ETV Bharat / state

ହିନ୍ଦୋଳରେ ପୁଣି ହାତୀ ଉପଦ୍ରବ, ଶୌଚ ପାଇଁ ଯାଇଥିବା ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

author img

By

Published : May 5, 2023, 2:02 PM IST

elephant attack in dhenkanal hindol
elephant attack in dhenkanal hindol

ହିନ୍ଦୋଳରେ ଜଣେ ବୃଦ୍ଧ ଜଣକ ଶୌଚ ହେବା ପାଇଁ ଯାଇଥିବା ବେଳେ କଚାଡି ମାରିଲା ଦନ୍ତା । ୬ମାସରେ ଗଲାଣି ୧୪ ଜୀବନ । ଅଧିକ ପଢନ୍ତୁ

elephant attack in dhenkanal hindol

ଢେଙ୍କାନାଳ: ହିନ୍ଦୋଳରେ ଥମୁନି ହାତୀ ଆତଙ୍କ । ପୁଣି ଜଣଙ୍କୁ କଚାଡି ମାରିଲା ଦନ୍ତା । ବୃଦ୍ଧ ଜଣକ ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ହେଲେ ବାଲି କିଆରୀ ଗ୍ରାମ ମାଳତୀ ମୁଣ୍ଡିଆ ସାହିର ଲଷ୍ମୀଧର ପାତ୍ର । ତେବେ ଅଞ୍ଚଳରେ ହାତୀ ଆକ୍ରମଣରେ ଅନେକ ଜୀବନ ଯାଉଥିବା ବେଳେ ଉତ୍ତେଜିତ ହୋଇଛନ୍ତି ଗ୍ରାମବାସୀ ।

ସୂଚନାଅନୁସାରେ, ବାଲି କିଆରୀ ଗ୍ରାମ ମାଳତୀ ମୁଣ୍ଡିଆ ସାହିର ଲକ୍ଷ୍ମୀଧର ପାତ୍ର ଆଜି ସକାଳେ ତାଙ୍କ ଘର ବାଡ଼ି ପଛ ବିଲକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ହାତୀ ତାଙ୍କୁ ଦଳିନେଇ ଜୀବନ ନେଇଯାଇଥିଲା । ତେବେ ଏହି ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଜନିତ ମୃତ୍ୟୁ ଘଟୁଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମହଲରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ଖବର ପାଇ ଘଟଣାସ୍ଥଳକୁ ରାସୋଳ ଥାନା ପୋଲିସ ଓ ହିନ୍ଦୋଳ ବନକର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ତେବେ କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ବନବିଭାଗ ତଦନ୍ତ କରୁଛି । ସେପଟେ ଆକ୍ରମଣ ପରେ ହାତୀଟି ପଳାଇଯାଇଥିବା ନେଇ ସ୍ଥାନୀୟବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ: ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ, ଆଜି ବୁଲିବେ ଶିମିଳିପାଳ

ପ୍ରକାଶଥାଉକି, ହିନ୍ଦୋଳ ଉପାଖଣ୍ଡରେରେ ବଣୁଆ ହାତୀମାନଙ୍କର ଉପଦ୍ରବ ଜାରି ରହିଛି । ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଏପରିକି ଗତ ୬ ମାସ ମଧ୍ୟରେ ବଣୁଆ ହାତୀ ଏହି ହିନ୍ଦୋଳ ଉପଖଣ୍ଡରେ ୧୪ ଜଣ ଲୋକଙ୍କୁ ମାରି ସାରିଲେଣି। ହାତୀମାନଙ୍କ ଏପରି ଉପଦ୍ରବ ଯୋଗୁଁ ହିନ୍ଦୋଳ ଉପଖଣ୍ଡର ଏବେ ଆମ୍ବ, କାଜୁ, ଫସଲ ଉଜୁଡିବାକୁ ବସିଲାଣି ।

ହାତୀ ଭୟରେ ଲୋକେ ଆମ୍ବ ଆଉ କାଜୁ ଅମଳ କରିବା ପାଇଁ ବଗିଚାକୁ ଯାଉନଥିବା ବେଳେ ଏବେ ସେ ସବୁ ଉଜୁଡିବାକୁ ବସିଲାଣି । କିଛିଦିନ ପୂର୍ବେ କାଜୁ ତୋଳିବା ପାଇଁ ଯାଇଥିବା ଗୁରିଲୋ ଗ୍ରାମର ଜଣଙ୍କୁ ହାତୀ ମାରିଥିବା ବେଳେ ଆଜି ଉପଖଣ୍ଡର ବାଲିକିଆରୀ ଗ୍ରାମ ମାଳତୀ ମୁଣ୍ଡିଆ ସାହିର ଲକ୍ଷ୍ମୀଧର ପାତ୍ର ଶୌଚ ପାଇଁ ଯାଇଥିବା ବେଳେ ମାରି ଦେଇଛି । ବାରମ୍ବାର ଏଭଳି ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.