ACF ମୃତ୍ୟୁ ମାମଲାରେ ସାଙ୍ଘାତିକ ତଥ୍ୟ, ରାତି ଅଧରେ ସୌମ୍ୟଙ୍କ କ୍ବାର୍ଟରକୁ ଯାଉଥିଲେ DFO

author img

By

Published : Sep 4, 2021, 4:38 PM IST

ACF ମୃତ୍ୟୁ ମାମଲାରେ ସାଙ୍ଘାତିକ ତଥ୍ୟ, ରାତି ଅଧରେ ସୌମ୍ୟଙ୍କ କ୍ବାର୍ଟରକୁ ଯାଉଥିଲେ DFO

ACF ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ବୟାନ । ଡିଏଫଓ ରାତି ଅଧରେ ପଛ ପଟ ଗେଟ୍ ଦେଇ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଉଥିବାର ଦେଖିଥିଲେ ପୂର୍ବତନ ରାତ୍ର ଜଗୁଆଳି । ଅଧିକ ପଢନ୍ତୁ...

ଗଜପତି: ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଡିଏଫଓଙ୍କ ପୂର୍ବତନ ରାତ୍ର ଜଗୁଆଳି ଗଣମାଧ୍ୟମ ସମ୍ମୁଖରେ ଦେଲେ ବିସ୍ଫୋରକ ବୟାନ । ରାତି ଅଧରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ପଛ ପଟ ଗେଟ୍ ଦେଇ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଉଥିଲେ । ଏହା ସେ ନିଜେ ଦେଖିବା ପରେ ତାଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ଜଗୁଆଳି ଗଙ୍ଗା ପ୍ରଧାନ ।

ACF ମୃତ୍ୟୁ ମାମଲାରେ ସାଙ୍ଘାତିକ ତଥ୍ୟ, ରାତି ଅଧରେ ସୌମ୍ୟଙ୍କ କ୍ବାର୍ଟରକୁ ଯାଉଥିଲେ DFO

ଜଗୁଆଳିଙ୍କ କହିବା କଥା, ସେ ଗତ 8 ବର୍ଷ ହେଲା ଡିଏଫଓଙ୍କ କାର୍ଯ୍ୟାଳୟରେ ଜଗୁଆଳି ଭାବେ କାମ କରୁଥିଲେ । ସଂଗ୍ରାମ କେଶରୀଙ୍କ ପୂର୍ବରୁ ଯେଉଁ ପୂର୍ବତନ ଡିଏଫଓ ଥିଲେ, ସେ ତାଙ୍କୁ ରାତିରେ ଜଗୁଆଳି ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ ଠାରୁ ସେ ରାତିରେ ନିଜ ଡ୍ୟୁଟି କରୁଥିଲେ । ସେହି ସମୟରେ ରାତି ପ୍ରାୟ ସାଢେ 12ଟାରେ ଡିଏଫଓ ପଛ ପଟ ଗେଟ୍ ଦେଇ ଏସିଏଫ ସୌମ୍ୟରଞ୍ଜନଙ୍କ କ୍ବାର୍ଟରକୁ ଯାଉଥିବାର ସେ ଦେଖିଥିଲେ । ଡିଏଫଓଙ୍କ ବାସଭବନର ପଛପଟ ଗେଟ୍ ଆଗରୁ ନଥିଲା । ଏବେ ଏହା ନିର୍ମାଣ ହୋଇଛି । ଡିଏଫଓ ଏପରି ରାତିରେ ଲୁଚି ଲୁଚି ଏସିଏଫଙ୍କ କ୍ବାର୍ଟରକୁ ଯିବା ଘଟଣା ଜଣାପଡିବା ପରେ ତାଙ୍କୁ କାମରୁ ବାହାର କରି ଦିଆଯାଇଥିବା ଗଙ୍ଗା ପ୍ରଧାନ ଅଭିଯୋଗ କରିଛନ୍ତି । କେବଳ ମୁଁ ନୁହେଁ, ଅନ୍ୟ କର୍ମଚାରୀମାନେ ମଧ୍ୟ ସବୁ କିଛି ଜାଣିଛନ୍ତି, କିନ୍ତୁ ଡିଏଫଓଙ୍କ ଭୟରେ ସେମାନେ ପାଟି ଖୋଲୁ ନାହାନ୍ତି । ତେଣୁ ଡିଏଫଓଙ୍କୁ ଏଠାରୁ ସ୍ଥାନାନ୍ତର କରାଗଲେ ସେମାନେ ସବୁ ସତ କହିବେ ବୋଲି କହିଛନ୍ତି ପୂର୍ବତନ ଜଗୁଆଳି ।

