ETV Bharat / state

ପିକନିକ ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡି ଜଣେ ମୃତ ଜଣେ ଗୁରୁତର

author img

By

Published : Jan 21, 2023, 8:06 PM IST

Nadhara Ramchandi
Nadhara Ramchandi

ଢେଙ୍କାନାଳ ଜିଲ୍ଲା ନାଧରା ରାମଚଣ୍ଡୀ ପୀଠରେ ଅଘଟଣ । ଏଠାକୁ ପିକନିକ୍‌ରେ ଯାଇଥିବା ଟାଟା ଷ୍ଟିଲ କର୍ମଚାରୀଙ୍କ ମଧ୍ୟରୁ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ନାଧରା ରାମଚଣ୍ଡୀ ପୀଠରେ ଘଟିଛି ଅଘଟଣ । ରାମଚଣ୍ଡୀକୁ ପିକନିକ୍‌ରେ ଯାଇଥିବା ଟାଟା ଷ୍ଟିଲ କର୍ମଚାରୀ ମଧ୍ୟରୁ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଆଜି (ଶନିବାର) ଅପରାହ୍ନ ପ୍ରାୟ ୩ଟା ସମୟରେ ନଦୀକୁ ଏହି କର୍ମଚାରୀମାନେ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ । ମୃତକ ଜଣକ ଜାତୀୟ ରାଜଧାନୀ ଦିଲ୍ଲୀର ଅଧିବାସୀ ବୋଲି ଜଣାପଡ଼ିଛି ।

ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ କାରଖାନାର ପ୍ରାୟ ୨୫ ଜଣ କର୍ମଚାରୀ ଆଜି ପିକନିକରେ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ଘଟିଛି ଏହି ଅଘଟଣ । ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନଦୀକୁ ଏହି କର୍ମଚାରୀମାନେ ଗାଧୋଇବାକୁ ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨ ଜଣ ପାଣିରେ ବୁଡି ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଓ ହିନ୍ଦୋଳରୋଡ଼ ଦମକଳ ବାହିନୀ ଦୁଇ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଓଡ଼ପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହା ବି ପଢନ୍ତୁ- ପ୍ରତିଶୃତି ଦେଇ ଭୁଲିଗଲା ରୁଙ୍ଗଟା କାରଖାନା, କ୍ଷତିଗ୍ରସ୍ତଙ୍କ ପ୍ରଜାମେଳି

ତେବେ ବାଟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ବିପଦମୁକ୍ତ ଥିବା ଜଣାପଡିଛି । ମୃତକ ଜଣଙ୍କ ଦିଲ୍ଲୀର ସିଦ୍ଧାର୍ଥ ସିଂହ ଓ ସେ ଟାଟା ଷ୍ଟିଲ କାରଖାନାର ସେଣ୍ଟ୍ରାଲ ମେଣ୍ଟେନାନ୍ସ ଇଲେକ୍ଟ୍ରିକାଲ ଡ୍ରାଇଭ ସେକ୍ସନର ଇଞ୍ଜିନିୟର ବୋଲି ଜଣାପଡିଛି । ତେବେ ତାଙ୍କ ସାଥୀ ଚିକିତ୍ସିତ ହେଉଥିବା ଅନ୍ୟ ଜଣଙ୍କ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର ରବି କୁମାର। ଆଜି ଟାଟା ଷ୍ଟିଲ କାରଖାନାର ପ୍ରାୟ ୨୫ ଜଣ କର୍ମଚାରୀ ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ନାଧରା ସ୍ଥିତ ମା' ରାମଚଣ୍ଡୀ ପୀଠକୁ ପିକନିକରେ ଯାଇଥିଲେ ବୋଲି ଜଣାପଡିଛି । ତେବେ ଏହି ସମୟରେ ଘଟିଛି ଅଘଟଣ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.