ଲକ୍ଷ୍ମୀପୂଜା; ମୂର୍ତ୍ତି ଉଚ୍ଚତା ଓ ସାଧାରଣ ଦର୍ଶନ ଦାବି କଲା ମିଳିତ ପୂଜା କମିଟି

author img

By

Published : Sep 20, 2021, 5:20 PM IST

idol heights and general darshan demand laxmi puja committee in dhenkanal

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ହୋଇଛି ମିଳିତ ପୂଜା କମିଟି ବୈଠକ । ବୈଠକ ନିଷ୍ପତି ଅନୁଯାୟୀ ପ୍ରତିବର୍ଷ ଭଳି ସ୍ବାଭାବିକ ମୂର୍ତ୍ତି ଉଚ୍ଚତା ଓ ସାଧାରଣ ଦର୍ଶନ ଦାବି କରିଛି ମିଳିତ ପୂଜା କମିଟ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଆରମ୍ଭ ହୋଇଛି ପାର୍ବଣ ଋତୁ । ଢେଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଚାଲିଛି ପ୍ରସ୍ତୁତି । ତେବେ ଚଳିତ ବର୍ଷ ପୂଜାରେ ମୂର୍ତ୍ତିର ସ୍ବାଭାବିକ ଉଚ୍ଚତା ଓ ସାଧାରଣ ଦର୍ଶନ ଦାବି କରିଛି ଢେଙ୍କାନାଳ ଲକ୍ଷ୍ମୀପୂଜା ମିଳିତ ବଜାର କମିଟି ।

ଲକ୍ଷ୍ମୀପୂଜା; ମୂର୍ତ୍ତି ଉଚ୍ଚତା ଓ ସାଧାରଣ ଦର୍ଶନ ଦାବି କଲା ମିଳିତ ପୂଜା କମିଟି

ଆସନ୍ତା ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେଉଛି ଐତିହାସିକ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମହୋତ୍ସବ । ପୂଜାର ପରମ୍ପରା ମୁତାବକ ଢେଙ୍କାନାଳବାସୀ ଏହାକୁ ୧୨ ଦିନ ବ୍ୟାପି ଧୁମଧାମରେ ପାଳନ କରାଯାଏ । ତେବେ ପରମ୍ପରା ମୁତାବକ ଢେଙ୍କାନଳର ସମସ୍ତ ୩୮ ଗୋଟି ପୂଜା ମଣ୍ଡପ ପକ୍ଷରୁ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବୈଠକରେ ଚଳିତ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ବିଶ୍ବନାଥ ବେହେରାଙ୍କୁ ମନୋନୀତ କରାଯାଇଛି । ଗତବର୍ଷ କୋଭିଡ ମହାମାରୀ ଯୋଗୁଁ ପୂଜା କେବଳ ପରମ୍ପରାରେ ସୀମିତ ରହିଥିଲା । ଫଳରେ ଚଳିତ ବର୍ଷ କୋଭିଡ କଟକଣା କୋହଳ ଥିବାରୁ ପୂଜାକୁ କଟକଣା ମଧ୍ୟରେ କରାଯିବ । ତେବେ ଜନସାଧାରଣଙ୍କ ଦର୍ଶନ ପାଇଁ କୋଭିଡ କଟକଣା ମଧ୍ୟରେ ମୂର୍ତ୍ତିର ଉଚ୍ଚତା ସ୍ବାଭାବିକ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ଏହା ସହ ଖୋଲା ମଣ୍ଡପରେ ସାଧାରଣ ଦର୍ଶନ କରାଯିବା ପାଇଁ ମିଳିତ ବଜାର ଲକ୍ଷ୍ମୀପୂଜା କମିଟିରେ ନିଷ୍ପତି ହୋଇଛି । ଏ ସମ୍ପର୍କରେ ମିଳିତ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାନ କରିବା ପାଇଁ କମିଟିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.