ETV Bharat / state

ଛେଳି ଚରେଇବାକୁ ଯାଇ ଫେରିଲେନି ବୃଦ୍ଧା, କଚାଡି ମାରିଲା ଦନ୍ତା

author img

By

Published : Dec 11, 2022, 9:55 AM IST

ଛେଳି ଚରାଳୀଙ୍କୁ କଚାଡ଼ି ମାରିଲା ହାତୀ
ଛେଳି ଚରାଳୀଙ୍କୁ କଚାଡ଼ି ମାରିଲା ହାତୀ

ଛେଳି ଚରାଳୀଙ୍କୁ ଟେକି କଚାଡି ମାରିଲା ହାତୀ । ଫଳରେ ଘଟଣାସ୍ଥଳରେ ଜଣେ ଛେଳି ଚରାଳି ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ଛେଳି ଚରାଳୀଙ୍କୁ ଟେକି କଚାଡି ମାରିଲା ହାତୀ । ଫଳରେ ଘଟଣାସ୍ଥଳରେ ଜଣେ ଛେଳି ଚରାଳି ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ହେଲେ ଢେଙ୍କାନାଳ କପିଳାସ ଅଭୟାରଣ୍ୟ ନିକଟସ୍ଥ ବିରଡ଼ିଆ ଗ୍ରାମର ଝୁନ ନାଏକ । ସବୁଦିନ ଭଳି ବୁଦ୍ଧା ଝୁନ ଓ ତାଙ୍କର ଜଣେ ସାଥୀ ଛେଳି ଚରାଇବା ପାଇଁ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ । ଉଭୟ ଜଙ୍ଗଲରେ ଛେଳି ଚରାଉଥିବା ସମୟରେ ହଠାତ ହାତୀ ଆକ୍ରମଣ କରିଥିଲା ।

ଛେଳି ଚରାଳୀଙ୍କୁ କଚାଡ଼ି ମାରିଲା ହାତୀ

ଫଳରେ ଘଟଣାସ୍ଥଳରେ ବୃଦ୍ଧା ଝୁନ ନାୟକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କ ପ୍ରାଣ ବଞ୍ଚାଇ ପଳାଇ ଆସିଥିଲେ । ଖବରପାଇ ଗ୍ରାମବାସୀ ଏକତ୍ରିତ ହୋଇ ଘଟଣାସ୍ଥଳକୁ ଯାଇଥିଲେ । ହେଲେ ହାତୀଟି ମୃତଦେହ ନିକଟରେ ଜଗି ରହିଥିଲା । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । ସେପଟେ ହାତୀଟି ପାଖ ଜଙ୍ଗଲରେ ଥିବାରୁ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.