ETV Bharat / state

ହାତୀ ଆତଙ୍କ: କାଜୁ ତୋଳିବାକୁ ଯାଇଥିବା ବେଳେ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : Apr 21, 2023, 10:25 PM IST

elephant attack in dhenkanal
elephant attack in dhenkanal

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଗୁରିଲୋ କାଜୁ ଜଙ୍ଗଲରେ ଯୁବକଙ୍କୁ କଚାଡି ମାରିଲା ହାତୀ। ଅଧିକ ପଢନ୍ତୁ

କଚାଡି ମାରିଲା ହାତୀ

ଢେଙ୍କାନାଳ: ଥମୁନି ହାତୀ ଆତଙ୍କ। କାଜୁ ତୋଳିବାକୁ ଯାଇଥିବା ବେଳେ କଚାଡି ମାରିଲା ହାତୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଗୁରିଲୋ କାଜୁ ଜଙ୍ଗଲରେ ହାତୀ ଏଭଳି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ବାଲିମି ଥାନା ଅନ୍ତର୍ଗତ ଗୁରି ଲୋ ଗ୍ରାମର ସୁରେଶ ସାମଲ । ସୁରେଶଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ପୁରୁଣା କଟକ ସମ୍ବଲପୁର ରାସ୍ତାର ସାତମାଇଲି ଛକରେ ରାସ୍ତା ଅବରୋଧ କରିଥିଲେ ।

ସୂଚନା ମୁତାବକ, ସୁରେଶ କାଜୁ ତୋଳିବାକୁ ତବକ ଗ୍ରାମ ପାଖ ଜଙ୍ଗଲକୁ ସକାଳେ ଯାଇଥିବା ବେଳେ ସେଠାରେ ହାତୀ ହାବୁଡାରେ ପଡି ମୃତ୍ୟୁବରଣ କରିଛନ୍ତି। ସେପଟେ ମୃତ୍ୟୁ ଖବର ପାଇବା ପରେ ମୃତ୍ୟୁ ପାଇଁ ବନ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରି ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ମୃତକ ପରିବାରକୁ କ୍ଷତି ପୁରାଣ ପ୍ରଦାନ ଓ ହାତୀ ମାନଙ୍କ କବଳରୁ ସୁରକ୍ଷା ଦାବିରେ ଅଡ଼ି ବସିଛନ୍ତି । ଫଳରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଏନେଇ ସାତମାଇଲି ଛକରେ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣାସ୍ଥଳକୁ ବାଲିମି ପୋଲିସ ପହଞ୍ଚି ବୁଝାସୁଝା କରିଥିଲା ।

ଢେଙ୍କାନାଳ ବନଖଣ୍ଡରେ ହାତୀ ସଂଖ୍ୟା ବଢିଥିବା ବେଳେ ବର୍ଷ ତମାମ ହାତୀ ମଣିଷ ଲଢେଇ ଜାରି ରହିଛି । ଏହି ହାତୀ ମଣିଷ ଲଢେଇରେ କେତେବେଳେ ମଣିଷ ତ ଆଉ କେତେବେଳେ ହାତୀ ବଳି ପଡୁଛନ୍ତି । ଏସବୁ ମଧ୍ୟରେ ବନ କର୍ମଚାରୀଙ୍କ ଅବହେଳା ପାଇଁ ହାତୀମାନେ ମଣିଷର ଟାର୍ଗେଟ ହୋଇ ଗଲେଣି । ଫଳରେ ହାତୀ ଶିକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ଆଉ ଏପଟେ ହାତୀମାନେ ଗାଁ ଗାଁରେ ପଶି ଉପଦ୍ରବ କରୁଥିବାରୁ ବାଡ଼ି ବଗିଚା, ଫସଲ ସବୁ ଉଜୁଡି ଗଲାଣି । ତଥାପି ହାତୀମାନଙ୍କ ପ୍ରାଦୁର୍ଭାବ କମୁ ନାହିଁ । ଯାହା ଫଳରେ ହାତୀ ଆକ୍ରମଣ ଜନିତ ଘଟଣା ଢେଙ୍କାବଳ ଜିଲ୍ଲାରେ ଏକ ନିତିଦିନିଆ ଖବର ହୋଇଗଲାଣି । ଏପରିକି ଏହି ବନାଞ୍ଚଳରେ ଗତ କିଛି ଦିନ ହେଲା ହାତୀ ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଅହେତୁକ ଭାବେ ବୃଦ୍ଧି ଘଟିଛି ।

ତେବେ ଗତ କିଛି ଦିନ ହେଲା ଏକ ହାତୀପଲ ହିନ୍ଦୋଳ ବନାଞ୍ଚଳର ଦୁଦୁକୁଟ ଓ ରାସୋଲ ସେକ୍ସନ ଅଞ୍ଚଳରେ ରହି ଉପଦ୍ରବ କରୁଛନ୍ତି । ଏହି ହାତୀପଲରେ ଦନ୍ତା ଓ ମାଈ ଓ ଛୁଆ ହାତୀ ମିଶି ୩୨ଟି ହାତୀ ରହିଛନ୍ତି । ଏହି ହାତୀପଲ ଗୁରିଲୋ, ସାତମାଇଲି, ଦୁଦୁରୁକୋଟ ଆଦି ଅଞ୍ଚଳରେ ଉପଦ୍ରଵ ଜାରି ରଖିଥିଲେ ମଧ୍ୟ ବନ କର୍ମଚାରୀମାନେ ହାତୀପଲଙ୍କୁ ଆକଟ କରିବାରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଞ୍ଚଳବାସୀ ଅସୁରକ୍ଷିତ ମଣୁଥିବା ବେଳେ ଜନ ଅସନ୍ତୋଷ ଲାଗି ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.