ETV Bharat / state

ଯୁବକଙ୍କୁ ଦଳି ମାରିବା ପରେ ଜଗି ରହିଲା ନରହନ୍ତା ଦନ୍ତା

author img

By

Published : May 20, 2023, 11:49 AM IST

Updated : May 20, 2023, 2:18 PM IST

ଢେଙ୍କାନାଳରେ ହାତୀ ଆକ୍ରମଣରେ ଜଣେ ମୃତ
ଢେଙ୍କାନାଳରେ ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳରେ ପୁଣି ମୁଣ୍ଡ ନେଲା ହାତୀ । କାଜୁ ତୋଟା ଜଗିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ । ଅଧିକ ପଢନ୍ତୁ

ଯୁବକଙ୍କୁ ଦଳି ମାରିବା ପରେ ଜଗି ରହିଲା ନରହନ୍ତା ଦନ୍ତା

ଢେଙ୍କାନାଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । କାଜୁ ତୋଟା ଜଗିବାକୁ ଯାଇଥିବା ବେଳେ ଜଣକୁ କଚାଡି ମାରିଛି ହାତୀ । ଢେଙ୍କାନାଳ ବନଖଣ୍ଡର କପିଳାସ ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଗ୍ରାମର କହ୍ନେଇ ସାମଲ । ଗତକାଲି (ଶୁକ୍ରବାର) ସେ ଗାଁ ମୁଣ୍ଡରେ ଥିବା କାଜୁ ତୋଟାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଛନ୍ତି ।

ସୂଚନା ମୁତାବକ, ଗତକାଲି ଅପରାହ୍ନରେ କହ୍ନେଇ କାଜୁ ଜଗିବାକୁ ତୋଟାକୁ ଯାଇଥିଲେ । ଏତିକି ବେଳେ ସେ ଗୋଟିଏ ଦନ୍ତାହାତୀ ସହ ମୁହାଁମୁହିଁ ହୋଇଥିଲେ । ଦନ୍ତା କହ୍ନେଇକୁ ଟେକି କଚାଡିବା ପରେ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ଗାଁ ଲୋକେ କାଜୁ ତୋଟାରେ ପହଞ୍ଚି ଥିଲେ । ହେଲେ ହାତୀଟି କହ୍ନେଇଙ୍କୁ ମାରିବା ପରେ ମୃତଦେହ ପାଖରେ ଜଗି ରହିଥିଲା । ଯେଉଁ କାରଣରୁ ଗ୍ରାମବାସୀ ମୃତଦେହ ପାଖକୁ ଯାଇ ପାରିନଥିଲେ । ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି । ବର୍ତ୍ତମାନ ଗାଁ ନିକଟରେ ହାତୀପଲଙ୍କ ଉପସ୍ଥିତି ଥିବାରୁ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: ପାଣି ନପାଇ ନଷ୍ଟ ହେଇଗଲା ଚିନାବାଦାମ ଚାଷ, ସରକାରୀ ସହାୟତା ନମିଳିଲେ ଆତ୍ମହତ୍ୟା କରିବୁ କହିଲେ ଚାଷୀ

ପ୍ରକାଶଥାଉ କି, ଢେଙ୍କାନାଳ ଜିଲ୍ଲାରେ ହାତୀ-ମଣିଷ ଲଢେଇ କମିବାର ନାଁ ନେଉନି । କିଛି ଦିନ ତଳେ ହିନ୍ଦୋଳ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ବୃଦ୍ଧ ଜଣକ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ବୃଦ୍ଧ ଜଣକ ଆଖି ବୁଜିଥିଲେ । ଏହାପୂର୍ବରୁ ସ୍ଥାନୀୟ ଗୁରିଲୋ ଗ୍ରାମର ଜଣଙ୍କୁ ହାତୀ କଚାଡି ମାରିଥିଲା । ଏହି ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଜନିତ ମୃତ୍ୟୁ ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

ଏହାମଧ୍ୟ ପଢନ୍ତୁ: ସାବିତ୍ରୀରେ ମଥାରୁ ଲିଭିଲା ସିନ୍ଦୁର, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ 3 ମୃତ

ଇଟିଭି ଭାରତ, ଢେଙ୍କାନାଳ

Last Updated :May 20, 2023, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.