ETV Bharat / state

ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Oct 6, 2022, 12:50 PM IST

ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ ମିନି ଷ୍ଟାଡିୟମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଢେଙ୍କାନାଳ: ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ଓ ଅସତ୍ୟ ଉପରେ ସତ୍ୟର ବିଜୟର ଦିନ । ଏହି ଦିନ ଦୁର୍ଗତିନାଶିନୀ ମା' ଦୁର୍ଗା ପ୍ରବଳ ପ୍ରତାପୀ ମହିଷାଶୂରକୁ ବଦ୍ଧ କରିଥିଲେ । ଅନ୍ୟାୟ ଓ ଅତ୍ୟାଚାରରୁ ମୁକ୍ତ ହୋଇଥିଲା ତିନିପୁର ଯାହାର ପ୍ରତୀକ ରୂପେ ପାଳିତ ହୁଏ ବିଜୟା ଦଶମୀ । ଏହି ଦିନ ରାବଣ ପୋଡି ମଧ୍ୟ ହୋଇଥାଏ । ଢେଙ୍କାନାଳ ମିନି ଷ୍ଟାଡିୟମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବିଜୟା ଦଶମୀରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିକାଶ, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଏହି ଉତ୍ସବ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କୁନି କୁନି କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଯୋଗଦେଇ ସମାଜରୁକୁ ସଂସ୍କାର , ଅନ୍ୟାୟ ଅନୀତି ଓ ଭ୍ରଷ୍ଟାଚାରର ପ୍ରତୀକ ରାବଣକୁ ବିଜୟା ଦଶମୀ ଅବସରରେ ମୂଳ ଉତ୍ପାଟନ ପାଇଁ ପ୍ରୟାସ ଅନୁଷ୍ଠାନର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ବି ପଢନ୍ତୁ...ବାଣୀକ୍ଷେତ୍ରରେ ରାବଣ ପୋଡି ଉତ୍ସବ, ମନମୋହିଲା କଳାକାରଙ୍କ ନାଟକ

ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ରାବଣ ଠାରେ ଅଗ୍ନି ସଂଯୋଗ କରାଯାଇଥିଲା । ପୂର୍ବରୁ ପ୍ରସ୍ତୁତ ବିଭିନ୍ନ ଆତସବାଜିରେ ରାବଣ ପୋଡି ବିଭିନ୍ନ ରଙ୍ଗ ବେରଙ୍ଗର ଆକାଶ ରଙ୍ଗୀନ ହୋଇ ଉଠିଥିଲା । ଆତସବାଜିରେ ପ୍ରକମ୍ପିତ ହୋଇ ଉଠିଥିଲା ଅଞ୍ଚଳ । ଏହି କାର୍ଯ୍ୟକ୍ରମରେ ବିଜେପି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ସମେତ ବହୁ ବିଜେପି ନେତା ଓ କର୍ମୀ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଶହ ଶହ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲେ ।

ଇଟିିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.