ବଳ ଗୋଟାଉଛି ‘ଗୁଲାବ’, ମୁକାବିଲା ପାଇଁ ପ୍ରସ୍ତୁତ ଗଜପତି ଜିଲ୍ଲା

author img

By

Published : Sep 26, 2021, 8:03 AM IST

ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ଗଜପତିରେ ପ୍ରସ୍ତୁତି ଜେରଦାର

ବାତ୍ୟା ଏବଂ ଆହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଗଜପତି ଜିଲ୍ଲାକୁ ୬ଟି ଓଡ୍ରାଫ୍ ଏବଂ ୨ ଏନଡିଆରଏଫ ଟିମ୍ ଜିଲ୍ଲାରେ ପହଂଚିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ...

ଗଜପତି: ସମ୍ଭାବ୍ୟ ବାତ୍ୟା ‘ଗୁଲାବ୍‌’ ବର୍ତମାନ ଗୋପାଳପୁର ଠାରୁ ପ୍ରାୟ ୪ ଶହ କିମି ଦୂରରେ ରହିଥିବା ବେଳେ ୧୨ କିମି ବେଗରେ ସୁଳଭାଗ ଆଡକୁ ମୁହାଁଉଛି । ଆଜି ସନ୍ଧ୍ୟାରେ ଗୋପାଳପୁର-ବିଶାଖପାଟଣା ମଧ୍ୟଭାଗ ଅର୍ଥାତ୍ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା କଳିଙ୍ଗପାଟଣା ନିକଟରେ ଏହା ସ୍ଥଳ ଭାଗ ଛୁଇଁବା ନେଇ ଆକଳନ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ବାତ୍ୟା ସୁଳଭାଗ ଛୁଇଁବା ବେଳକୁ ପବନର ବେଗ ୯୦କିମି ରହିବା ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ଗଜପତିରେ ପ୍ରସ୍ତୁତି ଜେରଦାର

କଳିଙ୍ଗ ପାଟଣା [୬] ଗଜପତି ଜିଲ୍ଲାର ନିକଟବର୍ତି ଅଂଚଳ ହୋଇଥିବାରୁ ଏହାର ପ୍ରଭାବ ଗଜପତି ଜିଲ୍ଲା ଉପରେ ପଡିବା ସମ୍ଭାବନା ଯଥେଷ୍ଟ ଅଧିକ। ପବନର ବେଗ ସାଙ୍ଗକୁ ସମ୍ଭାବ୍ୟ ଲଗାଣ ବର୍ଷା ଯୋଗୁଁ ପାହାଡିଆ ଅଂଚଳରେ ମାଟି ଅତଡା ଖସିବାର ସମ୍ଭାବନା ରହିଛି । ତେଣୁ ଭୂସ୍ଖଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରାଥମିକତା ଭିତିରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ବାତ୍ୟା ଏବଂ ଆହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାକୁ ୬ଟି ଓଡ୍ରାଫ୍ ଏବଂ ୨ ଏନଡିଆରଏଫ ଟିମ୍ ଜିଲ୍ଲାରେ ପହଂଚିବେ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି ।

ଜିଲ୍ଲାର ସମସ୍ତ ୭ଟି ବ୍ଲକ ପାଇଁ ୭ଜଣ ନୋଡାଲ ଅଫିସରଙ୍କୁ ମଧ୍ୟ ପ୍ରଶାସନ ନିଯୁକ୍ତ କରିଥିବା ବେଳେ ସେମାନେ ସ୍ଥିତିକୁ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ବାତ୍ୟା ଏବଂ ଏହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ କହିଛନ୍ତି । ତିତଲି ବାତ୍ୟାର ମୁକାବିଲାର ଅନୁଭୂତିକୁ ନେଇ ସେମାନେ ଏହି ବାତ୍ୟାର ସମ୍ମୁଖୀନ କରିବେ ବୋଲି ସେ କହିଛନ୍ତି । ତେଣୁ ଲୋକେ ଆତଙ୍କିତ ନହୋଇ ଆମକୁ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେପଟେ ୫୫ଟି ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରାଯାଇଥିବା ବେଳେ ବିପଦପୂର୍ଣ୍ଣ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା ୭ଜଣ ଗର୍ଭବତୀଙ୍କ ସମେତ ପ୍ରାୟ ୬ଶହ ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଥିବା ବେଳେ ସେମାନଙ୍କୁ ରନ୍ଧ୍ୟାଖାଦ୍ୟ ଦେବାର ବ୍ୟବସ୍ଥା ମଧ୍ୟ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.