ETV Bharat / state

ଅଧାରେ ରହିଲା ଗଜଲକ୍ଷ୍ମୀ ପୂଜା ବୁଲା: ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୬ ଗୁରୁତର

author img

By ETV Bharat Odisha Team

Published : Nov 6, 2023, 8:52 AM IST

road accident in dhenkanal
road accident in dhenkanal

ଢେଙ୍କାନାଳ ଜିଲ୍ଲା ସଦର ଥାନା ମହୁଲ ପାଳ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା । ଗଛରେ ଯାତ୍ରୀବାହୀ ଅଟୋ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର । ଅଧିକ ପଢନ୍ତୁ

ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜା ଦେଖି ଫେରୁଥିବା ବେଳେ ଭୟଙ୍କର ସଡକ ଦୁର୍ଘଟଣା । ଗଛରେ ଯାତ୍ରୀବାହୀ ଅଟୋ ପିଟି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ତେବେ ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ମହୁଲ ପାଳ ନିକଟରେ । ତେବେ ମୃତ ମହିଳା ଜଣଙ୍କ ହେଉଛନ୍ତି ପ୍ରତିମା ମହାନ୍ତି ।

ଏହା ମଧ୍ୟ ପଢନ୍ତୁ- ବାପା-ପୁଅଙ୍କ ଉପରେ ମାଡି ଗଲା ବୋଲେରୋ, ଜଣେ ମୃତ

ସୂଚନା ମୁତାବକ, ଗଜଳଷ୍ମୀ ପୂଜା ଦେଖିବାକୁ ଢେଙ୍କାନାଳ ସହରକୁ ଏକ ଯାତ୍ରୀବାହୀ ଅଟୋ ଯାଉଥିଲା । ମହୁଲପାଳ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଏକ ଗଛକୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ଅଟୋ ରିକ୍ସାରେ ଥିବା ଜଣେ ମହିଳାଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମୃତାହତମାନେ ସମସ୍ତେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୁରୁମ ଟାଙ୍ଗର ଗ୍ରାମର ବୋଲି ଜଣାପଡିଛି । କୁରୁମ ଟାଙ୍ଗର ଗ୍ରାମରୁ ଏହି ଯାତ୍ରୀମାନଙ୍କୁ ନେଇ ଅଟୋଟି ଢେଙ୍କାନାଳ ସହର ଅଭିମୁଖେ ଯାଉଥିବା ବେଳେ ମହୁଲପାଳ ଗ୍ରାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।

ଏହା ମଧ୍ୟ ପଢନ୍ତୁ- Road Mishap in Rayagada: କାର୍ ଧକ୍କାରେ ଶ୍ରମିକ ମୃତ, ୩ ଗୁରୁତର

ପ୍ରକାଶ ଥାଉକି, ଗତ ଦୁଇ ଦିନ ତଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତ ତେଲିମୁଣ୍ଡା ଛକ ନିକଟରେ ସଡକ ଦୁର୍ଘଟଣା ହୋଇଥିଲା । ଚାଲି ଚାଲି ଯାଉଥିବା ବେଳେ ବାପା, ପୁଅଙ୍କ ଉପରେ ମାଡି ଯାଇଥିଲା ଏକ ଦ୍ରୁତଗାମୀ ବୋଲେରୋ । ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଆହତ ହୋଇଥିଲେ । ଉଭୟ ଫୁଲବାଣୀରୁ ଶୁକ୍ରବାର ଭୋର ସମୟରେ ଆସି ଏକ ଗାଡ଼ିରେ ଫିରିଙ୍ଗିଆରେ ପହଞ୍ଚିଥିଲେ । ସେଠାରୁ ସାରଙ୍ଗଗଡ଼କୁ ଚାଲିଚାଲି ଯାଉଥିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଫିରିଙ୍ଗିଆ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଉଭୟଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଘଟଣା ସମ୍ପର୍କରେ ଖବର ପାଇଁ ଫିରିଙ୍ଗିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.