ETV Bharat / state

ରାଜ୍ୟ ସରକାର ଏକ ଲିଜ୍‌ରେ ଚାଲୁଥିବା ସରକାର : ମନମୋହନ ସାମଲ

author img

By ETV Bharat Odisha Team

Published : Sep 14, 2023, 9:20 PM IST

ଗଜପତି ଜିଲ୍ଲାର ଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ କେନ୍ଦ୍ର ଯୋଜନାକୁ ବାଟମାରଣା କରୁଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ରାଜ୍ୟ ସରକାର ଏକ ଲିଜରେ ଚାଲୁଥିବା ସରକାର : ମନମୋହନ ସାମଲ
ରାଜ୍ୟ ସରକାର ଏକ ଲିଜରେ ଚାଲୁଥିବା ସରକାର : ମନମୋହନ ସାମଲ

ରାଜ୍ୟ ସରକାର ଏକ ଲିଜରେ ଚାଲୁଥିବା ସରକାର : ମନମୋହନ ସାମଲ

ଗଜପତି: ଦେଶରେ ନିର୍ବାଚନ ସମୟ ପାଖେଇ ଆସୁଛି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ନେତାମାନେ ଗାଁ ମୁହାଁ ହେଲେଣି । ସ୍ବାଧୀନତାର ୭୫ ବର୍ଷ ପୁର୍ତ୍ତୀ ଅବସରରେ ବିଜେପି 'ମେରି ମାଟି ମେରା ଦେଶ' କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଜେପିର ନେତା ଓ କର୍ମୀମାନେ ମିଶି ଗାଁ ଗାଁ ବୁଲି ମାଟି ସଂଗ୍ରହ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ପହଞ୍ଚିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏଠାରେ 'ମେରି ମାଟି ମେରା ଦେଶ କାର୍ଯ୍ୟ କ୍ରମରେ ଯୋଗ ଦେଇ, ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଜପତି ଜିଲ୍ଲାର ଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି "ବିଜେପି ଆଜି ପଞ୍ଚାୟତସ୍ତରରୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଦୂରେଇବା ପାଇଁ ଏକ ପ୍ରୟାସ ଓ ଆନ୍ଦୋଳନ ଆରମ୍ଭ କରିଛି । ୯ ବର୍ଷରେ ନରେନ୍ଦ୍ର ମୋଦୀ ରାଜ୍ୟ ପାଇଁ ୧୮ ଲକ୍ଷ୍ୟ ୮୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ଏହା ସଠିକ୍ ମାର୍ଗରେ ସରକାର ବିନିଯୋଗ କରିପାରିଲେ ନାହିଁ । ଯଦି ଏହାର ସଠିକ୍ ବିନିଯୋଗ ହୁଅନ୍ତା ତାହାଲେ ଆଜି ଓଡିଶାର ମାନଚିତ୍ରରେ ବିକାଶର ପରିବର୍ତ୍ତନ ହୋଇପାରିଥାଆନ୍ତା । ଏହା ସହ ଗରିବ ଲୋକଙ୍କ ଟଙ୍କାକୁ ବାଟବଣା କରି ଲୁଟ କରାଯାଉଛି । ପଞ୍ଚାୟତ ସ୍ତରରୁ ଯେଉଁ ସବୁ ଟଙ୍କା ବିକାଶ ଉଦ୍ଦେଶ୍ୟରେ ଦିଆଯାଇଛି ତାହା ସଠିକ୍ କାର୍ଯ୍ୟରେ ଲାଗିନାହିଁ । NRGS ତଥା ବିଧାୟକ ଓ ସାଂସଦ ପାଣ୍ଡିକୁ ବାଟମାରଣା କରିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ୟ ବାଟମାରଣା କରୁଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ..Monsoon session: କଂଗ୍ରେସର କମ୍ପନରେ କମ୍ପିବ ବିଧାନସଭା

ଜିଲ୍ଲାରେ ଅନେକ କୃଷି ସମସ୍ୟା ରହିଛି । ମୋହନା ବ୍ଲକରେ କୃଷକମାନଙ୍କ ପାଇଁ ଧାନ ମଣ୍ଡି ନାହିଁ । ଡମ୍ବାପୁର ଜଳ ପ୍ରକଳ୍ପ ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରି ନାହିଁ । ଯଦି କାର୍ଯ୍ୟକାରୀ ହୁଅନ୍ତା ଚାଷୀ ଅନେକ ଲାଭବାନ ହୋଇପାରନ୍ତେ । ଏହିଭଳି ଅନେକ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି । ଏ ସରକାର ଏକ ଲିଜ୍‌ରେ ଚାଲୁଥିବା ସରକାର ତାଙ୍କ ବିରୁଦ୍ଧରେ କୌଣସି ନେତା ମନ୍ତ୍ରୀ ବିଧାୟକ ପାଟି ଖୋଲିବା ସାହସ ନାହିଁ କିନ୍ତୁ ଆଗକୁ ବିଜେଡି ଦଳରେ ବିସ୍ଫୋରଣ ହେବ, ସେହିପରି ଶିକ୍ଷକଙ୍କ ଆନ୍ଦୋଳନ ମଧ୍ୟ ଯଥାର୍ଥତା ରହିଛି ସେମାନଙ୍କ ସମସ୍ୟା ସ୍ଥାୟୀ ଭାବେ ସମାଧାନ କରନ୍ତୁ । ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ଭୟ କରୁଛନ୍ତି କାରଣ ଛାତ୍ର ସମାଜ ଚାହିଁଲେ, ଏ ଦୁର୍ନୀତି ଯୁକ୍ତ ସରକାର ବଦଳିଯିବ ତେଣୁ ସଂସଦ ନିର୍ବାଚନ ସରକାର କରୁନାହାନ୍ତି ବୋଲି କହିଛନ୍ତି ମନମୋହନ ସାମଲ ।

ଇଟିଭି ଭାରତ,ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.