ETV Bharat / state

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଢେଙ୍କାନାଳର ୩୫ ରାସ୍ତା ସାମିଲ

author img

By

Published : Mar 18, 2021, 9:03 PM IST

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୩୫ଟି ରାସ୍ତା ସାମିଲ
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୩୫ଟି ରାସ୍ତା ସାମିଲ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୩୫ଟି ରାସ୍ତାକୁ ସାମିଲ କରାଯାଇଥିବା ନେଇ ଢେଙ୍କାନାଳ ସାଂସଦଙ୍କ ସୂଚନା । ଅଧିକ ପଢନ୍ତୁ....

ଢେଙ୍କାନାଳ:ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୩୫ଟି ରାସ୍ତାକୁ ସାମିଲ କାରଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସାଂସଦ ମହେଶ ସାହୁ ସୂଚନା ଦେଇଛନ୍ତି । ଚଳିତ ଏକ ବର୍ଷ ମଧ୍ୟରେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ୪୭ ଟି ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ ରଖାଯାଇଥିବା ସୂଚନା ଦେଇଛନ୍ତି ସାଂସଦ ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୩୫ଟି ରାସ୍ତା ସାମିଲ

ଢେଙ୍କାନାଳ ଲୋକସଭା ମଣ୍ଡଳୀର ସମସ୍ତ ଅପହଞ୍ଚ ଜାଗାକୁ ସଂଯୋଗୀକରଣ କାର୍ଯ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଏହି ଲୋକସଭା ମଣ୍ଡଳୀର ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ପର୍ଯ୍ୟାୟରେ ୪୭ ଗୋଟି ରାସ୍ତାକୁ ସାମିଲ କରାଯାଇଛି । ମୋଟ ୩୯୦ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟକୁ ଏକ ବର୍ଷ ମଧ୍ୟରେ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିଥିବା ଢେଙ୍କାନାଳ ସାଂସଦ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୩୫ ଟି, ଅନୁଗୁଳ, ତାଳଚେର ଓ ପାଲଲହଡାର ୧୨ ଟି ରାସ୍ତାକୁ ମିଶାଇ ମୋଟ 47 ରାସ୍ତାକୁ ସାମିଲ କରାଯାଇଥିବା ସାଂସଦ ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.