ETV Bharat / state

ବସ ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

author img

By

Published : Dec 1, 2022, 2:15 PM IST

ବସ ଧକ୍କାରେ ମହିଳା ମୃତ
ବସ ଧକ୍କାରେ ମହିଳା ମୃତ

ଏନଏଚ-୫୫ର ଢେଙ୍କାନାଳ କୁରୁଣ୍ଟି ଛକରେ ମହିଳାଙ୍କ ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଢେଙ୍କାନାଳ: ବେପରୁଆ ବସ ନେଲା ମହିଳାଙ୍କ ଜୀବନ । ଏନଏଚ-୫୫ର ଢେଙ୍କାନାଳ କୁରୁଣ୍ଟି ଛକରେ ମହିଳାଙ୍କ ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଲେ ସ୍ଥାନୀୟ ବାସିନ୍ଦା । ମୃତ ମହିଳା ଜଣଙ୍କ ହେଲେ ସ୍ଥାନୀୟ କୁରୁଣ୍ଟି ଗ୍ରାମର ତ୍ରିପୁର ସାହୁଙ୍କ ପତ୍ନୀ ଗାୟତ୍ରୀ ସାହୁ ।

ବସ ଧକ୍କାରେ ମହିଳା ମୃତ

ବସ ଡ୍ରାଇଭରର ବେପରୁଆ ଗାଡି ଚାଳନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ବିଆରଜି କାରଖାନା ଛକରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ଦୁର୍ଘଟଣା ସ୍ଥଳରେ ରାଜପଥ ଅବରୋଧ କରି ମୃତକଙ୍କ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି । ଏନ ଏଚ-୫୫ରେ ସମସ୍ତ ଗାଡି ଚଳାଚଳ ବନ୍ଦ ରହି ଯାତାୟାତ ଠପ ହୋଇଯାଇଛି । ମୃତ ମହିଳା ଜଣଙ୍କ ହେଲେ ସ୍ଥାନୀୟ କୁରୁଣ୍ଟି ଗ୍ରାମର ତ୍ରିପୁର ସାହୁଙ୍କ ପତ୍ନୀ ଗାୟତ୍ରୀ ସାହୁ । ସେ ରାସ୍ତାପାର ହେଉଥିବା ସମୟରେ ଦ୍ରୁତ ବେଗରେ ଯାଉଥିବା ନୀଳକଣ୍ଠ ନାମକ ଏକ ଯାତ୍ରୀବାହୀ ବସ ତାଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: 8 ଦଫା ଦାବି ନେଇ ରାଜ୍ୟ ଘରୋଇ ବସମାଲିକ ସଙ୍ଘର ଧାରଣା

ତେବେ ବସର ଦ୍ରୁତ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରି ମୃତକଙ୍କ କ୍ଷତି ପୂରଣ ଦାବି କରିଛନ୍ତି । ଘଟଣାସ୍ଥଳକୁ ମୋଟଙ୍ଗା ପୋଲିସ ଓ ଓଡ଼ପଡା ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକକୁ ବୁଝା ସୁଝା ଜାରି ରଖିଛନ୍ତି । ସେପଟେ ଦୁର୍ଘଟଣା ଘଟିଥିବା ବସକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.