ETV Bharat / state

Hindol NAC Polls: ଆଜି ଆସିବ ଫଳାଫଳ, ଚାଲିଛି ଭୋଟ ଗଣତି

author img

By

Published : Apr 5, 2023, 10:08 AM IST

Updated : Apr 5, 2023, 10:19 AM IST

ହିନ୍ଦୋଳ NAC ନିର୍ବାଚନ
ହିନ୍ଦୋଳ NAC ନିର୍ବାଚନ

ଆରମ୍ଭ ହୋଇଯାଇଛି ହିନ୍ଦୋଳ NAC ନିର୍ବାଚନ ଭୋଟ ଗଣତି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

Hindol NAC Polls

ଢେଙ୍କାନାଳ: ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନ ପାଇଁ ଏପ୍ରିଲ୍ ୩ରେ ମତଦାନ ସରିଥିବା ଆଜି ବାହାରିବ ଫଳାଫଳ । ଏନେଇ ଆଜି(ବୁଧବାର) ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଦୁଇଟି ଟେବୁଲରେ ଭୋଟ ଗଣତି କରାଯାଉଛି । ନଗରପାଳ ପାଇଁ ଗୋଟିଏ ଓ କାଉନସିଲର ପାଇଁ ଗୋଟିଏ ଏପରି ଦୁଇଟି କାଉଟିଂ ଟେବୁଲରେ ଚାଲିଛି ଭୋଟ ଗଣତି । ୧୬ଟି ବୁଥ ପାଇଁ ୧୬ଟି ପର୍ଯ୍ୟାୟରେ କାଉଟିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଏନଏସି ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳ ଉପଜିଲ୍ଲାପାଳ ।

ସେପଟେ ଏହି କାଉଟିଂ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନଏସି କାର୍ଯ୍ୟାଳୟ ବା କାଉଣ୍ଟିଂ ସେଣ୍ଟରକୁ କାଉଟିଂ ଏଜେଣ୍ଟ ବା ପ୍ରାର୍ଥୀଙ୍କ ବ୍ୟତୀତ ସାଧରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡ ଓ ନଗରପାଳ ପଦବୀ ପାଇଁ ୩ ତାରିଖରେ ଭୋଟ ଗ୍ରହଣ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା । ଏନଏସି ନିର୍ବାଚନରେ ୩ ଜଣ ନଗରପାଳ ପ୍ରାର୍ଥୀ ଓ ୧୬ ୱାର୍ଡ ପାଇଁ ୫୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି ।

ନିର୍ବାଚନରେ ମୋଟ ୯ ହଜାର ୮୬୩ ଭୋଟରଙ୍କ ମଧ୍ୟରୁ ୮ ହାଜର ୬୪୧ ଭୋଟର ମତଦାନ ଦେଇଛନ୍ତି । ସେଥିମଧ୍ୟରେ ପୁରୁଷ ଭୋଟର ୪ହଜାର ୩୨୯ ଓ ମହିଳା ଭୋଟର ୪ ହଜାର ୩୧୨ଜଣ ରହିଛନ୍ତି । ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବାବେଳେ ମୋଟ ୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ହିନ୍ଦୋଳ ଏନଏସି ନିର୍ବାଚନରେ ଶତକଡା ୮୮ପ୍ରତିଶତ ମତଦାନ ହୋଇଛି । ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟରମାନେ ସେମାନଙ୍କ ମନପସନ୍ଦ ପ୍ରାର୍ଥୀଙ୍କ ପାଇଁ ଅଲଗା ଅଲଗା ଇଭିଏମ ସୁଇଚ ଚିପି ମତସାବ୍ୟସ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବାପଘରକୁ ଆସିଲେ ମାଆ ବୁଢୀ ଠାକୁରାଣୀ, ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହେଲା ଯାତ୍ରା

ଏପଟେ ଆଜି ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବାକୁ ଥିବାରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ମନରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି । ଫଳରେ ଭୋଟ ଗଣତି କେନ୍ଦ୍ର ନିକଟରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ସମର୍ଥକମାନଙ୍କର ଭିଡ ବଢୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Apr 5, 2023, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.