ETV Bharat / state

ତୁଟୁନି ଲକ୍ଷ୍ମୀପୂଜା ଭସାଣି ବିବାଦ, ପୂଜା କମିଟି ସଭାପତିଙ୍କ ଘରକୁ ବୋମା ମାଡ

author img

By

Published : Oct 23, 2022, 12:47 PM IST

ଢେଙ୍କାନାଳରେ ଘର ଉପରେ ପେଟ୍ରୋଲ ବୋମା ମାଡ
ଢେଙ୍କାନାଳରେ ଘର ଉପରେ ପେଟ୍ରୋଲ ବୋମା ମାଡ

ଲକ୍ଷ୍ମୀପୂଜା ଭସାଣିରେ ଗଣ୍ଡଗୋଳକୁ କେନ୍ଦ୍ର କରି ଢେଙ୍କାନାଳରେ ପେଟ୍ରୋଲ ବୋମା ମାଡ । ଅଧିକ ପଢନ୍ତୁ

ଢେଙ୍କାନାଳ: ଲକ୍ଷ୍ମୀପୂଜା ଭସାଣିରେ ଗଣ୍ଡଗୋଳକୁ କେନ୍ଦ୍ର କରି ଢେଙ୍କାନାଳରେ ପେଟ୍ରୋଲ ବୋମା ମାଡ । ଢେଙ୍କାନାଳ ସହର ଅନ୍ତର୍ଗତ ବନମାଳୀ ପ୍ରସାଦ ପୂଜା କମିଟିର ସଭାପତି ହିମାଂଶୁ ରାଉତଙ୍କ ଘର ଉପରେ ପେଟ୍ରୋଲ ବୋମା ଫିଙ୍ଗା ଯାଇଛି । କଣ୍ଟାନାଳୀରର କିଛି ଯୁବକ ହିମାଂଶୁଙ୍କ କବାଟ ବାଡେଇବା ସହ ପେଟ୍ରୋଲ ବୋମା ପକାଇ ଘର ପୋଡି ଦେବାକୁ ଉଦ୍ୟମ କରିଛନ୍ତି । ତେବେ ସୌଭାଗ୍ୟବଶତଃ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଲକ୍ଷ୍ମୀପୂଜା ଭସାଣି ଠାରୁ ଢେଙ୍କାନାଳ ସହରର କଣ୍ଟାନାଳୀ ଓ ବନମାଳୀ ପ୍ରସାଦ ସାହି ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଭସାଣି ଉତ୍ସବ ସମୟରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବନମାଳୀ ପ୍ରସାଦ ଗୋଷ୍ଠୀ କଣ୍ଟାନାଳୀର ବ୍ୟାଣ୍ଡପାର୍ଟି ଓ ବାଜା ଭଙ୍ଗାରୁଜା କରିଥିଲେ । ଏହାସହିତ ସେମାନଙ୍କ ଆକ୍ରମଣରେ ଅପରଗୋଷ୍ଠୀର ୭ ଜଣ ଗୁରୁତର ହୋଇଥିଲେ । ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହେବା ଯୋଗୁଁ ବନମାଳୀ ପ୍ରସାଦ ପୂଜା କମିଟି କର୍ମକର୍ତ୍ତାମାନେ ଫେରାର ହୋଇଯାଇଛନ୍ତି ।

ଢେଙ୍କାନାଳରେ ଘର ଉପରେ ପେଟ୍ରୋଲ ବୋମା ମାଡ

ଏହାକୁ କେନ୍ଦ୍ରକରି ଦୁଇ ଦିନ ତଳେ କଣ୍ଟାନାଳୀ ସାହି ବନମାଳୀ ପ୍ରାସାଦ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିଲେ । ହେଲେ ଏତିକିରେ ରାଗ ଶାନ୍ତ ନହେବାରୁ ସେମାନେ ପୂଜା କମିଟି ସଭାପତିଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ କଣ୍ଟାମାଳୀ ସାହି ଲୋକେ ପେଟ୍ରୋଲ ବୋମା ଫିଙ୍ଗି ହିମାଂଶୁଙ୍କ ଘର ଜାଳିବାକୁ ଉଦ୍ୟମ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବନ୍ଧୁ ମାରିଲା ବନ୍ଧୁକରୁ ଗୁଳି, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଦୁଇ ସାହି ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ବିବାଦ ସମାଧାନ କରିବାରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘର ଉପରେ ଆକ୍ରମଣ ପରେ ହିମାଂଶୁଙ୍କ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ସମ୍ପର୍କରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.