ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲା ପରିବାର

author img

By

Published : Oct 16, 2021, 7:31 PM IST

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲା ପରିବାର

ଢେଙ୍କାନାଳ ଜିଲ୍ଲାର ନୀହଲପ୍ରସାଦ ଥାନା ଅଞ୍ଚଳରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମହିଳାଙ୍କ ବାପା । ଅଧିକ ପଢନ୍ତୁ...

ଢେଙ୍କାନାଳ: ଜିଲ୍ଲାର ନିହଲପ୍ରସାଦ ଥାନା ଅନ୍ତର୍ଗତ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଶୋଇବା ଘରୁ ମହିଳାଙ୍କ ମୃତଦେହ ଜବତ କରିଛି ଢେଙ୍କାନାଳ ନୀହଲପ୍ରସାଦ ପୋଲିସ । ଝିଅକୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ବାପ ଘର ଅଭିଯୋଗରେ ସ୍ବାମୀ ଓ ଶ୍ବଶୁରଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ଗତ(ଶୁକ୍ରବାର) ରାତିରେ ମହିଳା ଜଣକ ନିଜ ବାପାଙ୍କ ସହ ଫୋନରେ କଥା ହୋଇଥିଲେ । ଆଉ ରାତି ପାହିବା ବେଳକୁ ଝିଅର ମୃତଦେହ ଶାଶୁ ଘର ଶୋଇବା ଘରୁ ମିଳିଥିଲା । ଫଳରେ ଝିଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଢେଙ୍କାନାଳ ନିହଲପ୍ରସାଦ ଥାନା ପୋଲିସ ମୃତଦେହକୁ ଜବତ କରିଥିବାବେଳେ ମୃତ ମହିଳାଙ୍କ ଏକ ସୁଇସାଇଡ଼ ନୋଟ ପାଇ ତଦନ୍ତ ଚଳାଇଛି ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲା ପରିବାର

ଏ ସଂକ୍ରାନ୍ତରେ ପୋଲିସ ମୃତ ମହିଳାଙ୍କ ଦଶମାଣପାଟଣା ଗ୍ରାମର ରଞ୍ଜନ ମହରଣା ଓ ଶ୍ବଶୁର ଜଗବନ୍ଧୁ ମହାରଣାଙ୍କୁ ଅଟକ ରଖି ଛାନଭିନ କରୁଛି । ମୃତ ମହିଳା ଜଣଙ୍କ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମରଜିତାପୁର ଗ୍ରାମର ମୁରଲୀଧର ନାଥଙ୍କ ଝିଅ ବିଜୟା ନାଥ । ସେ ଆଜକୁ ୬ବର୍ଷ ପୂର୍ବେ ଢେଙ୍କାନାଳ ଦଶମାଣପାଟଣା ଗ୍ରାମର ରଞ୍ଜନ ମହାରଣାଙ୍କୁ ବିବାହ କରିଥିଲେ ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲା ପରିବାର
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲା ପରିବାର

ତେବେ ସ୍ବାମୀ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ଉଠାଇଛନ୍ତି ବାପଘର ଲୋକେ । ଏପରିକି ବିଜୟାଙ୍କୁ ତଣ୍ଟିଚିପି ମାରିବା ପରେ ଭିନ୍ନମୋଡ଼ ଦେବାପାଇଁ ବେକରେ ଫାଶି ଲଗାଇ ଦେଇଥିବା ଅଭିଯୋଗ ଉଠାଇ ଦୃଢ କାଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ମହିଳାଙ୍କ ବାପା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.