ETV Bharat / state

ଜନସ୍ୱାସ୍ଥ୍ୟ ବିଭାଗର ମନମାନୀ, ପାନୀୟଜଳ ପାଇବାରୁ ବଞ୍ଚିତ ୩୦ ପରିବାର

author img

By ETV Bharat Odisha Team

Published : Jan 8, 2024, 10:08 PM IST

Water Problem: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରରେ ପାନୀୟଜଳ ସଂକଟ । ପ୍ରଶାସନ ବିନା ନୋଟିସରେ କାଟିଦେଲା ପାନୀୟଜଳ କନେକସନ୍ । ଜନସ୍ୱାସ୍ଥ୍ୟ ବିଭାଗର ମନମ୍ମୁଖୀ କାର୍ଯ୍ୟ ଯୋଗୁଁ ଲୋକେ ହନ୍ତସନ୍ତ  । ଅଧିକ ପଢନ୍ତୁ

ଜନସ୍ୱାସ୍ଥ୍ୟ ବିଭାଗର ମନମାନୀ, ପାନୀୟଜଳ ପାଇବାରୁ ବଞ୍ଚିତ ୩୦ ପରିବାର
ଜନସ୍ୱାସ୍ଥ୍ୟ ବିଭାଗର ମନମାନୀ, ପାନୀୟଜଳ ପାଇବାରୁ ବଞ୍ଚିତ ୩୦ ପରିବାର

ଜନସ୍ୱାସ୍ଥ୍ୟ ବିଭାଗର ମନମାନୀ, ପାନୀୟଜଳ ପାଇବାରୁ ବଞ୍ଚିତ ୩୦ ପରିବାର

ଢେଙ୍କାନାଳ: ଲୋକମାନଙ୍କର ସୁବିଧା ପାଇଁ ସରକାର ଯୋଗାଇ ଦେଉଛନ୍ତି ପାନୀୟଜଳ । ସେଥିପାଇଁ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଲୋକମାନଙ୍କର ସୁବିଧା ପାଇ ଘର ଘରକୁ ପାଇପ ଯୋଗେ ପାଣି ଯୋଗାଇଛନ୍ତି ସରକାର । ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଦେଖାଦେଇଛି ଜଳ ସମସ୍ୟା । ଲୋକେ ପାଣି ଟିକିଏ ପିଇବା ପାଇ ହେଉଛନ୍ତି ଡହଳବିକଳ । ଭୁବନ ବିଜ୍ଞାପିତ ଅଞ୍ଚଳରେ ଦେଖା ଦେଇଛି ଜଳ ସମସ୍ୟା । ଜନସ୍ୱାସ୍ଥ୍ୟ ବିଭାଗର ମନମାନୀ ଯୋଗୁଁ ଲୋକମାନେ ପାନୀୟ ଜଳ ପିଇବା ପାଇ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବାଜି ଛକ ସାହିରେ ଦୀର୍ଘ ୨୦ ବର୍ଷ ଧରି ଲୁହା ପାଇପ ଦ୍ବାରା ପାନୀୟଜଳ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ଏହାକୁ ପୂନଃ ନିର୍ମାଣ କରି ନୂତନ ପାଇପ ବିଛା ଯାଇଛି । ହେଲେ ଲୋକମାନେ ଗୋଟିଏ ଥିର ପାନୀୟ ଜଳ କନେକସନ୍ ପାଇଁ ଅର୍ଥ ଦେଇଛନ୍ତି । ବହୁ ଟଙ୍କା ଖର୍ଚ୍ଚ କରି ଜଳ କନେକସନ୍ ନେଇ ମାସକୁ ମାସ ବିଲ୍ ମଧ୍ୟ ପୈଠ କରୁଥିଲେ । କିନ୍ତୁ ଏବେ ନୂଆ ପ୍ଲାଷ୍ଟିକ ପାଇପ କନେକସନ୍ ଦେଇ ବିଭାଗ କହିଛି ପୁଣି ଟଙ୍କା ବାନ୍ଧି କନେକସନ୍ ନେବା ପାଇଁ ଫଳରେ ବିବାଦ ଦେଖାଦେଇଛି । ଆଜକୁ ୪ ଦିନ ହେବ ପାନୀୟଜଳ ପାଇପାରୁନାହାନ୍ତି ୩୦ ପରିବାର । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ ......ମଦ ଦୋକାନ ଉଚ୍ଛେଦ ଦାବିରେ ରାସ୍ତାରୋକ, ଛାତ୍ର ଓ ମହିଳା କଂଗ୍ରେସର ବିକ୍ଷୋଭ

ଅନ୍ୟପଟେ ଲୋକମାନେ ଏହାକୁ ବିରୋଧ କରଇବାରୁ ବିନା ନୋଟିସରେ ପୁରୁଣା ଲୁହା ପାଇପ କନେକସନ୍ କାଟି ଦେଇଛି ବିଭାଗ ।ଫଳରେ ପାନୀୟଜଳ ପାଇବାରୁ ବଞ୍ଚିତ ବହୁ ପରିବାର । ଅନ୍ୟ ସାହିକୁ ପାଣି ଆଣିବା ପାଇଁ ବହୁବାଟ ଯିବାକୁ ପଡୁଥିବା କହିଛନ୍ତି ସାହି ବାସିନ୍ଧା । ଏନେଇ ଜେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଜଣେ ସାହି ବାସିନ୍ଦା କହିଛନ୍ତି,"ଆମେ ୪ ଦିନ ହେଲା ଜଳ ସମସ୍ୟାର ଭୋଗୁଛୁ । ପ୍ରଶାସନ ବିନା ନୋଟିସରେ ପାଣି ବନ୍ଦ କରିଛି । ଆମକୁ କହୁଛନ୍ତି ପୁଣି ୮୦୦ ଟଙ୍କା ପୈଠ କରି ନୂଆ ପାଣି କନେକ୍ସନ ନେବା ପାଇଁ । "ତେବେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ତାଙ୍କୁ ଯଥା ଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯାଉ । ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବୁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.