ସାମ୍ନାକୁ ଆସିଲା ଲାଞ୍ଚୁଆ ଢେଙ୍କାନାଳ DSPଙ୍କ କଳା ସମ୍ପତ୍ତି ତାଲିକା, ନାଁରେ ଅଛି 14 ପ୍ଲଟ

author img

By

Published : Sep 11, 2022, 10:02 AM IST

ସାମ୍ନାକୁ ଆସିଲା ଲାଞ୍ଚୁଆ ଢେଙ୍କାନାଳ ଡିଏସପିଙ୍କ କଳା ସମ୍ପତ୍ତିର ଲମ୍ବା ତାଲିକା

୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ଢେଙ୍କାନାଳର ସଦର ଥାନା ଅଧିକାରୀ ଦାୟିତ୍ୱରେ ଥିବା ଡିଏସପି ଅଭିନବ ଡାଲୁଆଙ୍କ ଦୁଇ ଦିନିଆ ରିମାଣ୍ଡ ସରିବା ପରେ ଶନିବାର ଭିଜିଲାନ୍ସ ପକ୍ଷରୁ ପୁଣି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତାଙ୍କର କଳା ସମ୍ପତ୍ତିର ଲମ୍ବା ତାଲିକା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ଢେଙ୍କାନାଳର ସଦର ଥାନା ଅଧିକାରୀ ଦାୟିତ୍ୱରେ ଥିବା ଡିଏସପି ଅଭିନବ ଡାଲୁଆଙ୍କ ଦୁଇ ଦିନିଆ ରିମାଣ୍ଡ ସରିବା ପରେ ଶନିବାର ଭିଜିଲାନ୍ସ ପକ୍ଷରୁ ପୁଣି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ରିମାଣ୍ଡ ସମୟରେ ଭିଜିଲାନ୍ସ ହାତରେ ଲାଗିଛି ଡିଏସପିଙ୍କ କଳା ସମ୍ପତ୍ତିର ଲମ୍ବା ତାଲିକା ।

ସାମ୍ନାକୁ ଆସିଲା ଲାଞ୍ଚୁଆ ଢେଙ୍କାନାଳ ଡିଏସପିଙ୍କ କଳା ସମ୍ପତ୍ତିର ଲମ୍ବା ତାଲିକା



୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ଢେଙ୍କାନାଳର ସଦର ଥାନା ଅଧିକାରୀ ଦାୟିତ୍ୱରେ ଥିବା ଡିଏସପି ଅଭିନବ ଡାଲୁଆଙ୍କ ଦୁଇ ଦିନିଆ ରିମାଣ୍ଡ ସରିବା ପରେ ଶନିବାର ଭିଜିଲାନ୍ସ ପକ୍ଷରୁ ପୁଣି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ପୁଣି ବିଚାର ବିଭଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ତାଙ୍କର ଗତ ୯ ତାରିଖରେ ଥିବା ଜାମିନ ଶୁଣାଣି ପୁଣି ୧୪ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଭିଜିଲାନ୍ସ କୋର୍ଟ ପକ୍ଷରୁ ଜଣାପଡିଛି । ତେବେ ଭିଜିଲାନ୍ସ ତାଙ୍କୁ ଗତ ୮ତାରିଖରୁ ରିମାଣ୍ଡରେ ନେଇ ତାଙ୍କର ସ୍ୱର ବା ଭଏସ ସାମ୍ପଲ ନେଇ ଯାଞ୍ଚ ପାଇଁ ଫରେନ୍ସିକ ଲାବ୍ରୋଟେରୀକୁ ପଠାହୋଇଛି । ଅପରପକ୍ଷରେ ଏହି ଲାଞ୍ଚୁଆ ଡିଏସପି ବେଆଇନ ଭାବେ ଠୁଳ କରିଥିବା ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା, ଜଟଣୀ ଓ ଢେଙ୍କାନାଳର ବିଭିନ୍ନ ଜାଗାରେ ଚଢ଼ାଉ କରି ଛାନଭିନ କରିବାରେ ଏକ ଲମ୍ବା ତାଲିକା ଭିଜିଲାନ୍ସ ହାତରେ ଲାଗିଛି ।

ତେବେ ଏହି ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆ ତାଙ୍କ ପତ୍ନୀ, ଶାଶୁ ଓ ଶଳା ନାମରେ ଜଟଣୀ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳରେ ଥିବା ୧୪ଟି ପ୍ଲଟ ଠାବ ହୋଇଛି । ଯାହାର ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ତାଙ୍କର ବିଭିନ୍ନ ଜାଗାରେ ବଡ ବଡ ଆପାର୍ଟମେଣ୍ଟ, ବ୍ୟାପକ ବ୍ୟାଙ୍କ ବାଲାନ୍ସ, ବିଭିନ୍ନ ବୀମା, ଏବଂ ଗାଡି ଆଦିର ଏକ ଲମ୍ବା ତାଲିକା ଭିଜିଲାନ୍ସ ହାତରେ ଲାଗିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ସୂଚନା ଥାଉକି, ଅଭିନବ ଡାଲୁଆ ଢେଙ୍କାନାଳ ରହିବା ପରଠାରୁ ଚୋରା ବ୍ରାଉନ ସୁଗାର, କୋଇଲା, ଗୋରୁ ଚାଲାଣ, ବାଲି ଓ ପଥର ଖଣି ମାଫିଆଙ୍କ ସହ ଜଡିତ ହୋଇ କୋଟି କୋଟି ଟଙ୍କା ବେଆଇନ ସମ୍ପତ୍ତି ଠୁଳ କରୁଥିବା ଅନେକ ଅଭିଯୋଗ ହୋଇଥିଲା । ଫଳରେ ଭିଜିଲାନ୍ସର ଟ୍ରାପ ପରେ ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆଙ୍କ କଳା ସାମ୍ରାଜ୍ୟ ବାବଦରେ ଖୋଳତାଡ ଜାରି ରଖିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.