ACF ମୃତ୍ୟୁ ଘଟଣା, ସସପେନ୍ସ ବଢାଇଲା ବନ ବିଭାଗର ଚିଠି

author img

By

Published : Sep 7, 2021, 10:46 AM IST

Updated : Sep 8, 2021, 11:26 PM IST

ACF ମୃତ୍ୟୁ ଘଟଣା, ବନ ବିଭାଗର ଚିଠି ନେଇ ମୁହଁ ଖୋଲିଲେ ରାତ୍ରୀ ଜଗୁଆଳି

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜଙ୍କ ମୃତ୍ୟୁ ଘଟଣା । ସନ୍ଦେହ ଘେରକୁ ଆସିଲା ବନ ବିଭାଗର ଚିଠି । ଅଧିକ ପଢନ୍ତୁ...

ଗଜପତି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଦିନ ଯେତିକି ଗଡୁଛି, ସସ୍ପେନ୍ସ ସେତିକି ବଢୁଛି । ଘଟଣାରେ ନୂଆ ନୂଆ ତଥ୍ୟ ଏବଂ ଚରିତ୍ର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛନ୍ତି । DFOଙ୍କ ପୂର୍ବତନ ରାତ୍ରି ଜଗୁଆଳି ଗଙ୍ଗା ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେବାର ଦିନକ ପରେ ଲୋକଲୋଚନକୁ ଆସିଛି ବନବିଭାଗର ଏକ ଚିଠି । ଯେଉଁଥିରେ ଗଙ୍ଗାଙ୍କୁ ଗତ 2020 ମସିହା ଡିସେମ୍ବର ମାସରୁ ଚାକିରିରୁ ହଟାଯାଇଥିବା ଉଲ୍ଲେଖ ରହିଛି । ତେବେ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଜଗୁଆଳି ଗଙ୍ଗା ।

ACF ମୃତ୍ୟୁ ଘଟଣା, ବନ ବିଭାଗର ଚିଠି ନେଇ ମୁହଁ ଖୋଲିଲେ ରାତ୍ରୀ ଜଗୁଆଳି

ଗଙ୍ଗା କହିଛନ୍ତି, ମୋତେ ଫସାଇବା ପାଇଁ ପିଛିଲା ତାରିଖରେ ଏକ ଚିଠି କରାଯାଇ ମୋର ମନ୍ତବ୍ୟକୁ ଭୁଲ ପ୍ରମାଣିତ କରିବାକୁ ପ୍ରୟାସ କରାଯାଉଛି । ଏନେଇ କିନ୍ତୁ ସବୁ ସଠିକ ରହିଥିବା କହିଛନ୍ତି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ । ହେଲେ ଏହି ଚିଠିକୁ ନେଇ ଉଠିଥିବା ବିଭିନ୍ନ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ରଖିପାରି ନାହାନ୍ତି ବନାଞ୍ଚଳ ଅଧିକାରୀ ।

2021 ମସିହା ଫେବୃୟାରୀ 1ତାରିଖରେ ରାୟଗଡାର ଜ୍ୟୋତି ସିକ୍ୟୁରିଟି ସର୍ଭିସକୁ ଲେଖିଛନ୍ତି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ । ଏହି ଚିଠିରେ ଗତ 2020 ମସିହା ଡିସେମ୍ବର ମାସରେ କାର୍ଯ୍ୟରୁ ବାହାର କରାଯାଇଥିବା ଗଙ୍ଗା ପ୍ରଧାନଙ୍କ ସ୍ଥାନରେ ଜିଖରୀୟ ରଇତଙ୍କୁ ନିଯୁକ୍ତ କରାଯାଇଥିବା ନେଇ ଉଲ୍ଲେଖ ରହିଛି । ତେବେ ଡିସେମ୍ବର ମାସରୁ ଗଙ୍ଗାଙ୍କୁ ଚାକିରିରୁ ବାହାର କରାଯାଇ ଥିବାବେଳେ ଫେବୃୟାରୀ ମାସରେ କାହିଁକି ଚିଠି ଲେଖାଯାଇଛି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ସେହିପରି ନିଯୁକ୍ତିର ଦାୟିତ୍ଵ ରାୟଗଡାର ଜ୍ୟୋତି ସିକ୍ୟୁରିଟି ସର୍ଭିସ ସଂସ୍ଥା ନେଇଥିବାବେଳେ ବନାଞ୍ଚଳ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିଲେ କାହିଁକି ? ଏ ନିଯୁକ୍ତିପତ୍ରରେ କେବଳ ନିଯୁକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଲେଖାହେବା କଥା, କିନ୍ତୁ ଗଙ୍ଗାଙ୍କ ସ୍ଥାନରେ ଜିଖରୀୟଙ୍କୁ ନିଯୁକ୍ତି କରାଯାଇଥିବା ମଧ୍ୟ ଲେଖା ହୋଇଛି । ଏହି ଚିଠିକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଏହାର ସନ୍ତୋଷଜନକ ଉତ୍ତର କିନ୍ତୁ ଦେଇପାରି ନାହାନ୍ତି ବନାଞ୍ଚଳ ଅଧିକାରୀ ।

ଏନେଇ ନିଜ ପ୍ରତିକ୍ରିୟାରେ ବନାଞ୍ଚଳ ଅଧିକାରୀ କହିଛନ୍ତି , ଡିସେମ୍ବରରେ ଗଙ୍ଗାଙ୍କୁ କାମରୁ ବାହାର କରାଯାଇଥିଲା । ଏନେଇ ତାଙ୍କୁ ଅବଗତ ମଧ୍ୟ କରାଯାଇଛି । ପ୍ରାୟ 1ମାସ ଧରି କୌଣସି ବ୍ୟକ୍ତିଙ୍କୁ ସଂମ୍ପୃକ୍ତ ସିକ୍ୟୁରିଟି ସଂସ୍ଥା ନିଯୁକ୍ତ କରିବାରେ ବିଫଳ ହେବାରୁ ନିଜେ ଅନ୍ୟ ଜଣଙ୍କୁ ନିଯୁକ୍ତ କରାଯାଇଥିବା କହି ସଫେଇ ଦେଇଛନ୍ତି ବନାଞ୍ଚଳ ଅଧିକାରୀ । ଅନ୍ୟପଟେ ତାଙ୍କୁ ଫସାଇବା ପାଇଁ ଏପରି ଷଡଯନ୍ତ୍ର କରାଯାଇଥିବା ଜଗୁଆଳି ଗଙ୍ଗା କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated :Sep 8, 2021, 11:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.