ମଙ୍ଗଳବାର ଠୁ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା, କଟକଣାରେ ପୂଜା ପାଇବେ ମା'

author img

By

Published : Oct 18, 2021, 3:04 PM IST

ଆସନ୍ତାକାଲିଠାରୁ ଢେଙ୍କାନାଳ ପ୍ରସିଦ୍ଧ ଲଷ୍ମୀପୂଜା, କଟକଣା ମଧ୍ୟରେ ପୂଜା ପାଇବେ ମା'

ଆସନ୍ତାକାଲି (ମଙ୍ଗଳବାର) ଠାରୁ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା । କୋରୋନା କଟକଣା ମଧ୍ୟରେ ପୂଜା ପାଇବେ ମା' । ପ୍ରଶାସନ ପକ୍ଷରୁ କଡା କଟକଣା ଜାରି । ଅଧିକ ପଢନ୍ତୁ...

ଢେଙ୍କାନାଳ: ରାଜ୍ୟର ଅନ୍ୟତମ ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲା । ଲକ୍ଷ୍ମୀପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ଢେଙ୍କାନାଳ ସହର । ଚିକମିକ ଆଲୁଅରେ ଝଲସି ଉଠିଥାଏ ଢେଙ୍କାନାଳ ସହର । କିନ୍ତୁ ମହାମାରୀ କୋରୋନା ଯୋଗୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଫିକା ପଡିବ ଲକ୍ଷ୍ମୀପୂଜା । କଟକଣା ମଧ୍ୟରେ ସୀମିତ ସଂଖ୍ୟକ ପୂଜକକୁ ନେଇ ମଣ୍ଡପ ଗୁଡିକରେ ପୂଜାର୍ଚ୍ଚନା କରାଯିବ। ଆସନ୍ତାକାଲି ଠାରୁ ଲକ୍ଷ୍ମୀପୂଜା ଆରମ୍ଭ ହେବାକୁ ଥିବା ବେଳେ ୧୧ ଦିନ ଧରି ପାଳିବେ ଢେଙ୍କାନାଳବାସୀ ।

ମଙ୍ଗଳବାର ଠୁ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା

ସହରର ୩୮ଟି ମଣ୍ଡପରେ ମା’ ଧନଦାତ୍ରୀଙ୍କ ମୃଣୟ ମୂର୍ତ୍ତିକୁ ପାରମ୍ପରିକ ରୀତିନୀତିରେ ପୂଜା କରାଯିବ । ଏନେଇ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କଟକଣା ଜାରି କରାଯାଇଛି । ସାଧାରଣ ଦର୍ଶନ ଉପରେ ରୋକ ଲଗାଯାଇଥିବା ବେଳେ ଆବଦ୍ଧ ମଣ୍ଡପରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯିବ । କୋଭିଡ କଟକଣା ମୁତାବକ ପୂଜା ମଣ୍ଡପରେ ପୂଜକଙ୍କ ସମେତ ମାତ୍ର ୭ ଜଣ କର୍ମକର୍ତ୍ତା ରହିବେ ।

ବାହାର ସାଜସଜ୍ଜା ଓ ଆଲୋକ ସାଜସଜ୍ଜା ଉପରେ କଟକଣା ରହିଥିବାବେଳେ ଚଳିତ ବର୍ଷ ମିଳିତ ଭଷାଣି ଉପରେ ମଧ୍ୟ ରୋକ ଲଗାଇଛି ପ୍ରଶାସନ । ତଥାପି କଟକଣା ମାନି ମା'ଙ୍କ ପୂଜା କରାଯିବ । ମା' ଲକ୍ଷ୍ମୀଙ୍କ ବିଧି ମୁତାବକ ପରମ୍ପରା ଓ ରୀତିନୀତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ଅଧ୍ୟକ୍ଷ । ତେବେ ଆସନ୍ତା ୨୯ ତାରିଖରେ ମା’ଙ୍କୁ ମେଲାଣି ଦିଆଯିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.