Pilgrim Bus Overturns)। ଛତିଆ ବଟରୁ ଦିଘା ଯାଉଥିବା ବେଳେ ଘଟିଲା ଅଘଟଣ । ଅଧିକ ପଢନ୍ତୁ

ବାଲେଶ୍ବର: ହଳଦିପଦା ବାଇପାସ ନିକଟରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ(Pilgrim Bus Overturns)। ବସରେ ଥିବା ୬୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି । 2 ଗୁରୁତରଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: WB Tourist Bus Overturns: କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ, 6 ମୃତ 20ରୁ ଊର୍ଦ୍ଧ୍ବ ଆହତ

ସୂଚନା ଅନୁସାରେ, ରାଜନନ୍ଦିନୀ ନାମକ ଏକ ତୀର୍ଥଯାତ୍ରୀ ବସ ଛତିଆ ବଟରୁ ବାହାରି ଦିଘା ଅଭିମୁଖେ ଯାଉଥିବା ବେଳେ ହଳଦିପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ନୟନଯୋଡିକୁ ଖସିପଡ଼ିଥିଲା । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ବସରେ ଥିବା ୬୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ସୂଚନା ମିଳିପାରିନଥିବା ବେଳେ ବସ୍ତା ପୋଲିସ ଘଟଣାସ୍ଥଳରେ ପାହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ଷା ସାଙ୍ଗକୁ ଗାଡିର ଦ୍ରୁତ ଗତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ହଳଦିପଦା ବାଇପାସରେ ଓଲଟିଲା ତୀର୍ଥଯାତ୍ରୀ ବସ

ସୂଚନା ଥାଉକି, ଗତ ଜୁଲାଇ ୨୩ ତାରିଖ ଦିନ ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟି ଦୃତ ଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟି ଠାରେ ହଠାତ୍ ଏକ ଛେଳି ପଲ ରାସ୍ତା ଉପରକୁ ଚାଲି ଆସିଥିଲେ । ହେଲେ ଡ୍ରାଇଭର ଜଣକ ଛେଳି ଗୁଡିକୁ ବଞ୍ଚାଇବାକୁ ଯାଇ ଜୋରରେ ବ୍ରେକ ଦେଇଥିଲେ । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଗୋଟିଏ ପଟକୁ ଓଲଟି ଯାଇଥିଲା । ଖବରପାଇ କୁଡୁମୁଲୁଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରାଥିଲେ ।

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଖାପାଖି ୧୦ ଜଣ ଯାତ୍ରୀ ଚିକିତ୍ସିତ ହୋଇଥିବା ବେଳେ କାହାରିକୁ ଗଭୀର ଆଘାତ ଲାଗିନଥିବା କଥା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ । ସମସ୍ତ ୧୦ଜଣ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।


ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.