ETV Bharat / state

ବ୍ରାହ୍ମଣୀ ନଦୀରେ ଭାସୁଛି ଅଜଣା ମୃତଦେହ, ତଦନ୍ତ ଜାରି

author img

By

Published : Apr 4, 2021, 7:44 AM IST

ନଦୀରେ ଭାସୁଛି ଅଜଣା ମୃତଦେହ
ନଦୀରେ ଭାସୁଛି ଅଜଣା ମୃତଦେହ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ବ୍ରାହ୍ମଣୀ ନଦୀ ଘାଟରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ନଦୀରେ ଭାସୁଛି ଅଜଣା ମୃତଦେହ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ବ୍ରାହ୍ମଣୀ ନଦୀ ଘାଟରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ।

ନଦୀରେ ଭାସୁଛି ଅଜଣା ମୃତଦେହ

ସୂଚନାଅନୁସାରେ, ଗାଁର କିଛି ଲୋକ ବ୍ରହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା । ଏହା ପରେ ନଦୀ ମଝିରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଏନେଇ ପରଜଙ୍ଗ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.