ETV Bharat / state

8 ଦଫା ଦାବି ନେଇ ରାଜ୍ୟ ଘରୋଇ ବସମାଲିକ ସଙ୍ଘର ଧାରଣା

author img

By

Published : Dec 1, 2022, 1:26 PM IST

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଘରୋଇ ବସମାଲିକ ସଙ୍ଘର ଧାରଣା । ଅଧିକ ପଢନ୍ତୁ

ଘରୋଇ ବସ ମାଲିକ ସଙ୍ଘର ଧାରଣା
ଘରୋଇ ବସ ମାଲିକ ସଙ୍ଘର ଧାରଣା

କଟକ: 8 ଦଫା ଦାବି ନେଇ ରାଜ୍ୟ ଘରୋଇ ବସମାଲିକ ସଙ୍ଘର ବିକ୍ଷୋଭ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ସଙ୍ଘ । ସଂଘର ଅଭିଯୋଗ ଅନୁସାରେ, "ବସର ପରିମିଟ୍‌ ଗୁଡିକ ତୃତୀୟ ପକ୍ଷଙ୍କୁ ହସ୍ତାନ୍ତର କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ କରିଛି ସଙ୍ଘ । ସେହିପରି ସ୍ଲିପର ବସ ଗୁଡିକ ବଡିକୋର୍ଡ଼ ଆଇନ ଅନୁସାରେ ତିଆରି ହୋଇଥିଲେ ମଧ୍ୟ ଉକ୍ତ ବସ ଗୁଡିକୁ ଦିନବେଳା ଚଳାଇବା ପାଇଁ ଅନୁମତି ଦିଆଯାଉନାହିଁ । ଯାତ୍ରୀମାନଙ୍କ ସୁବିଧା ପାଇଁ ଉକ୍ତ ଗାଡି ଗୁଡିକୁ ଦିନ ବେଳା ଚଳାଇବା ପାଇଁ ଅନୁମତି ଦିଆଯାଉ ।"

ଘରୋଇ ବସ ମାଲିକ ସଙ୍ଘର ଧାରଣା

ଏହା ମଧ୍ୟ ପଢନ୍ତୁ: ବୈଜ୍ଞାନିକଙ୍କ ନୂଆ ଆବିଷ୍କାର: ଏଣିକି ସହଜରେ ଆରୋଗ୍ୟ ହେବ ମଧୁମେହ କ୍ଷତ

ଏହାସହ ମଙ୍ଗୁଲିଠାରୁ ସମ୍ବଲପୁର ରାସ୍ତା ଆଜକୁ ୫ ବର୍ଷରୁ ଉର୍ଦ୍ଧ୍ବ ହେବ କାମ ହେଉଛି ଓ ବଲାଙ୍ଗୀର ଠାରୁ ବରଗଡ଼ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲେ ବି ଏହାର କାର୍ଯ୍ୟ ଶେଷ ହେଉନଥିବା କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ଦେବେନ୍ଦ୍ର ସାହୁ । ତେଣୁ ଏହାର କାର୍ଯ୍ୟ ଶେଷ କରଯାଉ । ମୋଟର ଯାନ ଆଇନ ଅନୁସାରେ ବସ ଗୁଡିକର ସମୟସୀମା ନିର୍ଦ୍ଧାରଣ କରାଯାଇନାହିଁ । କିନ୍ତୁ ଏଠାରେ ୧୫ ବର୍ଷରୁ ଊର୍ଦ୍ଧ୍ବ ବୟସର ବସ୍‌ ଗୁଡିକୁ ସ୍ଥାୟୀ ପରମିଟ ନବୀକରଣ କରାଯାଉନାହିଁ । ଏହି ବସ ଗୁଡିକୁ ତୁରନ୍ତ ସ୍ଥାୟୀ ପରମିଟ୍‌ ଦିଆଯାଉ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ଦାବି ପୂରଣ ନହେଲେ ଆସନ୍ତା ୭ ତାରିଖରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.