ETV Bharat / state

ପହଲି ରଜରେ ଅଘଟଣ, ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

author img

By

Published : Jun 15, 2022, 9:13 AM IST

young man dead in lightning strike
ପହଲି ରଜରେ ଅଘଟଣ, ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଅଦିନିଆ କାଳବୈଶାଖୀ ବର୍ଷା ପ୍ରଭାବରେ ବଜ୍ରପାତ ଘଟି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମର ସନ୍ତୋଷ ଦେହୁରୀ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ପହଲି ରଜରେ ଅଘଟଣ । ଅଦିନିଆ କାଳବୈଶାଖୀ ବର୍ଷା ପ୍ରଭାବରେ ବଜ୍ରପାତ ଘଟି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମର ସନ୍ତୋଷ ଦେହୁରୀ ବୋଲି ଜଣାପଡ଼ିଛି ।

ପହଲି ରଜରେ ଅଘଟଣ, ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ସମୟରେ ସନ୍ତୋଷ ନିଜ ଘର ପାଖରେ ଥିବା ଏକ ଦୋକାନକୁ ସଉଦା ଆଣିବାକୁ ଯାଉଥିଲେ । ହଠାତ୍‌ ପ୍ରବଳ ବର୍ଷା ଓ ବଜ୍ରପାତ ହେବା ଯୋଗୁଁ ସେ ଏକ ସ୍ଥାନରେ ଛିଡା ହୋଇଥିବା ବେଳେ ବଜ୍ରାଘାତ ହୋଇଥିଲା । ସେଠାରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.