କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ମନମାନିର ପ୍ରତିବାଦ, ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

author img

By

Published : Apr 1, 2023, 8:34 PM IST

ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଦଳି ଦାବି

ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଦଳି ଦାବି

ଢେଙ୍କାନାଳ: କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମାନିର ପ୍ରତିବାଦ । ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକ । ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟରେ ତାଲା ଠୁକିଂଲେ ଅଭିଭାବକ । ସ୍କୁଲ ସମ୍ମୁଖରେ ଗଣଧାରଣାରେ ସାମିଲ ହେଲେ ଛାତ୍ରଛାତ୍ରୀ । ସ୍କୁଲ ଓ ପିଲାଙ୍କ ଭବିଷ୍ୟତ ପାଇଁ ଏହି ଅଧ୍ୟକ୍ଷଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି ଅଭିଭାବକ ।

ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ମନମାନି ଚରମ ସୀମା ଡେଇଁ ଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଭିଭାବକମାନେ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଗଣଧାରଣା ଦେଇଛନ୍ତି । ସ୍କୁଲ ସମ୍ମୁଖରେ ଅଭିଭାବକମାନଙ୍କ ପକ୍ଷରୁ ପ୍ରତିବାଦ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଢେଙ୍କାନାଳ-ଭାପୁର ମୁଖ୍ୟ ରାସ୍ତା ଜାମ ଯୋଗୁଁ ସଧାରଣ ଯାତାୟାତ ପ୍ରାୟ ଏକ ଘଣ୍ଟା ଧରି ଠପ ହୋଇଯାଇଥିଲା । ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଗଣ ଧାରଣା ଦେଇଥିଲେ । ଅଭିଭାବକମାନଙ୍କ ସହ କିଛି ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ଢେଙ୍କାନାଳର ବନମାଳୀ ପ୍ରସାଦ ଠାରେ ଅବସ୍ଥାପିତ ଏହି କେନ୍ଦ୍ରୀୟ ବିଦ୍ୟାଳୟ । ବିଦ୍ୟାଳୟରେ ପ୍ରଥମରୁ ଦ୍ବାଦଶ ଯାଏଁ କ୍ଲାସ ରହିଛି । ତେବେ ଗତ ଦୁଇ ବର୍ଷ ହେଲା ଏହି ବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟକ୍ଷଙ୍କ ମନମାନି ନେଇ ସ୍କୁଲର ପିଲାଙ୍କ ପାଠପଢ଼ାରେ ଅନେକ ସମସ୍ୟା ଉପୁଜୁଥିବା ବାରମ୍ବାର ଅଭିଯୋଗ ହେଉଛି । ବିଶେଷ କରି ସ୍କୁଲର ନୀତି ନିୟମ ଆଳରେ ଶିକ୍ଷକମାନଙ୍କୁ ମନଇଚ୍ଛା ବଦଳି କରୁଥିଲେ ମଧ୍ୟ ପ୍ରତିବଦଳରେ ଶିକ୍ଷଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଫଳରେ ଏହି ସ୍କୁଲରୁ ୩୬ ଜଣ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ସାରିଥିଲେ ମଧ୍ୟ ଆଉ ନୂଆ ଶିକ୍ଷକ ନିଯୁକ୍ତି ଦେଇ ପାରିନାହାନ୍ତି ଅଧ୍ୟକ୍ଷ । ଫଳରେ ଚଳିତ ବର୍ଷ ପରୀକ୍ଷା ଫଳାଫଳରେ ଏକାଦଶରେ ମୋଟ ୯୭ ଜଣ ପିଲାଙ୍କ ମଧ୍ୟରୁ ୫୧ ଜଣଙ୍କୁ ଫେଲ୍‌ କରିଥିବାବେଳେ ୨୭ ଜଣଙ୍କୁ ବିଭିନ୍ନ ବିଷୟରେ ଫେଲ୍‌ କରାଯାଇଛି ।

ତେବେ ଫେଲ୍‌ ହୋଇଥିବା ଛାତ୍ରଛତ୍ରୀଙ୍କୁ କ୍ଲାସ ପ୍ରମୋସନ କରି ନଥିବାରୁ ସେମାନେ ଗୋଟିଏ ବର୍ଷ ପଛରେ ପଡିଛନ୍ତି । ଫଳରେ ସ୍କୁଲ୍‌ ଓ ପିଲାଙ୍କ ଭବିଷ୍ୟତ ପାଇଁ ଏହି ଅଧ୍ୟକ୍ଷଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି ଅଭିଭାବକ । ପିଲାଙ୍କର ଭବିଷ୍ୟତ ନଷ୍ଟ ହଇଯିବ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ସେପଟେ କୋର୍ସ ନସାରି ପରୀକ୍ଷା କରାଇଥିବାରୁ ଏପରି ସ୍ଥିତି ଉପୁଜିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ସେଥିପାଇଁ ଆଉ ଥରେ ସୁଯୋଗ ଦେବା ପାଇଁ ପିଲାମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.