ETV Bharat / state

ବିଲକୁ ଯାଇଥିବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା

author img

By

Published : Sep 9, 2020, 10:12 AM IST

Man killed in elephant attack  in dhenkanal
ବିଲକୁ ଯାଇଥିବାବେଳେ ଚାଷୀଙ୍କୁ ଦଳିଦେଲା ହାତୀ

ବିଲକୁ ଯାଇଥିବାବେଳେ ଚାଷୀଙ୍କୁ ଦଳିଦେଲା ହାତୀ । କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଘଟିଲା ମୃତ୍ୟୁ । । ଅଧିକ ପଢନ୍ତୁ.....

ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଷୀ ଗୁରୁତର । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଛି । ମୃତକ ବାଲିକିଆରୀ ସଞ୍ଜୟ ରାଉତ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଲକୁ ଯାଇଥିବାବେଳେ ଚାଷୀଙ୍କୁ ଦଳିଦେଲା ହାତୀ

ସୂଚନା ଅନୁସାରେ, ସଞ୍ଜୟ ଅନ୍ୟ କେତେକ ଚାଷୀଙ୍କ ସହ ଗତ ରାତିରେ ବିଲକୁ ଯାଇଥିଲେ । ମାତ୍ର ସେମାନେ ବାଟରେ ଏକ ହାତୀ ହାବୁଡ଼ରେ ପଡିଯାଇଥିଲେ । ଅନ୍ୟମାନେ ସୌଭାଗ୍ୟ ବଶତଃ ହାତୀ ଆକ୍ରମଣରୁ ଜୀବନ ବଞ୍ଚାଇ ଖସି ପଳାଇଥିବା ବେଳେ ସଞ୍ଜୟଙ୍କୁ ହାତୀ ପାଦରେ ଦଳି ଦେଇଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଶୋଚନୀୟ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିବା ପାଇଁ କହିଥିଲେ । ହେଲେ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.