ଜେରା ସମୟରେ ସେ ପୂର୍ବରୁ ବିଦ୍ୟାଭାରତୀଙ୍କ ଦେଖି ନଥିଲେ ଏବଂ ଘଟଣା ଦିନ ହିଁ ପ୍ରଥମ ଥର ବିଦ୍ୟାଭାରତୀଙ୍କ ଦେଖିଥିବା ଡିଏଫଓ କହିଥିଲେ । ହେଲେ ଏବେ ପୂର୍ବତନ ଜଗୁଆଳିଙ୍କ ଏହି ଚାଞ୍ଚଲ୍ୟକର ବୟାନ ଆସିବା ପରେ ତଦନ୍ତ ଦିଗକୁ ନେଇ ପ୍ରଶ୍ନ ଉଠିଛି । ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୂର୍ବରୁ ପାରଳାଖେମୁଣ୍ଡି ପୋଲିସ ତଦନ୍ତ କରିଥିବେଳେ 30ରୁ ଅଧିକ ଦିନ ହେବ ତଦନ୍ତ ଚାଲିଛି । ହେଲେ ଏତେ ଦିନ ମଧ୍ୟରେ କିପରି ସେମାନେ ଏଭଳି ସାକ୍ଷୀଙ୍କୁ ଖୋଜି ପାଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଜିଲ୍ଲା ସମ୍ପାଦକ । ସମସ୍ତ ମିଳିମିଳି ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ବିଧାନସଭା ଚାଲିଛି । ସେଠାରେ ଏହି ପ୍ରସଙ୍ଗ ଉଠିବା ଭଳି ସ୍ଥିତି ଥିବାରୁ କ୍ରାଇମବ୍ରାଞ୍ଚ ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ପାଇଁ ଯାଇଛି ।

ଡିଏଫଓଙ୍କୁ ଏଠାରୁ ସ୍ଥାନାନ୍ତର ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି । ଫଳରେ ସେ ଅନ୍ୟମାନଙ୍କ ଉପରେ ଚାପ ପ୍ରୟୋଗ କରୁଥିବାର ସନ୍ଦେହ କରାଯାଉଛି । ବନ ବିଭାଗର ସମସ୍ତ କର୍ମଚାରୀ ଡିଏଫଓଙ୍କ ଅଧସ୍ତନ ହୋଇଥିବାରୁ ତାଙ୍କୁ ଏଠାରୁ ସ୍ଥାନାନ୍ତର କରାନଗଲେ ସତ ପଦାକୁ ଆସିବ ନାହିଁ । ପୂର୍ବତନ ଜଗୁଆଳିର ସାଙ୍ଘାତିକ ବୟାନ ପରେ ତଦନ୍ତକାରୀ ଦଳର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିବା ସହ ଡିଏଫଓଙ୍କୁ ସ୍ଥାନାନ୍ତର ପାଇଁ ଦାବି କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମାନବାଧିକାର କର୍ମୀ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଡିଏଫଓଙ୍କୁ ଜେରା ପରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ଡିଏଫଓଙ୍କ ମଧ୍ୟରେ କୌଣସି ସମ୍ପର୍କର ପ୍ରମାଣ ନଥିବା କହି ତତ୍କଳୀନ ଏସପି କ୍ଲିନଚିଟ୍ ଦେଇଥିଲେ । ହେଲେ ଡିଏଫଓ ଅଧରାତିରେ ପଛ ପଟ ଗେଟ୍ ଦେଇ ସୌମ୍ୟଙ୍କ ବାସଭବନକୁ ଯିବା ଅଭିଯୋଗ ଏବେ ପୂରା ମାମଲାର ମୋଡ ବଦାଳାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.