ETV Bharat / state

ବାଇକ ଉପରେ ଚଢିଗଲା ଟ୍ରକ, 2 ମୃତ

author img

By

Published : Oct 28, 2022, 12:58 PM IST

Updated : Oct 28, 2022, 1:18 PM IST

severe road accident in dhenkanal
ବାଇକ ଉପରେ ଚଢିଗଲା ଟ୍ରକ, 2 ମୃତ

ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଛକ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ଏକ କୋଇଲା ବୋଝେଇ ଟ୍ରକ ଚଢିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ ଉପରେ ଚଢିଗଲା କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ବାଇକରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁର ଛକରେ ଏହି ଦୁର୍ଘଟଣା ଘଟିଛି ।

ବାଇକ ଉପରେ ଚଢିଗଲା ଟ୍ରକ

ମୃତକ ଦୁଇଜଣ କାମାକ୍ଷାନଗର ତୁମୁସିଂହା ଅଞ୍ଚଳର ବୋଲି ବାଇକ ନମ୍ବରରୁ ଅନୁମାନ କରାଯାଇଛି । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧାରେ ଅଟକି ରହିଥିବା ଓ ତତକ୍ଷଣାତ ରାସ୍ତା ଡାଇଭର୍ସନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରକୁ ସ୍ଥାନୀୟ ଲୋକେ କାବୁ କରି ଟ୍ରକ ସହ ଗୋବିନ୍ଦପୁର ଫାଣ୍ଡି ପୋଲିସର ଜିମା ଦେଇଛନ୍ତି । ଦୁର୍ଘଟଣା ସ୍ଥାନରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଟ୍ରକ ଧକ୍କାରେ ଶାଳକ ମୃତ, ଭିଣୋଇ ଗୁରୁତର

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରରେ ଏକ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Last Updated :Oct 28, 2022, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.