ଓଡିଶା ଜମିରୁ ଗତ 40ବର୍ଷ ହେଲା ଲାଭ ନେଉଛନ୍ତି ଆନ୍ଧ୍ର ଚାଷୀ !

author img

By

Published : Sep 1, 2021, 6:06 PM IST

ଗତ 40ବର୍ଷ ହେଲା ଲାଭ ନେଉଛନ୍ତି ଆନ୍ଧ୍ର ଚାଷୀ

ଜମି ଓଡିଶାର କିନ୍ତୁ ଗତ 40ବର୍ଷ ହେଲା ଲାଭ ନେଉଛନ୍ତି ଆନ୍ଧ୍ର ଚାଷୀ । ଏପରିକି ଉଭୟ ରାଜ୍ୟର ଯୁଗ୍ମ ସର୍ଭେ କରାଯାଇ ଏହା ଓଡିଶାର ବୋଲି ସ୍ପଷ୍ଟ ହେବାର ଇତି ମଧ୍ୟରେ ୧ ବର୍ଷ ବିତିସାରିଥିଲେ ମଧ୍ୟ ଓଡିଶାର ଚାଷୀ ସେହି ଜମିକୁ ଫେରି ପାଇନାହାନ୍ତି । ଅଧିକ ପଢନ୍ତୁ...

ଗଜପତି: ଜମି ଓଡିଶାର, କିନ୍ତୁ ଗତ 40ବର୍ଷ ହେଲା ଲାଭ ନେଉଛନ୍ତି ଆନ୍ଧ୍ର ଚାଷୀ । ଏପରିକି ଉଭୟ ରାଜ୍ୟର ଯୁଗ୍ମ ସର୍ଭେ କରାଯାଇ ଏହା ଓଡିଶାର ବୋଲି ସ୍ପଷ୍ଟ ହେବାର ଇତି ମଧ୍ୟରେ ୧ ବର୍ଷ ବିତିସାରିଥିଲେ ମଧ୍ୟ ଓଡିଶାର ଚାଷୀ ସେହି ଜମିକୁ ଫେରି ପାଇନାହାଁନ୍ତି । ଏଥିପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି ।

ଜମି ମାପଚୁପ କରିବା ସମୟରେ ଏହା ଓଡିଶାର ବୋଲି ସ୍ପଷ୍ଟ ହୋଇଛି, କିନ୍ତୁ ଆନ୍ଧ୍ର ଅଧିକାରୀମାନେ ସେମାନଙ୍କ କାଗଜପତ୍ର ଦେଖାଉଥିବାରୁ ଉଭୟ ରାଜ୍ୟର ବନ୍ଦୋବସ୍ତ ଅଧିକାରୀ ସ୍ତରରେ ଏହାର ସମାଧାନ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଚିଠି ମଧ୍ୟ ଲେଖା ହୋଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଗତ 40ବର୍ଷ ହେଲା ଲାଭ ନେଉଛନ୍ତି ଆନ୍ଧ୍ର ଚାଷୀ


ପାରଳାଖେମୁଣ୍ଡି ତହସିଲ ଚେରୁଗୁଡି ଖାସା ମୌଜାରେ ଥିବା 12 ଏକର 187 ଡେସିମିଲ ଜମି ଓଡିଶାର 12 ଜଣ ଚାଷୀଙ୍କ ନାମରେ ରହିଛି । ହେଲେ ଆନ୍ଧ୍ରର କିଛି ଚାଷୀ ଏହି ଜମିକୁ ନିଜ କବଜାରେ ରଖିବା ସହ ଏହା ଆନ୍ଧ୍ରର ବୋଲି ଦାବି କରୁଛନ୍ତି । କେବଳ ଚାଷୀମାନେ ଦାବି କରୁଛନ୍ତି ତାହା ନହେଁ ଆନ୍ଧ୍ର ଅଧିକାରୀମାନେ ମଧ୍ୟ ଏହାକୁ ପାତପାଟଣା ମଣ୍ଡଳ ଅଧିନର ବୋଲି ଦର୍ଶାଇ ସଂପୃକ୍ତ ଜମିର କାଗଜପତ୍ର ମଧ୍ୟ ପ୍ରଦାନ କରିଛି । ଫଳରେ ନିଜର ଜମିକୁ ହରାଇ ଓଡିଶାର ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆନ୍ଧ୍ରର ଚାଷୀମାନେ କିନ୍ତୁ ସେଠାରେ ଫସଲ କରି ଲାଭବାନ ହେଉଛନ୍ତି ।

ଦୀର୍ଘ ୪୦ବର୍ଷ ହେଲା ଏଭଳି ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ଚାଷୀମାନ ବାରମ୍ବାର ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ଶେଷରେ ଏହାର ସମାଧନ ପାଇଁ ଗତବର୍ଷ ଡିସେମ୍ବର ମାସରେ ଗଜପତି ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିଲା । ଉଭୟ ରାଜ୍ୟର ରାଜସ୍ବ ଅଧିକାରୀଙ୍କୁ ନେଇ ଏକ ଯୁଗ୍ମ ସର୍ଭେ ମଧ୍ୟ କରାଯାଇଥିଲା । ସେଥିରୁ ଏହା ଓଡିଶାର ବୋଲି ସ୍ପଷ୍ଟ ହୋଇଥିଲା । ଫଳରେ ଏଥରେ ଜମି ଫେରି ପାଇବା ନେଇ ଓଡିଶାର ଚାଷୀମାନେ ଆଶା ବାନ୍ଧିଥିଲେ । ହେଲେ ଆଜି ଯାଏଁ ସେଭଳି କିଛି ହେଲାନାହିଁ । ତେଣୁ, ଏହି ଜମି ଫେରିପାଇବା ନେଇ ବର୍ତ୍ତମାନ ସନ୍ଦିହାନ ହୋଇପଡିଛନ୍ତି ଓଡିଶାର ଚାଷୀ ।

ନିଜ ଜମିକୁ ନେଇ ଆଶା ଓ ଆଶଙ୍କାରେ ଥିବା ଚାଷୀମାନେ ପୁଣିଥରେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ତୁରନ୍ତ ଏହି ଜମି ସେମାନଙ୍କୁ ଫେରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି ଯେ, ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ବିବାଦୀୟ ଜମିର ସର୍ଭେ କରାଯାଇଥିଲା । ଉଭୟ ରାଜ୍ୟର ମିଳିତ ସର୍ଭେ ମଧ୍ୟ କରାଯାଇଥିଲା । ସେତେବେଳେ ଏହା ଓଡିଶାର ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ଆନ୍ଧ୍ର ଅଧିକାରୀମାନେ ସେମାନଙ୍କ କାଗଜପତ୍ର ଦେଖାଇଥିଲେ । ତେଣୁ, ଉଭୟ ରାଜ୍ୟର ବନ୍ଦୋବସ୍ତ ଅଧିକାରୀଙ୍କ ସ୍ତରରେ ଏହାର ସମାଧାନ ପାଇଁ ଚିଠି ଲେଖାଯାଇଛି । ସେମାନେ କେବେ କରିବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅତିଶୀଘ୍ର ଏହା ହେବ ବୋଲି ସେ କହିଛନ୍ତି ।

40 ବର୍ଷରୁ ଅଧିକ ସମୟ ବିତିଲା, ନିଜ ଜମି ଫେରି ପାଇ ନାହାନ୍ତି ଚାଷୀ । ଏଥିପାଇଁ ଆଉ କେତେଦିନ ଲାଗି ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.